ତେନ୍ତୁଳି ର ନାମ ଶୁଣି ସମସ୍ତଙ୍କ ମୁହଁରେ ପାଣି ଆସିଯାଏ କିନ୍ତୁ ଆପଣଙ୍କୁ ଜଣାଅଛି କି ଏହା ସ୍ଵାଦ ସହିତ ଶରୀର ପାଇଁ ମଧ୍ୟ ଉପକାରୀ । ଏଥିରେ ବହୁତ ପ୍ରକାର ପୋଷକ ତତ୍ତ୍ଵ ଯେମିତି ଭିଟାମିନ ସି , ଇ , କ୍ୟାଲସିୟମ , ଆଇରନ , ଫସଫୋରସ , ପୋଟାସିୟମ , ମ୍ୟାଗ୍ନେସିୟମ ଓ ଫାଇବର ରହିଥାଏ ।
ସାଥିରେ ଏଥିରେ ଆଣ୍ଟିଅକ୍ସାଇଡ ମଧ୍ୟ ମିଳିଥାଏ କିନ୍ତୁ ଆଜିକାଲି କରୋନା ଭାଇରସ ଲାଗିରହିଥିବାରୁ ତେନ୍ତୁଳି ଖାଇବା ରୁ ବଞ୍ଚିବା ଦରକାର କାହିଁକି ନା ଏହା ଦ୍ଵାରା ବହୁତ ଲୋକ ଙ୍କ ର ଗଳା ଖରାପ ହୋଇଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ତେନ୍ତୁଳି ର ମଞ୍ଜି ର ଫାଇଦା ବିଷୟରେ କହିବାକୁ ଯାଉଛି । ଆଜ୍ଞା ହଁ ତେନ୍ତୁଳି ମଞ୍ଜି ବହୁତ ଉପକାରୀ ହୋଇଥାଏ ଯାହା ଆପଣଙ୍କୁ ବହୁତ ପ୍ରକାର ସ୍ବାସ୍ଥ୍ୟ ସମ୍ଭଦୀୟ ରୋଗ କୁ ଦୂର କରିବା ପାଇଁ ସାହାଯ୍ୟ କରିଥାଏ । ବିଶେଷଜ୍ଞ ଙ୍କ ଅନୁସାରେ କ୍ୟାଲସିୟମ ଓ ମିନେରାଲ ଭରପୁର ହୋଇରହିଛି ଏଥିପାଇଁ ଏହା ହାଡ଼ କୁ ମଜଭୁତ କରିଥାଏ ଓ ଗଣ୍ଠି ସମସ୍ୟା କୁ ଦୂର କରିଥାଏ । ଗୋଟେ ବୟସ ପରେ ମହିଳାଙ୍କ ଶରୀରରେ କ୍ୟାଲସିୟମ କମ ହେବାକୁ ଲାଗେ । ଯାହା ଫଳରେ ହାଡ ଦୁର୍ବଳ ହେବାକୁ ଲାଗେ ଓ ଏହାକୁ ସେବନ କରିବା ଫଳରେ ମହିଳାଙ୍କ ଏହି ସମସ୍ୟା ଦୂର ହୋଇଥାଏ ।
ହୃଦୟ ପାଇଁ ଲାଭକାରୀ ଅଟେ ତେନ୍ତୁଳି ମଞ୍ଜି

ତେନ୍ତୁଳି ମଞ୍ଜି ରେ ପୋଟାସିୟମ ପ୍ରଚୁର ମାତ୍ରା ରେ ରହିଥାଏ । ପୋଟାସିୟମ ରକ୍ତଚାପ କୁ ନିୟନ୍ତ୍ରିତ କରିଥାଏ ଯାହା ଫଳରେ ଶରୀରରେ ହାଇପରଟେଶନ ର ସ୍ତର ନିୟନ୍ତ୍ରିତ ରୋହିଥାଏ । ହାଇପରଟେଶନ ସ୍ତର ନିୟନ୍ତ୍ରିତ ରହିବା ଫଳରେ ଶିରାପ୍ରଶିରା ରେ ରକ୍ତ ପ୍ରଭାବ ଠିକ୍ ରୋହିଥାଏ । ଏହି ଭଳି ହୃଦୟ କୁ ଅତିରିକ୍ତ କାର୍ଯ୍ୟ କରିବାକୁ ପଡ଼ିନଥାଏ ଓ ତା ଉପରେ କୌଣସି ଚାପ ପଡ଼ିନଥାଏ । ଏହି କାରଣ ରୁ ତେନ୍ତୁଳି ମଞ୍ଜି ରେ ହୃଦୟ ରୋଗ କୁ ଦୂର କରିବା କ୍ଷମତା ରଖିଥାଏ ।
ପ୍ରତିରକ୍ଷା ତନ୍ତ୍ର କୁ ମଜଭୁତ କରିଥାଏ
ତେନ୍ତୁଳି ମଞ୍ଜି ପ୍ରତିରକ୍ଷା ତନ୍ତ୍ର କୁ ମଜଭୁତ କରିବାରେ ସହାୟକ ହୋଇଥାଏ । ଏହା ଶରୀରକୁ ସଂକ୍ରମଣ ସହ ଲଢ଼ିବାକୁ କ୍ଷମତା ପ୍ରଦାନ କରିଥାଏ । ତେନ୍ତୁଳି ମଞ୍ଜି ରେ ଆଣ୍ଟିଅକ୍ସାଇଡ ଗୁଣ ଭରପୁର ରହିଥିବାରୁ ଶରୀରରେ ହେଉଥିବା କୌଣସି ପ୍ରକାର ସଂକ୍ରମଣ ବା ଆଲାର୍ଜି କୁ ରୋକିଥାଏ ।
ଡାଇବେଟିସ ସହ ଲଢ଼ିବାକୁ ସହାୟକ ହୋଇଥାଏ
ତେନ୍ତୁଳି ମଞ୍ଜି ରେ ଇସୁଲିନ ର ଉପାଦାନ କୁ ବଢ଼ାଇବା ର କ୍ଷମତା ରହିଛି । ମଧୁମେହ ରେ ପୀଡ଼ିତ ବ୍ୟକ୍ତି ଙ୍କ ପାଇଁ ତେନ୍ତୁଳି ମଞ୍ଜି ବହୁତ ଉପକାରୀ ହୋଇଥାଏ । ତେନ୍ତୁଳି ମଞ୍ଜି ରକ୍ତ ରେ ଥିବା କଣୋ କୁ ରକ୍ତ ରୁ ଅଲଗା କରିବା କାର୍ଯ୍ୟ କରିଥାଏ । ଏହି ପ୍ରକାର ଆମେ ଡାଇବେଟିସ ରୁ ରକ୍ଷା ପାଇପାରିବା ।
ଦାନ୍ତ ପାଇ ଉପକାରୀ ତେନ୍ତୁଳି ମଞ୍ଜି
ତେନ୍ତୁଳି ମଞ୍ଜି ରୁ ତିଆରି ହୋଇଥିବା ପାଉଡର କୁ ଦାନ୍ତ ରେ ଘୋଷନ୍ତୁ । ନିୟମିତ ରୂପରେ ଏମିତି କରିବା ଫଳରେ ଦାନ୍ତରେ ଚମକ ଆସିଥାଏ ଓ ଏହା ଶକ୍ତ ହୋଇଥାଏ । ଯେଉଁ ଲୋକ ଧୁମ୍ରପାନ କରନ୍ତି ତାଙ୍କର ଦାନ୍ତ ଦୁର୍ବଳ ଓ ହଳଦିଆ ଦାନ୍ତ ର ସମସ୍ୟା ହୋଇଥାଏ । ତେନ୍ତୁଳି ମଞ୍ଜି ଦାନ୍ତ ସମ୍ଭଦୀୟ ଅନେକ ପ୍ରକାର ସମସ୍ୟା କୁ ଦୂର କରିବା ପାଇଁ ଉପଯୋଗ କରାଯାଏ । ହଳଦିଆ ଦାନ୍ତ ସମସ୍ୟା , ଦୁର୍ବଳ ଦାନ୍ତ ସମସ୍ୟା କିମ୍ବା ଦାନ୍ତ ମାଢି ରୁ ରକ୍ତ ବାହାରିବା ସମସ୍ୟା ଭଳି ସମସ୍ୟା କୁ ଦୂର କରିବା ପାଇଁ ତେନ୍ତୁଳି ମଞ୍ଜି ବ୍ୟବହାର କରାଯାଇପାରେ ।
କ୍ୟାନ୍ସର ର ସମ୍ଭାବନା କୁ କମ କରିଥାଏ
ତେନ୍ତୁଳି ମଞ୍ଜି ରୁ ତିଆରି କରାଯାଇଥିବା ଜୁସ କ୍ୟାନ୍ସର ର ସମ୍ଭାବନା କୁ କମ କରିଥାଏ । ତେନ୍ତୁଳି ମଞ୍ଜି ରେ ଆଣ୍ଟିଅକ୍ସାଇଡ ପ୍ରୋପଷ୍ଟିଜ ମିଳିଥାଏ । ଏହି ପ୍ରୋପଷ୍ଟିଜ କାରଣରୁ ଶରୀରରେ ଟିୟୁମର କୋଷ କିମ୍ବା ଏକ୍ସଟ୍ରା କୋଷ ସୃଷ୍ଟି ହେବାକୁ ଦିଏନାହିଁ । ଏହି ପ୍ରକାର ଶରୀରରେ କ୍ୟାନ୍ସର ର ସମ୍ଭାବନା କୁ ରକ୍ଷା ମିଳିଥାଏ ।
ହାଡ଼ ପାଇଁ ତେନ୍ତୁଳି ମଞ୍ଜି ର ଫାଇଦା
ହାଡ଼ ପାଇଁ ତେନ୍ତୁଳି ମଞ୍ଜି କୌଣସି ବରଦାନ ଠାରୁ କମ ନୁହେଁ । ଯେବେ ହାଡ଼ ରୋକା ଆସିଥାଏ ବା ହାଡ଼ ଫ୍ୟାକଚର ହୋଇଥାଏ ତେବେ ତେନ୍ତୁଳି ମଞ୍ଜି ରେ ତିଆରି ହୋଇଥିବା ଲେପ ଏହି ସମସ୍ୟାକୁ ସମାଧାନ କରିଥାଏ । ଯେଉଁ ଜାଗା ରେ ଫ୍ୟାକଚର ହୋଇଛି ସେଠାରେ ତେନ୍ତୁଳି ମଞ୍ଜି ରୁ ତିଆରି ହୋଇଥିବା ପେଷ୍ଟ ର ଲେପ ଲଗାନ୍ତୁ । ଏହା କେବଳ ଭାଙ୍ଗି ଥିବା ହାଡ଼ କୁ ଠିକ କରିନଥାଏ ତା ସହ ଯନ୍ତ୍ରଣା କୁ ମଧ୍ୟ ବହୁତ କମ କରିଥାଏ ।