ଦୁଇ କିନ୍ନର ଧୋକା ରେ କାଟିଲେ ଯୁବକ ର ଗୁପ୍ତ ଅଙ୍ଗ କୁ , ନିଶା ର ଡୋଜ ଦେଇଥିଲେ

ଗୋଟେ ତରଫ ରୁ ଯେଉଁଠି ଲୋକ ଖୁସି ର ସମାହାର ରେ କିନ୍ନର ଙ୍କୁ ଘର କୁ ଡାକିଥାନ୍ତି ‌ ଓ କିନ୍ନର କୁ ପୂଜା କରିଥାନ୍ତି । ସେମିତି ପଞ୍ଜାବ ର ଗୁରୁଦାସପୁର ରେ ଦୁଇ ଜଣ କିନ୍ନର ଜଣେ ଯୁବକ କୁ ନିଜ ଜାଲ ରେ ଫସାଇ ତା ଦ୍ଵାରା କାମ କରାଇଲେ ଓ ପରେ ଧୋକା ରେ ତା’ର ଗୁପ୍ତାଙ୍ଗ କାଟି ଦେଇଥିଲେ ।

ଏହା ବିଷୟରେ ଯୁବକ ର ମାଆ କୁ ଜଣା ପଡ଼ିବା ପରେ ମାଆ ର ଅଭିଯୋଗ ପରେ ପୋଲିସ ସେହି ଦୁଇ କିନ୍ନର ବିରୋଧ ରେ ମାମଲା ରୁଜୁ କରି କିନ୍ନର ଦୁହିଁଙ୍କୁ ଗିରଫ କରିବା ପାଇଁ ଖୋଳତାଡ଼ ଆରମ୍ଭ କରି ଦେଇଛି ।

ସୂଚନା ଦେଇ ପୀଡିତ ଯୁବକ କହିଛନ୍ତି କି ସେ ଗୁରଦାସପୁର ରେ ମାତା ଙ୍କ ଜାଗରଣ ରେ କାମ କରି ଗୁଜୁରାଣ ମେଣ୍ଟାଉଥିଲେ । ଜାଗରଣ ରେ ତାଙ୍କର ସମ୍ପର୍କ ସୋନିଆ ନାମକ ଏକ କିନ୍ନର ସହ ହୋଇଥିଲା ।

ସୋନିଆ କିନ୍ନର ପ୍ରଥମରୁ ବନ୍ଧୁତା ହିସାବରେ ତାଙ୍କୁ ନିଜ ଘରକୁ ନେଇ ଯାଉଥିଲେ । ବହୁତ ଥର ନିଜ ସହିତ ପ୍ରୋଗ୍ରାମ କରିବା ପାଇଁ ନେଇ ଯାଉଥିଲେ । ପୁଣି ସୋନିଆ ତାକୁ ନିଜର ଗୁରୁ ପରବୀନ କିନ୍ନର ସହ ପରିଚୟ କରାଇଥିଲେ ଓ ସେଠାରେ ସେ କିଛି ମାସ ପରବୀନ ଙ୍କ ର ଘରେ କାମ କରିବାକୁ ଲାଗିଲେ ।

କିଛି ମାସ କାମ କରିବା ପରେ ସୋନିଆ କିନ୍ନର ତାଙ୍କୁ ଘରକୁ ଯିବାକୁ ଦେଉ ନଥିଲେ ଓ ତାଙ୍କୁ ପିଟାମରା କରିବାକୁ ଲାଗୁଥିଲେ । ଗୋଟେ ଦିନ ସୋନିଆ କିନ୍ନର ତାଙ୍କୁ ନିଶା ଦେଇ ଅମୃତସର ନେଇ ଯାଇଥିଲା । ସେଠାକୁ ନେବା ପରେ ତାହାର ଗୁପ୍ତାଙ୍ଗ କାଟି ଦେଇଥିଲେ ଓ ତାଙ୍କୁ ପରବୀନ କିନ୍ନର ର ଘରେ ଛାଡ଼ି ଦେଇଥିଲେ । ଦୁଇ ଦିନ ପରେ ସେ ସେଠାରୁ ଲୁଚି ପଳାଇ ଆସିଲେ ଓ ସବୁ କଥା ନିଜ ମାଆ କୁ କହିଥିଲା । ପୋଲିସ ପାଖରେ ଅଭିଯୋଗ କରି ସେ ଦୁଇ କିନ୍ନର ବିରୋଧ ରେ କଠୋର ରୁ କଠୋର ଶାସ୍ତି ଦେବା ପାଇଁ କହିଛନ୍ତି ।

ପୀଡିତ ର ମାଆ କହିଛନ୍ତି କି ସେ ନିଜର ପିଲା ପାଇଁ ବହୁତ ସ୍ୱପ୍ନ ଦେଖିଥିଲେ କି ତାହାର ବାହାଘର କରାଇବେ ଓ ତାଙ୍କର ବଂଶ ମଧ୍ୟ ଆଗକୁ ବଢିବ କିନ୍ତୁ ଏହି ଦୁଇ କିନ୍ନର ତାଙ୍କର ପିଲାର ଓ ତାଙ୍କର ପରିବାର ର ଜୀବନ ନର୍କ କରି ଦେଇଛନ୍ତି ।

ଏହି ମାମଲା ରେ ଏସଏଚଓ ଗୁରଦାସପୁର ଜବରଜିତ ସିଂହ କହିଛନ୍ତି କି ପୀଡ଼ିତ ଙ୍କ ମାଆ ଙ୍କ ର ବୟାନ ଦାଖଲ କରିଛନ୍ତି ଯେଉଁଥିରେ ସେ କହିଛନ୍ତି କି ତାଙ୍କର ପୁଅ କୁ ପରବୀନ କିନ୍ନର ଓ ସୋନିଆ କିନ୍ନର ଧୋକା ରେ ତାଙ୍କର ଗୁପ୍ତାଙ୍ଗ କାଟି ଦେଇଛନ୍ତି । ଦୁଇ କିନ୍ନର ବିରୋଧରେ ଧାରା ଆଇପୀସୀ ର ଧାରା ୩୨୬ , ୩୪୨ , ୫୦୬ , ୧୨୦ଖ ହିସାବରେ ମାମଲା ରୁଜୁ କରାଯାଇଛି । ଦୁହିଁଙ୍କୁ ଗିରଫ କରିବା ପାଇଁ ଖୋଲତାଳ କରାଯାଉଛି । ଏବେ ଦୁଇ କିନ୍ନର ଫେରାର ଅଛନ୍ତି ।

Leave a Reply

Your email address will not be published. Required fields are marked *