ସମଗ୍ର ଦେଶରେ ନିରୀହ ପିଲା ଏବଂ ମହିଳା ମାନଙ୍କ ସହିତ ବଳାତ୍କାର ମାମଲା ତୀବ୍ରତାର ସହିତ ବଢ଼ିବାରେ ଲାଗି ପଡିଛି। ଏପରି ହିଁ ଏକ ହୃଦୟ ବିଦାରକ ଲଜ୍ଜାଜନକ ମାମଲା ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରୁ ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ଦୁଇବର୍ଷର ପିଲା ସହିତ ବଳାତ୍କାର କରାଯାଇଛି। ଏହି ଅମାନବିକତାର ଆରୋପ ଆଉ କାହା ଉପରେ ନୁହନ୍ତି ବରଂ ନିରୀହ ପିଲାଟିର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ଉପରେ ଲଗାଯାଇଛି। ତେବେ ସୂଚନା ମିଳିବା ପରେ ପୋଲିସ ଆରୋପୀ ଜଣଙ୍କୁ ଗିରଫ କରି ନେଇଯାଇଛି।
ନିରୀହ ପିଲାଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରୁଥିଲା:
ବାସ୍ତବରେ ଏହି ଘଟଣାଟି ଦମୋହର ଜବେରା ଥାନା ଅନ୍ତର୍ଗତ ଅଞ୍ଚଳର ଅଟେ। ସୂଚନାଯୋଗ୍ୟ ଯେ, ପିଲାଟିର ପିତାମାତା ନିଜ ଝିଅକୁ ଘରେ ଛାଡ଼ି ପରିବା କିଣିବା ପାଇଁ ଯାଇଥିଲେ। ଏହି ଅବସରର ଲାଭ ଉଠାଇ ଆରୋପୀ ଜଣକ ଏହି ଲଜ୍ଜାଜନକ କାଣ୍ଡ ଘଟାଇଥିଲେ। ପିଲାଟିର ପିତାମାତା ବଜାରରୁ ଫେରି ପିଲାଟିକୁ ରକ୍ତାକ୍ତ ଅବସ୍ଥାରେ ଚିତ୍କାର କରୁଥିବାର ଦେଖିଲେ। ଆରୋପୀ ସମ୍ପର୍କୀୟ ଜଣକ ଫେରାର ହୋଇଯାଇଥିଲେ।
ପିତାମାତା ତାଙ୍କ ସ୍ୱାଗତ ପାଇଁ ଜିନିଷ ଆଣିବାକୁ ଯାଇଥିଲେ ବଜାର:
ପୀଡିତ ପରିବାର କହିଛନ୍ତି ଯେ, ଆରୋପୀ ସମ୍ପର୍କୀୟ ଶନିବାର ଦିନ ଜବଲପୁରରୁ ଆମ ଘରକୁ ଆସିଥିଲେ। ତେବେ ଆମେ ତାଙ୍କ ଆସିବା ପରେ ବହୁତ ଖୁସି ଥିଲୁ, ତାଙ୍କ ସ୍ୱାଗତ ପାଇଁ ଆମେ ପନିପରିବା ଏବଂ ମିଠା ଆଣିବାକୁ ଆମେ ବଜାର ଯାଇଥିଲୁ। ନିଜ ଦୁଇ ଝିଅଙ୍କୁ ତାଙ୍କ ଭରସାରେ ଛାଡିକରି ଯାଇଥିଲୁ, କିନ୍ତୁ ଯାହାର ରକ୍ଷା କରିବାର ଦାୟିତ୍ବ ଥିଲା ସେହି ଭକ୍ଷକ ହୋଇ ବସିଲେ।
ମାଆ କହିଲେ- ନିଜ ଲୋକ ଯଦି ଏପରି କରିବେ ତେବେ କାହା ଉପରେ କରିବ ଭରସା:
ପୀଡିତ ଝିଅଟିର ମାଆ କାନ୍ଦି କାନ୍ଦି ଗୋଟିଏ କଥା ହିଁ କହୁଛନ୍ତି ଯେ, ଏଯୁଗରେ ଆମେ କାହା ଉପରେ ବିଶ୍ୱାସ କରିବା। ଯେତେବେଳେ ନିଜ ଲୋକମାନେ ହିଁ ଏପରି ଅମାନବିକତା କରିବେ ତେବେ ବାହାର ଲୋକଙ୍କ ପ୍ରତି ଡର ଲାଗିବା ତ ସ୍ଵାଭାବିକ। ତାଙ୍କର ଆଉ ଗୋଟିଏ ଝିଅ ନିଜ ମାଆଙ୍କୁ ଘଟଣାର ସମ୍ପୂର୍ଣ୍ଣ ବୃତ୍ତାନ୍ତ ଶୁଣାଇଥିଲେ। ବିଳମ୍ବିତ ରାତ୍ରିରେ ପରିବାର ଲୋକ ପୋଲିସ ପାଖରେ ଆରୋପୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ।
ଆରୋପୀଙ୍କୁ ଧରିବା ପାଇଁ ୫ ଗୋଟି ଟିମ ବନାଇଥିଲା ପୋଲିସ:
ପୋଲିସ ତୁରନ୍ତ ଏହି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଆରୋପୀଙ୍କର ଗିରଫଦାରୀ ପାଇଁ ୫ ଗୋଟି ଟିମ ଗଠନ କରିଥିଲେ। ପୁଣି ରବିବାର ଦିନ ବିଳମ୍ବିତ ସନ୍ଧ୍ୟାରେ ଆରୋପୀଙ୍କୁ ଗିରଫ କରିନିଆ ଯାଇଥିଲା। ଯେଉଁଠାରେ ପଚରାଉଚରା ସମୟରେ ସେ ନିଜ ଅପରାଧ ସ୍ୱୀକାର କରିଥିଲେ। ଏହାପରେ ଜେଲକୁ ପଠାଇ ଦିଆଯାଇଥିଲା, ଯେଉଁଠାରୁ ଖୁବଶୀଘ୍ର ତାଙ୍କୁ କୋର୍ଟରେ ପେଶ କରାଯିବ।