ଥରକରେ ଦାନ୍ତରୁ କଷ୍ଟ ଏବଂ ପୋକ ଦୂରେଇ ଦେବାର ଉପାୟ

ସାଧାରଣତଃ ଅନେକ ସମୟରେ ଆମ ଦାନ୍ତରେ ଯନ୍ତ୍ରଣା ହୋଇଥାଏ। ଏହାର ବହୁତ କାରଣ ଥାଏ। ପ୍ରତିଦିନ ଖାଇବା ପରେ ଦାନ୍ତରେ ଖାଦ୍ୟର କିଛି ଅଂଶ ଲାଖି ରହିଯାଇଥାଏ ଏବଂ ଖାଦ୍ୟ ଖାଇବା ପରେ ଦାନ୍ତକୁ ଭଲ ଭାବେ ସଫା କରି ନଥିବାରୁ ସେହି ଜିନିଷ ଆମ ଦାନ୍ତରେ ସେହିପରି ଲାଗି ରହିଯାଏ। ଯାହାଫଳରେ ଆମ ଦାନ୍ତରେ ବ୍ୟାକ୍ଟେରିଆ ଉତ୍ପନ୍ନ ହୋଇଥାନ୍ତି। ସେହି ବ୍ୟାକ୍ଟେରିଆ ମାନେ ଦାନ୍ତରେ କଣା କରି ପକାଇଥାନ୍ତି। ଯାହାକୁ ଆମେ ଦାନ୍ତରେ ପୋକ ଲାଗିଛି ବୋଲି କହିଥାଉ।

ସାନ ଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ଏହି ଯନ୍ତ୍ରଣା ଅନୁଭବ କରିଥାନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଡାକ୍ତରଙ୍କ ପାଖକୁ ଯିବା ସହ ଅନେକ ଔଷଧ ସେବନ କରିଥାଉ। ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘରୋଇ ଉପାୟ ବିଷୟରେ କହିବୁ ଯାହାକୁ ପ୍ରାଚୀନ୍ନ କାଳରୁ ଲୋକମାନେ ଆପଣାଇ ଆସୁଥିଲେ, ଯାହାଦ୍ବାରା ସେମାନଙ୍କ ଦାନ୍ତରେ ପୋକ ଲାଗୁ ନଥିଲା ଏବଂ ଅନେକ ଦିନ ପର୍ଯ୍ୟନ୍ତ ତାଙ୍କ ଦାନ୍ତ ଶକ୍ତିଶାଳୀ ରହୁଥିଲା। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ-

ଏହି ଉପାୟ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ସର୍ବପ୍ରଥମ ସାମଗ୍ରୀ ହେଉଛି ଲବଙ୍ଗ। ଏଠାରେ ଧ୍ୟାନ ରଖନ୍ତୁ ଯେ, ଆପଣ କେବଳ ଫୁଲ ଥିବା ଲବଙ୍ଗର ଉପଯୋଗ କରୁଛନ୍ତି। ବିନା ଫୁଲ ଥିବା ଲବଙ୍ଗ ନେଲେ ଆପଣଙ୍କୁ କିଛି ଲାଭ ମିଳିବ ନାହିଁ। ତେବେ ସମସ୍ତେ ଜାଣନ୍ତି ଯେ ଲବଙ୍ଗ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ବହୁତ ଉପକାରୀ ହୋଇଥାଏ।

ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ସୋରିଷ ତେଲ। ଏଥିପାଇଁ ଆପଣ ଅଳ୍ପ ମାତ୍ରାରେ ସୋରିଷ ତେଲ ନେଇଯାଆନ୍ତୁ। ଶେଷରେ ଆପଣଙ୍କୁ ଆବଶ୍ୟକ ଫିଟିକିରି ଗୁଣ୍ଡ, ଯଦି ଏହା ଆପଣଙ୍କ ଘରେ ଫିଟିକିରି ଅଛି ତେବେ ଆପଣ ଏହାର ସହଜରେ ପ୍ରୟୋଗ କରି ପାରିବେ। ନହେଲେ ଏହାକୁ ନିକଟ ବଜାରରୁ କିଣି ଆଣି ପାରିବେ। ଆପଣ ଏକ ଫିଟିକିରି ଖଣ୍ଡ ନେଇ ଏହାର ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ। ଏହି ତିନୋଟି ଜିନିଷ ଆପଣଙ୍କ ଦାନ୍ତରେ ଯନ୍ତ୍ରଣା ଏବଂ ପୋକ ଦୂର କରିବା ପାଇଁ କିପରି ଲାଭଦାୟକ ହୋଇଥାଏ ଆସନ୍ତୁ ସେବିଷୟରେ ଜାଣିବା।

ଦାନ୍ତରେ ଲାଗିଥିବା ପୋକରୁ ମୁକ୍ତି ପାଇବା ପାଇଁ ଆପଣ ସର୍ବପ୍ରଥମେ ଗୋଟିଏ ପାତ୍ରରେ ଏକ ଚାମଚ ସୋରିଷ ତେଲ ନିଅନ୍ତୁ। ଏଥିରେ ଏକ ଚାମଚ ଫିଟିକିରି ଗୁଣ୍ଡ ମିଶାଇ ଦିଅନ୍ତୁ। ବର୍ତ୍ତମାନ ଏହାକୁ ଭଲ ଭାବରେ ମିଶାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଯଦି ଦାନ୍ତରେ ପୋକ ଆପଣଙ୍କ ଦାନ୍ତର ତଳ ଭାଗରେ ଲାଗିଥାଏ ସେଥିପାଇଁ ଆପଣ ଅଳ୍ପ ମାତ୍ରାରେ ତୁଳା ନିଅନ୍ତୁ ଏବଂ ଏହାକୁ ସୋରିଷ ତେଲ ଓ ଫିଟିକିରି ମିଶ୍ରଣରେ ଅଳ୍ପ ବୁଢ଼ାଇ ଆପଣଙ୍କ ଦାନ୍ତର ପୋକ ଲାଗିଥିବା ସ୍ଥାନରେ ଭଲ ଭାବରେ ଲଗାଇ ନିଅନ୍ତୁ। ଏହା ବ୍ୟାକ୍ଟେରିଆ ବା ପୋକକୁ ଶୀଘ୍ର ବାହାର କାରବାରେ ସହାୟକ ହେବ।

ଯଦି ଆପଣଙ୍କ ଦାନ୍ତର ଉପରି ଭାଗରେ ପୋକ ଲାଗିଥାଏ ତେବେ ଆପଣ ଏକ ବ୍ରସ ନିଅନ୍ତୁ ଏବଂ ଏଥିରେ ଏହି ମିଶ୍ରଣକୁ ଲଗାଇ ପୋକ ଲାଗିଥିବା ଦାନ୍ତରେ ଭଲ ଭାବରେ ମାଲିଶ କରି ଦିଅନ୍ତୁ। ଏହାକୁ ଦାନ୍ତରେ ଲଗାଇବା ପରେ ଦୁଇଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଆପଣ ଚାହିଁଲେ ରାତିରେ ଶୋଇବା ପୂର୍ବରୁ ଏହାର ପ୍ରୟୋଗ କରି ପାରିବେ ଏବଂ ରାତି ସାରା ଏହାକୁ ଦାନ୍ତରେ ଲଗାଇ ରଖି ପାରିବେ। ସକାଳୁ ଉଠି ନିଜର ଦାନ୍ତକୁ ସଫା କରିନେବେ। ଆପଣ ଏହାକୁ କେବଳ ଦାନ୍ତର ସେହି ସ୍ଥାନରେ ପ୍ରୟୋଗ କରନ୍ତୁ ଯେଉଁଠାରେ ଆପଣଙ୍କର ପୋକ ଲାଗିଥିବ। ତିନିରୁ ଚାରି ଦିନ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଦାନ୍ତର ପୋକ ଧୀରେ ଧୀରେ ଗାୟବ ହେବାକୁ ଲାଗିବ। ଅଆପଣ ଚାହିଁଲେ ଏହାର ପ୍ରୟୋଗ ପ୍ରତିଦିନ କରି ପାରିବେ।

ଯଦି ଆପଣଙ୍କ ଦାନ୍ତରେ ପୋକ ଲାଗିବା କାରଣରୁ ଅତ୍ୟଧିକ ଯନ୍ତ୍ରଣା ହେଉଛି ତେବେ ଆପଣ ସର୍ବପ୍ରଥମେ ଦୁଇରୁ ତିନୋଟି ଲବଙ୍ଗ ନିଅନ୍ତୁ ଏବଂ ବର୍ତ୍ତମାନ ଏହାକୁ ଭଲଭାବରେ କୁଟି ଦିଅନ୍ତୁ। ଏବେ ଦାନ୍ତର ଯେଉଁ ସ୍ଥାନରେ ଆପଣଙ୍କୁ ଯନ୍ତ୍ରଣା ହେଉଛି, ସେହି ସ୍ଥାନରେ ଏହି ଗୁଣ୍ଡକୁ ଟିପରେ ଚିମୁଟାଏ ଉଠାଇ ରଖି ଦିଅନ୍ତୁ। ଏହାକୁ ରଖିବା ପରେ ଦାନ୍ତରେ ଚାପି ଧରନ୍ତୁ ଏବଂ ମୁହଁକୁ ୫ ମିନିଟ ପର୍ଯ୍ୟନ୍ତ ବନ୍ଦ କରି ଦିଅନ୍ତୁ ଏପରି କରିବା ଦ୍ୱାରା ମୁହଁରେ ଯେଉଁ ଲାଳ ଉତ୍ପନ୍ନ ହେବ ତାକୁ ମଧ୍ୟ ଫିଙ୍ଗନ୍ତୁ ନାହିଁ, ଆପଣ ୫ ମିନିଟ ପରେ ଏହି ଲାଳକୁ ଫିଙ୍ଗିଦେଇ ପାରିବେ। ଏହାର ପ୍ରୟୋଗ ପରେ ଆପଣଙ୍କୁ ବହୁତ ଆରାମ ମିଳିବ ଆପଣଙ୍କ କଷ୍ଟ ସମ୍ପୂର୍ଣ୍ଣ ଦୂର ହୋଇଯିବ। ଯଦି ଏହାର ଥରେ ପ୍ରୟୋଗ ପରେ ମଧ୍ୟ ହାଲକା କଷ୍ଟ ଅନୁଭୁତ ହୁଏ ତେବେ ଆପଣ ଏହାର ପ୍ରୟୋଗ ଦ୍ଵିତୀୟଥର କାରିପାରିବେ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *