ଦିନେ ଚର୍ଚ୍ଚର ପାଦ୍ରୀ ଥିଲେ ଏହି ମହିଳା, ଆଜି ଏପରି ଭାବରେ ଅନଲାଇନରେ ଉପାର୍ଜନ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ପରିବର୍ତ୍ତନ ସଂସାରର ନିୟମ ଅଟେ । ମଣିଷଙ୍କ ଠାରୁ ଆରମ୍ଭ କରି ପୃଥିବୀର ପ୍ରତ୍ୟେକ ଜିନିଷ ସମୟ ସହିତ ପରିବର୍ତ୍ତିତ ହୋଇଥାଏ । କିଛି ପରିବର୍ତ୍ତନ ଲୋକଙ୍କୁ ଡିପ୍ରେସନରେ ମଧ୍ୟ ପହଞ୍ଚାଇ ଦେଇଥାଏ । ବର୍ତ୍ତମାନ ଟିକେ ଭାବନ୍ତୁ ଯେ ଯଦି କୌଣସି ମହିଳା, ଯିଏ କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଚର୍ଚ୍ଚରେ ଲୋକ ମାନଙ୍କୁ ଈଶ୍ୱର ଭିତରେ ହଜିଯିବାକୁ ପରାମର୍ଶ ଦେଉଥିଲେ, ସେ ଅଚାନକ ହିଁ ଅନଲାଇନ ଲୋକଙ୍କ ସାମ୍ନାରେ ନିଜ କପଡା ଖୋଲି ଟଙ୍କା ରୋଜଗାର କରିବାରେ ଲାଗିପଡ଼ିଥାନ୍ତି |

ତେବେ , କେବେ ଚର୍ଚ୍ଚରେ ପାଦ୍ରୀ ରହିଥିବା ଏହି ମହିଳା ଆଜି ପ୍ରତିଷ୍ଠିତ ଷ୍ଟ୍ରିପର ହୋଇଯାଇଛନ୍ତି । କେବଳ ଏତିକି ହିଁ ନୁହେଁ ସେ ନିଜର ଏକ ପୋର୍ଟାଲ ବନାଇଛନ୍ତି ଯାହା ମାଧ୍ୟମରେ ବର୍ତ୍ତମାନ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି । ମହିଳାଙ୍କୁ ନିଜର ଶକ୍ତ ପିତାମାତାଙ୍କ କାରଣରୁ ପାଦ୍ରୀ ହେବାକୁ ପଡିଥିଲା। କିନ୍ତୁ ବର୍ତ୍ତମାନ ସେ ନିଜ ଜୀବନ ନିଜ ଇଚ୍ଛାରେ ବିତାଇବାକୁ ନେଇ ଲୋକଙ୍କୁ ଅନୁପ୍ରାଣିତ କରିବା ପାଇଁ ଏହି ଷ୍ଟୋରୀ ସେୟାର କରିଥିଲେ ।

କିନ୍ତୁ ମିଚେଲ ଆଜି ଅନଲାଇନ ନିଜର ହଟ ଫୋଟୋ ଏବଂ ଭିଡ଼ିଓ ଗୁଡ଼ିକ ସେୟାର କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି । ଅନଲାଇନ ପ୍ଲାଟଫର୍ମ OnlyFans ଜରିଆରେ ନିକୋଲ ପ୍ରତିଷ୍ଠିତ ମଧ୍ୟ ହୋଇଯାଇଛନ୍ତି ।

ନିଜକୁ ବାଇସେକ୍ସୁଆଲ କରିନେଇଥିବା ମିଶେଲ ଲୋକଙ୍କୁ ନିଜର ଜୀବନର ଟ୍ରାନ୍ସଫରମେସନ ବିଷୟରେ କହିଥିଲେ । ସେ ନିଜେ ନିଜର ଷ୍ଟୋରୀ ସେୟାର କରି କହିଥିଲେ ଯେ, କେମିତି ଚର୍ଚ୍ଚରେ ସିଷ୍ଟର ହେବା ପରେ ବର୍ତ୍ତମାନ ସେ ପ୍ରତିଷ୍ଠିତ ଷ୍ଟିପର ହୋଇଯାଇଛନ୍ତି ।

ନ୍ୟୁୟର୍କ ପୋଷ୍ଟକୁ ଦିଆଯାଇଥିବା ସାକ୍ଷାତକାରରେ ନିକୋଲ କହିଥିଲେ ଯେ, ତାଙ୍କୁ ବହୁତ ଯୁବାବସ୍ଥାରୁ ହିଁ ଡ୍ୟାନ୍ସର ସୌକ ରହିଥିଲା। ଏଥିସହିତ ସେ ବହୁତ ବୋଲ୍ଡ ମଧ୍ୟ ଥିଲେ। କିନ୍ତୁ ତାଙ୍କ ଘର ଲୋକ ବହୁତ ଶକ୍ତ ଥିଲେ।

 

ସେ ପ୍ରଥମେ ବିବାହ କରିଥିଲେ। ତା’ପରେ ତାଙ୍କର ତିନୋଟି ପିଲା ମଧ୍ୟ ହୋଇଥିଲେ। କିନ୍ତୁ ଘର ପରିବାରରେ ତାଙ୍କ ମନ ଲାଗି ନଥିଲା। ଏହି କାରଣରୁ ସେ ବପତିସ୍ମା ନେଇ ଚର୍ଚ୍ଚରେ ନିଜକୁ ସମର୍ପିତ କରିଦେଇଥିଲେ। ମାତ୍ର ତାଙ୍କୁ ଶାନ୍ତି ମିଳି ନଥିଲା | ୨୦୧୬ ମସିହାରେ ତାଙ୍କୁ ଅନୁଭୂତ ହେଲା ଯେ, ସେ ଷ୍ଟ୍ରେଟ ନୁହନ୍ତି ଏବଂ ତାଙ୍କୁ ଝିଅ ମାନଙ୍କ ପ୍ରତି ମଧ୍ୟ ରୁଚି ରହିଛି। ଚର୍ଚ୍ଚରେ ଏହାକୁ ନେଇ ହଙ୍ଗାମା ହୋଇଯାଇଥାନ୍ତା ଏଥିପାଇଁ ସେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ।

 

ଶେଷରେ ସେ ନିଜର ସ୍ଵାମୀଙ୍କୁ ଛାଡପତ୍ର ଦେଇଥିଲେ ଏବଂ ଅନଲାଇନ ବୋଲ୍ଡ ଇଣ୍ଡଷ୍ଟ୍ରି ସହିତ ଯୋଡି ହୋଇଗଲେ। ନିକୋଲ ଓନଲିଫେନ୍ସ ନାମକ ଏକ ପେଜ ସହିତ ଯୋଡିବାର ନିଷ୍ପତ୍ତି ନେଇଥିଲେ। ଏଥିରେ ସେ ଷ୍ଟ୍ରିପର ହୋଇଯାଇଥିଲେ।

ନିକୋଲ ପ୍ରଥମେ ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମରେ ନିଜର ଭିଡ଼ିଓ ସେୟାର କରିଥିଲେ। ଏହାପରେ ସେ ଓନଲିଫେନ୍ସରେ ନିଜର ଆକାଉଣ୍ଟ ବନାଇଥିଲେ ଯାହା ମାଧ୍ୟମରେ ଆଜି ସେ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି।

ନିକୋଲ ନିଜର ପ୍ରଥମ ନ୍ୟୁଡ ଫୋଟୋଶୁଟର ଅନୁଭୂତି ସେୟାର କରି କହିଛନ୍ତି ଯେ ସେସମୟରେ ସେ କାନ୍ଦି ପକାଇଥିଲେ। ସେତେବେଳେ ତା’ଠାରୁ ଅଧିକ କିଛି ମଧ୍ୟ ଭଲ ଲାଗି ନଥିଲା। ସେ ଏତେ ଖୁସି ହୋଇଯାଇଥିଲେ ଯେ କାନ୍ଦିବାକୁ ଲାଗିଥିଲେ।

Leave a Reply

Your email address will not be published. Required fields are marked *