ତିନି ଭାଇ ଭଉଣୀ ମଧ୍ୟ ରୁ ସବୁଠାରୁ ସାନ ପ୍ରଭାସ, ଭାଇ ଇଞ୍ଜିନିୟର ତ ଦାଦା ଅଟଳ ସରକାର ଙ୍କ ସମୟରେ ଥିଲେ ମନ୍ତ୍ରୀ, ଏମିତି ତାଙ୍କ ପରିବାର

ବାହୁବଳୀ ରୁ ଘରେ ଘରେ ପରିଚିତ ପ୍ରଭାସ ୪୧ ବର୍ଷ ହୋଇ ସାରିଲେଣି ୧୯୭୯ ମସିହା ୨୩ ଅକ୍ଟୋବର କୁ ଚେନାଇ ରେ ଜନ୍ମ ଗ୍ରହଣ କରିଥିଲେ। ସେମିତି ତ ପ୍ରଭାସ ଙ୍କ ବାବଦରେ ଲୋକମାନେ ବହୁତ କିଛି ଜାଣିଛନ୍ତି କିନ୍ତୁ ତାଙ୍କ ପରିବାର ବାବଦରେ ଲୋକମାନଙ୍କୁ ଜଣା ନଥିବ।ପ୍ରଭାସ ଙ୍କ ଗୁରୁଜନ, ତାଙ୍କ ଭାଇ ଭଉଣୀ କଣ କରୁଥିଲେ ଏ ବାବଦରେ ଲୋକମାନଙ୍କୁ ଜଣା ନଥିବ। ପ୍ରଭାସ ଙ୍କ ଜନ୍ମ ଦିନ ଅବସରରେ ଆମେ ତାଙ୍କ ପରିବାର ବିଷୟରେ କହିବୁ।

ପ୍ରଭାସ ଙ୍କ ପିତା ପ୍ରଡିୟୁସର ସୂର୍ଯ୍ୟ ନାରାୟଣ ରାଜୁ ଏବଂ ମାଆ ଶିବ କୁମାରୀ। ସୂର୍ଯ୍ୟ ନାରାୟଣ ରାଜୁ ତେଲୁଗୁ ଚଳଚ୍ଚିତ୍ର ର ଏକ ଜଣାଶୁଣା ପ୍ରଡିୟୁସର। ସେ କୃଷ୍ଣା ଦେବୀ, ଅମର ଦିପମ୍, ମଧୁରା ସୋପ୍ରମ୍, ତ୍ରିଶୁଲମ୍,ଧର୍ମ ଅଧିକାରୀ ଏବଂ ବିଲା ଯେପରି ଚଳଚ୍ଚିତ୍ର ର ସେ ନିର୍ମାତା ଥିଲେ।

ପ୍ରଭାସ ଙ୍କ ର ପୁରା ନାମ ପ୍ରଭାସ ରାଜୁ ଉପଲାପତ୍ତି କିନ୍ତୁ ତାଙ୍କୁ ଅଧିକ ଲୋକେ ପ୍ରଭାସ ନାମ ରେ ଜାଣନ୍ତି। ପ୍ରଭାସ ଙ୍କ ର ଏକ ବଡ଼ ଭଉଣୀ ଏବଂ ଜଣେ ବଡ଼ ଭାଇ ଅଛନ୍ତି, ଭଉଣୀ ର ନାମ ପ୍ରଗତି।ପ୍ରଭାସ ତିନି ଭାଇ ଭଉଣୀ ଙ୍କ ମଧ୍ୟ ରୁ ପ୍ରଭାସ ସବୁଠାରୁ ସାନ ଅଟନ୍ତି।

ପ୍ରଭାସ ଙ୍କ ବଡ଼ ଭାଇ ଙ୍କ ନାମ ପ୍ରବୋଧ ଏବଂ ସେ ସଫ୍ଟଓୟାର ଇଂଜିନିୟର। ବର୍ତ୍ତମାନ ସେ ଗୋଆ ରେ କାମ କରୁଛନ୍ତି।ପ୍ରଭାସ ଥରେ ତାଙ୍କ ଭାଇ ଙ୍କୁ ଚଳଚ୍ଚିତ୍ର ରେ କାମ କରିବାକୁ ପଚାରିଥିଲେ କିନ୍ତୁ ସେ ମନା କରି ଦେଇଥିଲେ। ଚାରି ବର୍ଷ ପୂର୍ବେ ଏକ ଚେକ ବାଉନସ କେସ ରୁ ପ୍ରବୋଧ ଙ୍କୁ କାରାଗାର ହୋଇଥିଲା।

ପ୍ରସିଦ୍ଧ ଅଭିନେତା ଏବଂ ପ୍ରଡିୟୁସର କୃଷ୍ଣମ ରାଜୁ ଉପଲାପତ୍ତି ପ୍ରଭାସ ଙ୍କ ଦାଦା ଅଟନ୍ତି।ସେ କେତେ ଚଳଚ୍ଚିତ୍ର ରେ ଅଭିନୟ ଏବଂ କିଛି ଚଳଚ୍ଚିତ୍ର ରେ ପ୍ରଡିୟୁସର କାମ କରିଛନ୍ତି। କୃଷ୍ଣମ ରାଜୁ ଙ୍କୁ ସାଉଥ୍ ଚଳଚ୍ଚିତ୍ର ରେ ରିବେଲ ଷ୍ଟାର ନାମରେ ମଧ୍ୟ ଜଣା ଯାଇଥିଏ।

ପ୍ରଭାସ ଙ୍କ ଦାଦା କୃଷ୍ଣମ ରାଜୁ ଅଟଳ ବିହାରୀ ବାଜପେୟୀ ତୃତୀୟ ସରକାର ସମୟରେ ମନ୍ତ୍ରୀ ଥିଲେ। କୃଷ୍ଣମ ରାଜୁ ୨୦୦୦ ରୁ ୨୦୦୧ ମସିହା ପର୍ଯ୍ୟନ୍ତ ବିଦେଶ ରାଜ୍ୟ ମନ୍ତ୍ରୀ ପଦରେ ଥିଲେ। ପରେ ସେ ଚିରଞ୍ଜିବ ପ୍ରଜା ରାଜ୍ୟମ ପାର୍ଟି ରେ ଯୋଗ ଦେଇଥିଲେ।  ପ୍ରଭାସ ତାଙ୍କ ପଢ଼ିବା ଭିମା ବରନ ଡିଏନଆର ସ୍କୁଲ ରୁ ଆରମ୍ଭ କରିଥିଲେ। ଏହାପରେ ହାଇଦ୍ରାବାଦ୍ ର ଶ୍ରୀ ଚୈତନ୍ୟ କଲେଜ ରୁ ବିଟେକ କରିଥିଲେ।

 

ପ୍ରଭାସ ୨୦୦୨ ମସିହାରେ ଈଶ୍ୱର ରୁ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ରାଘବେନ୍ଦ୍ର (୨୦୦୩), ବର୍ଷମ୍ (୨୦୦୪), ଚକ୍ରମ୍ (୨୦୦୫), ୟୋଗୀ (୨୦୦୭), ଏକ ନିରଞନ (୨୦୦୯), ରିବେଲ (୨୦୧୨), ବାହୁବଳୀ ଦ ବେଗିନିଙ୍ଗ (୨୦୧୫) ଏବଂ ବାହୁବଳୀ ଦ କନକ୍ଲୁଜନ ଏବଂ ସାହୋ ଭଳି ଚଳଚ୍ଚିତ୍ର ରେ କାମ କରି ସାରିଛନ୍ତି।

ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଏବଂ ପ୍ରଭାସଙ୍କୁ ଯଦି ଲାଇକ କରନ୍ତି ତେବେ ଗୋଟିଏ ଲାଇକ କରିବା ସହିତ କମେନ୍ଟ ଓ ଶେୟାର କରିବାକୁ ଭୁଲିବେ ନାହିଁ |

Leave a Reply

Your email address will not be published. Required fields are marked *