ଥ୍ରୀ ଇଡିଅଟର ରାଞ୍ଚୋ ପରି କାରନାମା, ଭିଡିଓ କଲିଙ୍ଗ ସାହାଯ୍ୟରେ ଚାଲୁଥିବା ଟ୍ରେନରେ କଲେ ମହିଳାଙ୍କ ପ୍ରସବ

ସିନେମା ‘ଥ୍ରୀ ଇଡିଅଟ’ ଆପଣ ସମସ୍ତେ ତ ଦେଖିଥିବେ। ସିନେମାର ଏକ ଦୃଶ୍ୟରେ ଅମୀର ଖାନଙ୍କ ଚରିତ୍ର ରେଞ୍ଚୋ ଭିଡିଓ କଲିଙ୍ଗ ମାଧ୍ୟମରେ ଜଣେ ମହିଳାଙ୍କର ପ୍ରସବ କରିଥିଲେ। ହେଲେ ଏହା ତ ରିଲ ଲାଇଫର ଘଟଣା ଥିଲା। କିନ୍ତୁ ବାସ୍ତବ ଜୀବନରେ ମଧ୍ୟ ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ସୁନୀଲ ନାମକ ଜଣେ ବ୍ୟକ୍ତି ଚାଲୁଥିବା ଟ୍ରେନରେ ଜଣେ ମହିଳାଙ୍କର ପ୍ରସବ କରିଛନ୍ତି। ସୁନୀଲ ଦିଲ୍ଲୀର ମହିଳା ସର୍ଜନା ସହ ଭିଡିଓ କଲିଙ୍ଗରେ କଥା ହୋଇ ସେଭିଂ ବ୍ଲେଡ ଏବଂ ସେହି ସିଲେଇ ସୂତାର ସାହାଯ୍ୟରେ ମହିଳାଙ୍କର ସାଧାରଣ ପ୍ରସବ କରାଇଥିଲେ। ପ୍ରସବ ପରେ ମହିଳା ଏବଂ ଛୁଆ ଦୁଇଜଣ ସୁସ୍ଥ ଅଛନ୍ତି। ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ କମେଣ୍ଟରେ ସୁନୀଲଙ୍କର ପ୍ରଶଂସା କରିଛନ୍ତି।

ଏହା ହେଉଛି ପୂରା ଘଟଣା

ବାସ୍ତବରେ,ସାଗରରେ ରହୁଥିବା ସୁନୀଲ ପ୍ରଜାପତି ଦିଲ୍ଲୀର ନାର୍ଦନ ରେଲୱେ ଡିଭୀଜନାଲ ଡାକ୍ତରଖାନାରେ ଲୈବ ଟୈକ୍ନୀଶିୟନ ପଦରେ କାର୍ଯ୍ୟରତ ଅଟନ୍ତି। ଘଟଣାଟି ଶନିବାର ଏବଂ ରବିବାର ମଧ୍ୟ ରାତ୍ରୀର ଅଟେ।ସେ ମଧ୍ୟ ପ୍ରଦେଶର ସଂପର୍କ କ୍ରାନ୍ତିରୁ ସାଗରକୁ ଆସୁଥିଲେ। ସୁନୀଲ ବୋଗୀ ନମ୍ବର ୩ରେ ବସିଥିଲେ। ସେହି ବୋଗୀରେ ତାଙ୍କ ସହିତ ଦମୋହରେ ରହୁଥିବା ମହିଳା କିରଣ ଅହିରବାର ମଧ୍ୟ ନିଜ ଭାଇଙ୍କ ସହିତ ଯାତ୍ରା କରୁଥିଲେ। ଯିଏକି ଗର୍ଭବତୀ ଥିଲେ।

ଅଚାନକ ହୋଇଥିଲା ମହିଳାଙ୍କୁ କଷ୍ଟ

ସୁନୀଲଙ୍କ ମୁତାବକ ରାତିରେ ଫରୀଦାବାଦ ଷ୍ଟେସନରୁ ବାହାରିବା ପରେ ଅଚାନକ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସୁନୀଲ କହିଥିଲେ କି ଯେତେବେଳେ ଟ୍ରେନରେ ସେହି ସମୟରେ କୈାଣସି ଡାକ୍ତରୀ ସହାୟତା ପହଞ୍ଚିବାର ଆଶା ନଥିଲା। ପୁଣି ସେ ଚିନ୍ତା କରିଥିଲେ କି ଏବେ କିଛି କରିବାକୁ ପଡ଼ିବ। ଯାହାପରେ ସୁନୀଲ ପରିବାର ଲୋକଙ୍କୁ ନିଜ ପରିଚୟ ଦେଇଥିଲେ ଏବଂ ସେ କହିଥିଲେ କି ସେ ଲୈବ ଟୈକ୍ନୀଶିୟନ ଅଟନ୍ତି ଏବଂ ବନ୍ଧୁ ମହିଳା ଡାକ୍ତରଙ୍କ ସାହାଯ୍ୟରେ ପ୍ରସବ କରିପାରିବେ। ସୁନୀଲ ସଙ୍ଗେ ସଙ୍ଗେ ଆଖ-ପାଖର ସମସ୍ତ ପୁରୁଷଙ୍କୁ ଗୋଟିଏ ପାର୍ଶ୍ୱକୁ ପଠାଇ ସେଠାରେ ବସିଥିବା ମହିଳା ମାନଙ୍କୁ ଡ଼ାକିଥିଲେ। ଯାହାପରେ ସୁନୀଲ ଦିଲ୍ଲୀର ଡଃ. ସୁପର୍ଣା ସେନଙ୍କ ସହିତ ଭିଡିଓ କଲିଙ୍ଗରେ ସେଠାରେ ସ୍ଥିତି ଜଣାଇଲେ ଏବଂ ଜଣେ ଅନ୍ୟ ମହିଳାଙ୍କ ସାହାଯ୍ୟରେ ପ୍ରସବ କରିଥିଲେ।

ମହିଳା ଡ଼ାକ୍ତର ଯେମିତି କହିଲେ ସୁନୀଲ ସେମିତି କରିଥିଲେ

ସୁନୀଲ କହିଥିଲେ କି ତାଙ୍କୁ ମଧ୍ୟ ବହୁତ ଡର ଲାଗୁଥିଲା। କାରଣ ସେ ଲୈବ ଟୈକ୍ନୀଶିୟନ ଥିଲେ କିନ୍ତୁ ଏହି ପ୍ରକାରର ସ୍ଥିତିକୁ ସେ ମଧ୍ୟ ପ୍ରଥମ ଥର ସାମ୍ନା କରିଥିଲେ। କିନ୍ତୁ ଭିଡିଓ କଲିଙ୍ଗରେ ଡଃ.ସୁପର୍ଣା ତାଙ୍କର ବିଶ୍ଵାସ ବଢାଇ ଥିଲେ ଏବଂ ଯେମିତି-ଯେମିତି ସେ କରିବା ପାଇଁ କହିଲେ ସେ କରିବାକୁ ଲାଗିଲେ। ଯାହାଦ୍ଵାରା ମହିଳାଙ୍କର ସଫଳ ଭାବେ ପ୍ରସବ ହୋଇଥିଲା। ସୁନୀଲ କହିଥିଲେ କି ପ୍ରସବ ତ ହୋଇଗଲା କିନ୍ତୁ ଛୁଆର ଗର୍ଭ ନାଡ କଟିବା ଜରୁରୀ ଥିଲା ଯେଉଁଥି ପାଇଁ କୈାଣସି ସଫା ବସ୍ତୁର ଆବଶ୍ୟକତା ଥିଲା। ଏହି ସମୟରେ ଏକ ଯାତ୍ରୀ କହିଥିଲେ କି ତାଙ୍କ ପାଖରେ ସେଭିଂ କରିବାର ଏକ ନୂଆ ବ୍ଲେଡ ଅଛି, ଯଦି କିଛି ହେଇପାରିବ ତାହେଲେ କୁହ। ଯାହାପରେ ସୁନୀଲ ସଙ୍ଗେସଙ୍ଗେ ଡଃ.ସୁପର୍ଣାଙ୍କ ସହିତ କଥା ହେଲେ ଏବଂ ବ୍ଲେଡରେ ଗର୍ଭନାଡ କାଟିଦେଲେ।

ଛୁଆ ନ କାନ୍ଦିବାରୁ ଡରିଗଲେ ସୁନୀଲ

ସୁନୀଲ କହିଥିଲେ କି ପ୍ରସବ କରିବା ପରେ ଛୁଆ ନ କାନ୍ଦିବାରୁ ସେ ବହୁତ ଡରି ଯାଇଥିଲେ। ସେ ଛୁଆକୁ ଛାତିରେ ଲଗାଇ ଟିକେ ଥାପୁଡ଼େଇ ଦେବାରୁ ସେ କାନ୍ଦିବାକୁ ଲାଗିଥିଲା। ଯାହାପରେ ସୁନୀଲଙ୍କୁ ଟିକେ ଆଶ୍ବସ୍ତ ଅନୁଭବ ହୋଇଥିଲା। ଏହି ସମୟରେ ଟ୍ରେନରେ ବସିଥିବା ଅନ୍ୟ ଲୋକମାନେ ଏମିତି ଅନୁଭବ କରିଥିଲେ ଯେମିତି ତାଙ୍କ ସାମ୍ନାରେ ଥ୍ରୀ ଇଡିଅଟ ସିନେମାର ଦୃଶ୍ୟ ଚାଲୁଛି। ହେଲେ ଏହି ସମୟରେ ଡଃ.ସୁପର୍ଣା ଘଟଣାର ଖବର ରେଲୱେକୁ ଦେଇ ଦେଇଥିଲେ। ଯାହାଦ୍ଵାରା ଟ୍ରେନ ମଥୁରା ଷ୍ଟେସନରେ ଅଟକିଥିଲା ଏବଂ ମହିଳାଙ୍କୁ ମଥୁରାର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୋମବାର ଦିନ ମହିଳା ଯେତେବେଳେ ସାଗରରୁ ବାହାରିଥିଲେ ତ ସେ ସୁନୀଲଙ୍କୁ ଫୋନ କରିଥିଲେ ଯାହାପରେ ସୁନୀଲ ଷ୍ଟେସନରେ ପହଞ୍ଚି ଛୁଆ ଏବଂ ମହିଳାଙ୍କ ସହିତ ଦେଖା କରିଥିଲେ।

ରେଲୱେ ମନ୍ତ୍ରୀ କରିଥିଲେ ସୁନୀଲଙ୍କ ପ୍ରଶଂସା

ଘଟଣା ସାମ୍ନାକୁ ଆସିବା ପରେ ରେଲୱେ ମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ କମେଣ୍ଟ କରି ସୁନୀଲଙ୍କ ପ୍ରଶଂସା କରିଛନ୍ତି। ସୁନୀଲ କହିଥିଲେ କି ଯେତେବେଳେ ସୋମବାର ଦିନ ସେ ଯେଉଁ ଛୁଆର ପ୍ରସବ କରିଥିଲେ ତାକୁ ଦ୍ଵିତୀୟ ଥର କୋଳକୁ ନେଇଥିଲେ ତ ଏହା ତାଙ୍କ ପାଇଁ ଏକ ଅଲଗା ଅନୁଭବ ଥିଲା। ସୁନୀଲ ମକରୋନିୟା ନଗର ପାଳିକାରେ କଣ୍ଟରଜେନ୍ସୀର କାମ ଦେଖୁଥିବା ସନ୍ତୋଷ ପ୍ରଜାପତି ଏବଂ କ୍ରେଶର ସଞ୍ଚାଳକ ବିନୋଦ ପ୍ରଜାପତିଙ୍କ ଛୋଟ ଭାଇ ଅଟନ୍ତି। ସୁନୀଲ ଏହା ପୂର୍ବରୁ ତିନିଥର ଏମପୀପୀ ଏସସୀର ପରୀକ୍ଷା ପାସ କରି ସାରିଛନ୍ତି, କିନ୍ତୁ ଇଣ୍ଟରବ୍ୟୁରେ ଅଟକି ଯାଉଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *