ଦୀପିକା ପାଦୁକୋନ ପର୍ଯ୍ୟନ୍ତ ପହଞ୍ଚିଲା ଡ୍ରଗ୍ସ ସଂଯୋଗର ଯାଞ୍ଚ, ଭାଇରାଲ ହେଉଛି ହ୍ଵାଟ୍ସଆପ ଚାଟ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡର ଡ୍ରଗ୍ସ ସଂଯୋଗର ଯାଞ୍ଚ ବର୍ତ୍ତମାନ ବଲିଉଡର ଟପ ଅଭିନେତ୍ରୀ ଦୀପିକା ପାଦୁକୋନ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଏଥିରେ ପ୍ରଥମେ ଶ୍ରଦ୍ଧା କପୁର, ରକୁଲ ପ୍ରୀତ ସିଂହ ଏବଂ ସାରା ଅଲ୍ଲୀ ଖାନଙ୍କ ନାମରେ ମଧ୍ୟ ଏହି ଯାଞ୍ଚରେ କଥିତ ସ୍ତରରେ ସାମ୍ନାକୁ ଆସିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୋମବାର ଦିନ ସୁଶାନ୍ତ ସିଂ ରାଜପୁତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କୁ ଚାରି ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲେ, ଯାହାପରେ ଅନେକ ନ୍ୟୁଜ ଚ୍ୟାନେଲ ଏନସିବି ସୂତ୍ରରୁ ଉଦ୍ଧୃତ ହ୍ଵାଟ୍ସଆପ ଚାଟ ଚଳାଇବା ଆରମ୍ଭ କରି ଦେଇଥିଲେ।

ଏହି ଚାଟରେ D, Kଙ୍କ ଠାରୁ ମାଲ ଅର୍ଥାତ ଡ୍ରଗ୍ସର ଦାବି କରୁଛନ୍ତି। ଟାଇମ୍ସ ନାଉର ଦାବି ରହିଛି ଯେ, Dର ଅର୍ଥ ଦୀପିକା ଅଟନ୍ତି ଏବଂ K କରିସ୍ମା ଅଟନ୍ତି, ଯିଏକି କ୍ୱାନ ଟ୍ୟାଲେଣ୍ଟ ମ୍ୟାନେଜର ଏଜେନ୍ସିର କର୍ମଚାରୀ ଅଟନ୍ତି। କ୍ୱାନ କମ୍ପାନୀର ଅନେକ ବଡ଼ ବଲିଉଡ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହିତ କଣ୍ଟ୍ରାକ୍ଟ ରହିଛି, ଯେଉଁଥିରେ ଦୀପିକାଙ୍କର ନାମ ମଧ୍ୟ ଶାମିଲ ଅଛି। ନୂତନ ଚାଟ ଗୁଡିକ ସାମ୍ନାକୁ ଆସିବା ପରେ କୁହାଯାଉଛି ଯେ ଦୀପିକା ପାଦୁକୋନଙ୍କୁ ମଧ୍ୟ ଖୁବଶୀଘ୍ର ଏନସିବି ପକ୍ଷରୁ ପଚରାଉଚରା ପାଇଁ ନୋଟିସ ପଠାଯିବ। ଚାଟର ବିବରଣୀ ଆପଣ ନିମ୍ନରେ ପଢି ପାରିବେ।

D to K: କଣ ତୁମ ପାଖରେ ମାଲ ଅଛି? K reply: ହଁ, କିନ୍ତୁ ଘରେ ଅଛି। ମୁଁ ବର୍ତ୍ତମାନ ବାନ୍ଦ୍ରାରେ ଅଛି। K writes: ଯଦି ତୁମର ଆବଶ୍ୟକ ଅଛି ତେବେ ମୁଁ ଅମିତଙ୍କୁ କହି ଦେଉଛି । D writes: ହଁ, ପ୍ଲିଜ।

K writes: ଅମିତ ପାଖରେ ଅଛି, ସେ ରଖନ୍ତି। D writes: ଗଞ୍ଜେଇ ନା? D writes: ଗଞ୍ଜେଇ ନୁହେଁ। K writes: କୋକୋ ପାଖକୁ ତୁମେ କେବେ ଆସୁଛ। D writes: ସାଢ଼େ ୧୧ ରୁ ୧୨ଟା ମଧ୍ୟରେ।

ଜୟାଙ୍କ ହ୍ଵାଟ୍ସଆପ ଚାଟରେ ଏହାପୂର୍ବରୁ ଶ୍ରଦ୍ଧା କପୁର ନାମ ମଧ୍ୟ ସାମ୍ନାକୁ ଆସିଥିଲା ଏବଂ ସେ ସିବିଡ଼ି ଆୟଲ ମଗୁଥିବାର ନଜର ଆସିଥିଲେ। ଏନସିବିର ଯାଞ୍ଚରେ ଜୟା ମୋବାଇଲ ଡାଟାକୁ ପୁନରୁଦ୍ଧାର କରାଯାଇଛି। ଆଜି ପର୍ଯ୍ୟନ୍ତ ଚ୍ୟାନେଲ ମୁତାବକ ଶ୍ରଦ୍ଧାଙ୍କ ସହିତ ଚାଟରେ ଜୟା କହିଛନ୍ତି ଯେ, ହେଲୋ ମୁଁ ଆଜି ସିବିଡ଼ି ଆୟଲ ପଠାଉଛି। ଏହା ଉପରେ ଶ୍ରଦ୍ଧା କପୁର କହିଛନ୍ତି ଯେ, ହାୟ, ଧନ୍ୟବାଦ। ଜୟା ସ୍ମାଇଲରେ ଉତ୍ତର ଦେଇଛନ୍ତି। ଏହାପରେ ଶ୍ରଦ୍ଧା କହୁଛନ୍ତି ଯେ ଶୁଣ, ମୁଁ ଏହାପରେ ମଧ୍ୟ SLBଙ୍କ ସହିତ ଭେଟିବାକୁ ଚାହୁଁଛି।

କଙ୍ଗନା କଲେ ଟାର୍ଗେଟ, ଲେଖିଛନ୍ତି- “କଣ ଅଟେ ଏହି ମାଲ?”

ଜୟା ସାହାଙ୍କୁ ସୋମବାର ଦିନ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏନସିବି ଦଳ ପଚରାଉଚରା କରିଥିଲେ। ଏନସିବିର ଡେପ୍ୟୁଟି ଡାଇରେକ୍ଟର କେ ପି ଏସ ମଲହୋତ୍ରା କହିଛନ୍ତି ଯେ, ଜୟାଙ୍କୁ ମଙ୍ଗଳବାରକୁ ମଧ୍ୟ ପଚରାଉଚରା କରାଯିବାର ଅଛି। ଏନସିବି ଜୟା ଏବଂ ସୁଶାନ୍ତଙ୍କ ପୂର୍ବ ବ୍ୟବସାୟିକ ମ୍ୟାନେଜର ଶୃତି ମୋଦୀଙ୍କୁ ୧୫ ସେପ୍ଟେମ୍ବରକୁ ପଚରାଉଚରା ପାଇଁ ଡକାଇଥିଲେ କିନ୍ତୁ ଏସଆଇଟିର ଏକ ସଦସ୍ୟଙ୍କ କରୋନା ପଜିଟିଭ ହେବା କାରଣରୁ ଦୁଇଜଣଙ୍କୁ ପଚରାଉଚରା ଟାଳି ଦିଆଯାଇଥିଲା। ଶୃତିଙ୍କୁ କାଲି ପଚରାଉଚରା ଡକାଯାଇଛି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *