ତିନୋଟି ପିଲାଙ୍କର ମାଆବାପାଙ୍କ ପରି ଯତ୍ନ ନେଉଛନ୍ତି ଏହି କୁକୁର, କେହି ପାଖକୁ ଆସିଲେ ପାଲଟି ଯାଉଛନ୍ତି ଦାନବ

କୁହାଯାଏ ଯେ, କୁକୁର ଠାରୁ ଅଧିକ ବିଶ୍ୱାସୀ ଏବଂ ପ୍ରେମ ପ୍ରଦାନ କରୁଥିବା ପଶୁ ଆଉ କେହିଁ ନାହାନ୍ତି। ଘରେ ଆମେ ଜଗିବା ପାଇଁ କୁକୁର ପାଳିଥାଉ କିନ୍ତୁ କେତେବେଳେ ସେ ଆମ ପରିବାରର ସଦସ୍ୟ ପାଲଟିଯାଏ ଜାଣିପାରୁ ନାହିଁ। ଆଜି ଆମେ ଆପଣଙ୍କୁ ଏପରି ଏକ କୁକୁରର କାହାଣୀ କହିବାକୁ ଯାଉଛୁ ଯିଏ ମାଲିକର ତନୋଟି ପିଲାଙ୍କ ଯତ୍ନ ମାତାପିତାଙ୍କ ପରି ରଖୁଛି। କାଲିଫର୍ଣ୍ଣିଆରେ ଜୋଶ ଏବଂ ଫିସର ଦୁଇଟି କୁକୁର ଜେଣ୍ଟଲ ଜାଇଣ୍ଟ ବସ୍ ଏବଂ ରାଫ୍ଲି ପାଳିଛନ୍ତି, ଯିଏ ଘରର ରକ୍ଷା କରିବା ସହିତ ମାଲିକର ମଧ୍ୟ ଯତ୍ନ ନେଉଛନ୍ତି। ଆସନ୍ତୁ ଜାଣିବା ଜେଣ୍ଟଲ ଜାଇଣ୍ଟ ବସ୍ ଏବଂ ରାଫ୍ଲି ବିଷୟରେ।

ଜେଣ୍ଟଲ ଜାଇଣ୍ଟ ବସ୍ ଏବଂ ରାଫ୍ଲି କୁକୁରଙ୍କୁ ଦେଖି ଏମିତି ଲାଗୁଛି ଏହି ଦୁଇଜଣ ବହୁତ ଭୟଙ୍କର ହୋଇଥିବେ କାରଣ ଏମାନେ ଦେଖିବା ପାଇଁ ବହୁର ବଡ଼ ଏବଂ ଓଜନ ୧୫୦ ରୁ ୨୦୦ କିଲୋ ରହିଛି।

ଦେଖିବାକୁ ହୁଏତ ଏହି କୁକୁର ବହୁତ ବଡ଼ ହୋଇଛନ୍ତି କିନ୍ତୁ ଏହି ଦୁଇଜଣ ବହୁତ କ୍ୟୁଟ ଅଟନ୍ତି। ଜୋଶ ଏବଂ ବି ଫିଶରଙ୍କର ତିନୋଟି ପିଲା ଏହି ପାଳିତ କୁକୁରଙ୍କ ସହିତ ଖେଳିଥାନ୍ତି, ଭଲ ପାଇଥାନ୍ତି ଏବଂ ପାଠ ମଧ୍ୟ ପଢ଼ିଥାନ୍ତି।

ଏହା ଜୋଶ ଏବଂ ବି ଫିଶରଙ୍କ ହ୍ୟାପି ଫ୍ୟାମିଲି ଅଟେ ଯେଉଁଥିରେ ସେ ନିଜର ତିନୋଟି ପିଲାଙ୍କ ଏବଂ ଦୁଇଟି ପାଳିତ କୁକୁର ସହିତ ବସିଛନ୍ତି। କଳା ରଙ୍ଗର କୁକୁର ରାଫ୍ଲି ଏବଂ ବ୍ରାଉନ ରଙ୍ଗର କୁକୁରଟି ବସ୍ ଅଟନ୍ତି।

ଜୋଶ ଏବଂ ବି ଫିଶର କହିଛନ୍ତି ଯେ, ସେ ପାଞ୍ଚ ବର୍ଷ ପୂର୍ବରୁ ଏହି ଦୁଇଟି କୁକୁର ଆଣିଥିଲେ। ଏହି ସମୟରେ ଏମାନେ ବହୁତ ଛୋଟ ଥିଲେ ଏବଂ ବର୍ତ୍ତମାନ ବଡ଼ ହୋଇଯାଇଛନ୍ତି। ଏମାନଙ୍କର ଆକାର କାରଣରୁ ଲୋକମାନେ ଏମାନଙ୍କୁ ଡରି ନଥାନ୍ତି ବରଂ ସେମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି।

ପ୍ରାୟତଃ ଲୋକ ବସ୍ ଏବଂ ରାଫ୍ଲିଙ୍କ ଫୋଟୋ ଉତ୍ତୋଳନ କରିଥାନ୍ତି। କୁକୁରଙ୍କ ସହିତ ଫୋଟୋସୁଟ କରାଇବା ପାଇଁ ତାଙ୍କ ମାଲିକ ଲୋକଙ୍କ ଠାରୁ ଟଙ୍କା ମଧ୍ୟ ନେଇଥାନ୍ତି।

ଏହି କୁକୁରଙ୍କ ହୃଦୟ ତାଙ୍କ ଶରୀର ପରି ବିଶାଳ ଅଟେ। ବିଶେଷ କରି ଛୋଟ ପିଲାଙ୍କ ସହିତ ବସ୍ ଏବଂ ରାଫ୍ଲି ବହୁତ ଖୁସି ହୋଇଥାନ୍ତି। ଜୋଶ ଏବଂ ବିଙ୍କର ତିନୋଟି ପିଲା ଏମାନଙ୍କ ସହିତ ହିଁ ବଡ଼ ହୋଇଛନ୍ତି। ଏମାନେ ସମସ୍ତେ ପରସ୍ପରକୁ ଗୋଟିଏ ପରିବାର ପରି ଦେଖିଥାନ୍ତି।

ଜୋଶ ଏବଂ ବିଙ୍କ ସାନ ପୁଅ ଟେଗନ ଏହି ପାଳିତ କୁକୁରଙ୍କ ସାମ୍ନାରେ ଜନ୍ମ ହୋଇଥିଲେ ସେଥିପାଇଁ ବସ୍ ଏବଂ ରାଫ୍ଲି ତାଙ୍କୁ ନିଜ ସନ୍ତାନ ପରି ପ୍ରେମ କରିଥାନ୍ତି। କିନ୍ତୁ ଯେତେବେଳେ ଅନ୍ୟ କୌଣସି ବ୍ୟକ୍ତି ପିଲାଙ୍କ ଉପରେ ରାଗି ପାଟି କରିଥାଏ ସେତେବେଳେ ତାଙ୍କୁ ଏହି ଦୁଇଟି କୁକୁର କାମୁଡ଼ିବାକୁ ଦୌଡ଼ିଥାନ୍ତି।

ବର୍ତ୍ତମାନ ଏହି ଫୋଟୋକୁ ଦେଖି ନିଅନ୍ତୁ ଟେଗନଙ୍କ ସହିତ ବସ୍ ଏବଂ ରାଫ୍ଲି ଫୋଟୋ ଉଠାଉଛନ୍ତି ଯେମିତି ଦୁଇଜଣ ଟେଗନଙ୍କର ମାତାପିତା ଅଟନ୍ତି।

ଏହି ଫୋଟୋରେ ରାଫ୍ଲି ଚଷମା ଲଗାଇ ଟେଗନ କୁ ପଢ଼ାଉଥିବାର ନଜାତ ଆସୁଛନ୍ତି।

ଅନ୍ୟ କୁକୁରଙ୍କ ପରି ବସ୍ ଏବଂ ରାଫ୍ଲିଙ୍କୁ ଖେଳିବା ବହୁତ ପସନ୍ଦ ହୋଇଥାଏ। ପ୍ରାୟତଃ ଶୀତ ଦିନରେ ଯେତେବେଳେ ବରଫ ପଡିଥାଏ ସେତେବେଳେ ଏହି ଦୁଇଜଣ କୁକୁର ଏହାକୁ ବହୁତ ଉପଭୋଗ କରିଥାନ୍ତି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *