ଥାନାରେ ପହଞ୍ଚି ପୋଲିସର କାନ ମୋଡ଼ିଲା ମାଙ୍କଡ, ଏପରି ଧରିଲା ବନ ବିଭାଗ

ପୋଲିସର ନାମ ଶୁଣିବା ମାତ୍ରେ ଲୋକମାନେ ଥରିବା ଆରମ୍ଭ କରିଦେଇଥାନ୍ତି। କିନ୍ତୁ ଆଜିକାଲି ମଧ୍ୟପ୍ରଦେଶର ବେତୁଲରେ ଏକ ମାଙ୍କଡ ପୋଲିସର ଅବସ୍ଥା ଶୋଚନୀୟ କରି ପକାଇଛି। ଏହି ମାଙ୍କଡ ଗତ ୧୦ ଦିନରେ ଥାନାର କର୍ମଚାରୀଙ୍କ ଜୀବନ ବେହାଲ କରିଦେଇଛି। ମାଙ୍କଡଟି ବାରମ୍ବାର ଥାନାରେ ପଶି ଆସିଥାଏ ଏବଂ ବେଞ୍ଚ ଉପରେ ବସି ଯାଉଥିଲେ ତ ଆଉ କେତେବେଳେ ଟେବୁଲ ଉପରେ।

ବେଳେ ବେଳେ ଏହି ମାଙ୍କଡଟି ପୋଲିସ କର୍ମଚାରୀଙ୍କ ସହିତ ତାଙ୍କ ବାଇକ ଉପରେ ମଧ୍ୟ ବସି ଯାଉଥିଲା। ପୋଲିସକର୍ମୀଙ୍କ କାନ ଧରି ଟାଣିବାକୁ ଆରମ୍ଭ କରିଦେଇଥାନ୍ତି। ଅନେକଥର ଏହି ମାଙ୍କଡ଼ କାରଣରୁ ପୋଲିସକର୍ମୀମାନେ ନିଜେ ନିଜକୁ ଗୋଟିଏ କୋଠରୀରେ ବନ୍ଦ କରି ରଖିବାକୁ ପଡୁଥିଲା।

ପୋଲିସ ହିଁ ନୁହେଁ ସହରରେ ମଧ୍ୟ ଏହି ମାଙ୍କଡଟି ଲୋକଙ୍କୁ ହଇରାଣ କରୁଛି। ଏହାଦ୍ୱାରା ବିରକ୍ତ ହୋଇ ପୋଲିସ କର୍ମଚାରୀ ମାନେ ବନ ବିଭାଗର ସାହାଯ୍ୟ ନେଇଥିଲେ ଏବଂ ମାଙ୍କଡକୁ ଜାଲ ବିଛାଇ ଧରିଥିଲେ ଏବଂ ପୁଣି ପିଞ୍ଜରା ଭିତରେ ରଖି ପାଖ ମୋୱାଡ଼ ଜଙ୍ଗଲରେ ଛାଡି ଦେଇଥିଲେ।

ପୋଲିସଙ୍କ କହିବା କଥା ଯେ, ଥାନାକୁ ଆସି ମାଙ୍କଡ ବହୁତ ହଇରାଣ କରୁଥିଲା। ଦଶରୁ ପନ୍ଦର ଦିନ ହେବ ଥାନାର ସମସ୍ତ କର୍ମଚାରୀ ଏବଂ ପଖପାଖି ଲୋକଙ୍କୁ ହଇରାଣ କରୁଥିଲା। ପୁଣି ବନ ବିଭାଗର ସାହାଯ୍ୟରେ ଏହାକୁ ଧରାଗଲା ଏବଂ ଜଙ୍ଗଲରେ ଛାଡିଦିଆଗଲା।

ରେଞ୍ଜର ଆମଲା ଆରଏସ ଓଇକେଙ୍କ କହିବା କଥା ଯେ ମାଙ୍କଡ଼ର କାରଣରୁ ଲୋକମାନଙ୍କ ସହିତ ପୋଲିସ ମଧ୍ୟ ଭୟରେ ଥିଲା। ତେବେ ମାଙ୍କଡଟି କାହାରିକୁ କୌଣସି କ୍ଷତ ପହଞ୍ଚାଇ ନଥିଲା। ପୋଲିସକୁ କାମ କରିବାରେ ବହୁତ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା। ଆମେ ଏହାକୁ ଧରି ଜଙ୍ଗଲକୁ ପଠାଇଦେଇଥିଲୁ। ଏହାଦ୍ବାରା ଲୋକ ମାନଙ୍କ ଜୀବନ ପୁଣିଥରେ ସାଧାରଣ ହୋଇଯାଇଥିଲା।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *