ଦୁଇବର୍ଷ ହେବ ଗର୍ଭବତୀ ଅଛନ୍ତି ମହିଳା। ଡାକ୍ତର ମାନେ ମଧ୍ୟ ଜାଣି ପାରିଲେ ନାହିଁ ବଡ଼ ପେଟର ରହସ୍ୟ।

ମେଡ଼ିକାଲ ଜଗତର ପ୍ରାୟ ସମୟରେ ଏମିତି ଖବର ଆସୁଥାଏ ଯାହାକୁ ବିଶ୍ୱାସ କରିବା ମଧ୍ୟ ଅସମ୍ଭବ ହୋଇଥାଏ। ଆଜି ପର୍ଯ୍ୟନ୍ତ ଆପଣ ଜାଣିଥିବେ ଯେ, ଜଣେ ମହିଳା ୯ ମାସ ପର୍ଯ୍ୟନ୍ତ ଗର୍ଭ ଧାରଣ କରିଥାନ୍ତି। ଏହି ସମୟରେ ମହିଳାଙ୍କ ପେଟ ପିଲା ଥିବା କାରଣରୁ ବହୁତ ଫୁଲିଯାଇଥାଏ। ତେବେ ପ୍ରସବ କରିସାରିବା ପରେ ପୁଣି ଥରେ ମହିଳାଙ୍କ ପେଟ ସାଧାରଣ ଆକାରକୁ ଫେରି ଆସିଥାଏ। କିନ୍ତୁ ଚାଇନାରେ ରହୁଥିବା ଜଣେ ମହିଳାଙ୍କ ଜୀବନ ଦୁଇ ବର୍ଷ ଧରି ବର୍ବାଦ ହେବାକୁ ବସିଲାଣି।

ତାଙ୍କ ସ୍ଥିତି ଏପରି ହୋଇଯାଇଛି ଯେ ସେ ଆଉ ବଞ୍ଚିବାକୁ ଚାହୁଁ ନାହାନ୍ତି। ମହିଳାଙ୍କ ପେଟ ଦୁଇବର୍ଷ ହେବ ଲଗାତର ବଢିବାରେ ଲାଗିଛି। ସେ ଅନେକ ଡାକ୍ତରଙ୍କ ପାଖରେ ଏହାର ଚିକିତ୍ସା କରିବା ପାଇଁ ଚେଷ୍ଟା କରିଥିଲେ ମାତ୍ର ତାଙ୍କର ପେଟ ଫୁଲୁଥିବାର ଏହି ରାହସ୍ୟମୟୀ ରୋଗ ବିଷୟରେ କୌଣସି ଡାକ୍ତର ଜାଣି ପାରି ନଥିଲେ। ମହିଳା ଜଣକ ନିଜର ଏପରି ପେଟ ପାଇଁ ଅନେକ ସମସ୍ୟାର ମଧ୍ୟ ସାମ୍ନା କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ କେହି ହେଲେ ଏହାର କାରଣ କିମ୍ବା ନିରାକରଣ କହିପାରି ନାହାନ୍ତି।

ଚୀନରେ ରହୁଥିବା ଏହି ମହିଳାଙ୍କ ପେଟ ଦୁଇବର୍ଷ ହେବ ଲଗାତର ବଢ଼ିବାରେ ଲାଗିଛି। ଏହାର ଆକାର ବର୍ତ୍ତମାନ ସୁଦ୍ଧା ବଢୁଛି। ରିପୋର୍ଟସଙ୍କ ମୁତାବକ ଏହା ଏକ ରହସ୍ୟମୟୀ ଘଟଣା।

ଦୁଇଟି ସନ୍ତାନର ଜନନୀ ଏହି ମହିଳା ହୁଆଙ୍ଗ ଗ୍ୟୁକ୍ସିଆନ ରୂପେ ଚିହ୍ନଟ କରାଯାଇଥିଲା। ତାଙ୍କ ପେଟର ଓଜନ ୪୪ ପାଉଣ୍ଡ ଅର୍ଥାତ ପାଖାପାଖି ୨୦ କିଲୋ। ଏଥିସହିତ ମହିଳାଙ୍କ ପେଟ ବର୍ତ୍ତମାନ ସୁଦ୍ଧା ବଢୁଛି।

ଚୀନ୍‌ର ଗୁଇଝୋଓ ପ୍ରଦେଶର ଏକ ପଛୁଆ ଅଞ୍ଚଳରେ ରହୁଥିବା ହୁଆଙ୍ଗ ବର୍ତ୍ତମାନ ସ୍ଥାନୀୟ ଗଣମାଧ୍ୟମକୁ ତାଙ୍କ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ସେ ନିଜର ଅବସ୍ଥା ସେମାନଙ୍କ ସହିତ ସେୟାର କରି କହିଥିଲେ ଯେ, ତାଙ୍କୁ କୌଣସି ପରିସ୍ଥିତି ରେ ମଧ୍ୟ ଏହି ଅଜ୍ଞାତ ରୋଗରୁ ମୁକ୍ତି ଆବଶ୍ୟକ।

ନିଜର ଫୁଲିଥିବା ପେଟ କାରଣରୁ ହୁଆଙ୍ଗ ଭଲ ଭାବରେ ଚାଲି ପାରୁଛନ୍ତି ନା ଶୋଇ ପାରୁଛନ୍ତି। ଏଥିସହିତ ସେ ନିଜ ଦୁଇଟି ସନ୍ତଙ୍କର ମଧ୍ୟ ଭଲ ଭାବରେ ଦେଖା ଶୁଣା କରିପାରୁ ନାହାନ୍ତି।

ଚୀନ୍‌ର ଗୁଇଝୋଓ ପ୍ରଦେଶରେ ଥିବା ପଛୁଆ ଅଞ୍ଚଳର ଯେଉଁ ଗାଁରେ ହୁଆଙ୍ଗ ରହୁଛନ୍ତି ସେଠାକାର ଲୋକଙ୍କ ଠାରୁ ସାହାଯ୍ୟ ମାଗି ମହିଳା ଜଣକ ପାଖାପାଖି ୩ ଲକ୍ଷ ୨୩ ହଜାର ଟଙ୍କା ନିଜର ଚିକିତ୍ସା ପାଇଁ ସଂଗ୍ରହ କରି ରଖିଛନ୍ତି।

ହୁଆଙ୍ଗଙ୍କ ସମ୍ପୂର୍ଣ୍ଣ ଓଜନ ପାଖାପାଖି ୫୬ କିଲୋ ହୋଇଥିବା ବେଳେ କେବଳ ତାଙ୍କ ପେଟର ଓଜନ ପାଖାପାଖି ୨୦ କିଲୋ ରହିଛି। Guizhou Urban Daily ନାମକ ଏକ ଲୋକାଲ ଚ୍ୟାନେଲକୁ ଏହି ସପ୍ତାହରେ ସେ ନିଜର ଅବସ୍ଥା ବିଷୟରେ ଜଣାଇଥିଲେ। ସେ କହିଥିଲେ ଯେ, ଦୁଇବର୍ଷ ପୂର୍ବରୁ ତାଙ୍କ ପେଟ ସମ୍ପୂର୍ଣ୍ଣ ଭାବରେ ସ୍ଲିମ ରହିଥିଲା। ତେବେ ଅଚାନକ ତାଙ୍କର ଋତୁସ୍ରାବ ହୋଇଥିଲା ଏବଂ ପରେ ପେଟ ଫୁଲିବା ଆରମ୍ଭ ହୋଇଯାଇଥିଲା।

ହୁଆଙ୍ଗ କହିଥିଲେ ଯେ, ପ୍ରାରମ୍ଭିକ ସମୟରେ ତାଙ୍କୁ ବହୁତ ଯନ୍ତ୍ରଣା ହେଉଥିଲା। ଏହାପରେ ସେ ଡାକ୍ତରଙ୍କ ପରାମର୍ଶ କରି ଔଷଧ ଖାଇଥିଲେ। ଏହାଦ୍ୱାରା ଯନ୍ତ୍ରଣା ତ ବନ୍ଦ ହୋଇଯାଇଥିଲା କିନ୍ତୁ ପେଟ ବଢିବାର ପ୍ରକ୍ରିୟା ବନ୍ଦ ହୋଇନଥିଲା। ଏହା ଆଜି ପର୍ଯ୍ୟନ୍ତ ଫୁଲିବାରେ ଲାଗିଛି।

ଏହି ହାଉସ ୱାଇଫ ଜଣକ ନିଜର ଚିକିତ୍ସା ପାଇଁ ଅନେକ ଡାକ୍ତର ଏବଂ ଡାକ୍ତରଖାନାର ଚକ୍କର ଲଗାଇଥିଲେ ମଧ୍ୟ ଏଥିରୁ ଆରୋଗ୍ୟ ହୋଇପାରି ନଥିଲେ। କେତେକ ହସ୍ପିଟାଲରୁ ପ୍ରଥମେ ଆଶା ମିଳିଥିଲେ ମଧ୍ୟ ଶେଷରେ ସବୁକିଛି ନିରାଶାରେ ପରିବର୍ତ୍ତନ ହୋଇଯାଇଥିଲା। ହୁଆଙ୍ଗଙ୍କ ଘରର ସମସ୍ତ କାର୍ଯ୍ୟ ତାଙ୍କ ପୁଅ କରିଥାନ୍ତି।

କିଛି ଡାକ୍ତର ଜାଣିବାକୁ ପାଇଥିଲେ ଯେ, ହୁଆଙ୍ଗଙ୍କ ଶରୀରରେ ଅନେକ ପ୍ରକାରର ରୋଗ ରହିଛି। ଏଥିରେ ଯକୃତ ସମ୍ବନ୍ଧୀୟ ରୋଗ, କର୍କଟ, ପେଟ ଏବଂ ଛାତି ସମ୍ବନ୍ଧୀୟ ରୋଗ ଅନ୍ତର୍ଭୁକ୍ତ, କିନ୍ତୁ ସର୍ବଶେଷରେ, ମହିଳାଙ୍କ ଏପରି ଆଶ୍ଚର୍ଯ୍ୟଜନକ ଫୁଲୁଥିବା ପେଟର ରହସ୍ୟ ଜଣାପଡି ନଥିଲା।

ନିଜର ଚିକିତ୍ସା ସମୟରେ ହୁଆଙ୍ଗ ଗୋଟିଏ କଥା ସେୟାର କରିବାକୁ ଯାଇ କହିଥିଲେ ଯେ, ଥରେ ଜଣେ ଡାକ୍ତର ତାଙ୍କ ପେଟର ସର୍ଜରୀ କରି ତାଙ୍କ ପେଟରୁ ପାଣି କାଢ଼ିଥିଲେ। କିନ୍ତୁ ସର୍ଜରୀର ତୁରନ୍ତ ପରେ ପୁଣି ପେଟ ଫୁଲିବା ଆରମ୍ଭ ହୋଇଯାଇଥିଲା।

ହୁଆଙ୍ଗ ବର୍ତ୍ତମାନ ନିଜର ଏପରି ଅବସ୍ଥାକୁ ନେଇ ଆଉ ବଞ୍ଚିବାକୁ ଚାହୁଁ ନାହାନ୍ତି। ସେ ଶୀଘ୍ର ସୁସ୍ଥ ହେବାକୁ ଚାହୁଁଛନ୍ତି। ହେଲେ ପବ୍ଲିକ ପ୍ଲେସରେ ହୁଆଙ୍ଗଙ୍କୁ ଗର୍ଭବତୀ ବୋଲି ଭାବି ନେଉଛନ୍ତି। ତାଙ୍କ ପେଟ ଦେଖି ଏପରି ଲାଗୁଛି ଯେ, ଯେମିତି ସେ ଏକା ସାଙ୍ଗରେ ଦୁଇରୁ ତିନୋଟି ପିଲାର ପ୍ରସବ କରାଇବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *