ଅପରାଜିତା ଅର୍ଥାତ ଯିଏ କେବେବି ହାରି ନଥାଏ ବା ଯାହାର କେବେ ବି ପରାଜୟ ହୋଇ ନଥାଏ ଏବଂ ଏହାର ଅନ୍ୟ ଏକ ନାମ ହେଉଛି ନିଳକଣ୍ଠ ଯାହା ଶିବ ଙ୍କର ଏକ ନାମ ଅଟେ। ଅପରାଜିତା ମାତା ର୍ଦୁଗା ଙ୍କର ଏକ ନାମ ଅଟେ। ଏଣୁ ନିଳ କଣ୍ଠ ଶିବ ଙ୍କ ନାମ ଏହି ଅପରାଜିତା ବୁଲ ଶିବ ଏବଂ ଶକ୍ତି ଙ୍କର ସ୍ବରୂପ ହୋଇଥାଏ। ଏଣୁ ଏହା ଅତ୍ୟନ୍ତ ଗୁଣକାରୀ ଏବଂ ଚମ୍ତକାରୀ ହୋଇଥାଏ। ଏହି ଅପରାଜିତା ଭାରତ ର ସବୁ ଯାଗାରେ ଫୁଟି ଥାଏ, କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ। ଏବଂ ସବୁ ରୂପ ରେ ଦେଖିବାକୁ ମିଳିଥାଏ। ଏହି ଅପରାଜିତା ର କିଛି ପ୍ରୟୋଗ ଦ୍ବାରା ମନୁଷ୍ୟ ର ଦୁଃଖ ର୍ଦୁଦଶା ଦୂର ହେବା ସହିତ ଧନ ଏବଂ ଐଶ୍ବର୍ଯ୍ୟା ର ମଧ୍ୟ ଅଧିକାରୀ ହୋଇଥାଏ। ତେବେ ଏହି ଅପରାଜିତା ର ପ୍ରୟୋଗ କିପରି କରାଯାଏ , ଏହାର ଫାଇଦା କଣ ହୋଇଥାଏ। ଏହି ବିଷୟ ଆଜି ମୁଁ ଆପଣଙ୍କୁ କହିବି।
ଯଦି ଆପଣଙ୍କ ଧନ ର ସମସ୍ୟା ରେ ସର୍ବଦା ବିଚଳିତ ରହୁଥାନ୍ତି। ତେବେ ଏହି ଉପାୟ କଲେ ସମସ୍ତ ଦୁଃଖ , ର୍ଦୁଦଶା ଦୂର ହେବା ସହିତ ଧନ ଏବଂ ସୁଖ ସମୃଧୀ ର ଚମତକାର ଦେଖିବାକୁ ପାଇବେ। ଏହି ସରଳ ଉପାୟ ଟି କଲା ବେଳେ ଧ୍ୟାନ ଦେବେ ଯେପରି କି ଆପଣଙ୍କୁ କେହି ଦେଖିବେ ନାହିଁ କିମ୍ବା କିଛି କଥା ହେବେ ନାହିଁ ତେବେ ଯାଇ ଏହାର ପ୍ରକୃତ ଫଳ ଆପଣ ପାଇ ପାରିବେ। ବନ୍ଧୁଗଣ ଆପଣମାନେ ଏହି ଅପରାଜାତା ଫୁଲ କୁ ନିଶ୍ଚିୟ ଜାଣିଥିବେ।
ଏହି ଅପରାଜିତା କୁ ସଂସ୍କୃତରେ ବିଷ୍ଣୁକାନ୍ତା ଓ ବିଷ୍ଣୁପ୍ରିୟା ମଧ୍ୟ କହିଥାନ୍ତି। ଏହି ଅପରାଜିତା ଖାଲି ଶିବ,ପାର୍ବତୀ , ଗଣେଶ, ର୍କାତ୍ତୀକ ଙ୍କର ପ୍ରିୟ ନୁହେଁ । ହନୁମାନ ଏବଂ ଶନିଦେବଙ୍କ ସହିତ ଲକ୍ଷ୍ମୀ ନାରାୟଣ ଙ୍କର ମଧ୍ୟ ପ୍ରିୟ ହୋଇଥାଏ। ଏଣୁ ଘରେ ରୋଜଗାର ରେ ବୃଧି ପାଇବା ପାଇଁ ଏହି ଉପାୟ ନିଶ୍ଚିୟ କରନ୍ତୁ। ବନ୍ଧୁଗଣ ତେବେ ଆସନ୍ତୁ ଜାଣିବା ସେହି ଉପାୟ ସବୁ କ’ଣ ? ଯାହା କରିବା ଦ୍ବାରା ସମସ୍ତ ସମସ୍ୟା ଦୂର ହୋଇ ଧନ ର ଆଗମନ କରାଇଥାଏ।
୧ – ଘରର ନଜର ଦୋସ ଏବଂ ତନ୍ତ୍ର ମନ୍ତ୍ର ଦୂର କରିବା ସହିତ ଧନ ର ଆଗମନ କରିଥାଏ। ଶନିବାର ଦିନ ରାତ୍ରି ସମୟ ରେ ଅପରାଜିତା ଫୁଲ କୁ ମାଳ ଟିଏ କରି ଘର ର ମୁଖ୍ୟ ଦ୍ବାର ରେ ଟାଙ୍ଗି ଦିଅନ୍ତୁ। ଏହା ଦ୍ବାରା ଭୁତ ପ୍ରେତ୍ତ ର ବାଧା ଦୂର ହୋଇଥାଏ। ଏବଂ ଘରର ସମସ୍ତ ପ୍ରକାର ର ନାକରତ୍ମକତା ଦୂର ହୋଇଥାଏ। ସାକାରତ୍ମକ ର୍ଉଜା ର ଆଗମନ ହୋଇଥାଏ। ଏହି ମାଳ ଟିକୁ ଯଦି ହନୁମାନ ଙ୍କୁ ଅର୍ପଣ କରି ତାହାକୁ ଆଣି ଘରର ମୁଖ୍ୟ ଦ୍ବାର ରେ ଆଣି ଟାଙ୍ଗି ଦିଅନ୍ତି ତେବେ ନଜର ଦୋସ ଦୂର ହେବା ସହିତ ତନ୍ତ୍ର ଏବଂ ମନ୍ତ୍ର ର ପ୍ରଭାବକୁ ମଧ୍ୟ ଦୂର କରିଥାଏ । ଧନ ର ସମସ୍ତ ପ୍ରକାର ର ସମସ୍ୟା ଦୂର କରିଥାଏ।
୨ – ପରୋଚମୁକ୍ତି ଏବଂ ଧନ ପ୍ରପ୍ତି ର ଉପାୟ ଶନିବାର ଦିନ କିମ୍ବା ସୋମବାର ଦିନ ରାତ୍ରି ସମୟ ରେ ପାଞ୍ଚୋଟି ତୋଳି କୌଣସି ଏକ ନଦୀ କିମ୍ବା ଜଳାଶୟ ରେ ଭସାଇ ଦିଅନ୍ତୁ। ଧ୍ୟାନ ଦେବେ ଏହି କାର୍ଯ୍ୟ କରିବା ବେଳେ କହି ଦେଖି ବେ ନାହିଁ କିମ୍ବା କୌଣସି କଥା ହେବେ ନାହିଁ। ଏହି ନିୟମ ହେଉଛି ପାଞ୍ଚୋଟି ଅପରାଜିତା ଫୁଲ ଶନିବାର କିମ୍ବା ସୋମବାର ଦିନ ପାଣି ରେ ଭସାଇ ଦିଅନ୍ତି ଏବଂ ନିଜର ଇଷ୍ଟ ଦେବଦେବୀ ଙ୍କୁ ପ୍ରାର୍ଥନା କରନ୍ତି । ତେବେ ସମସ୍ତ ପ୍ରକାର ର ଧନ ର ସମସ୍ୟା ଦୂର ହୋଇଥାଏ ଏବଂ ସମସ୍ତ ପ୍ରକାର ର କରଜ ରୁ ମୁକ୍ତି ମିଳିଥାଏ। ଏହି ଉପାୟ ଟି ନିୟମିତ ଭାବେ ପାଳନ ପାଞ୍ଚ ସପ୍ତାହ ଯାଏ କରନ୍ତୁ। ଏହାର ଲାଭ ଆପଣ ନିଶ୍ଚିତ ପାଇବେ ଏହା ଦ୍ବାରା ଖାଲି ଧନ ର ସମସ୍ୟା ଧୂର ହୋଇନଥାଏ ବଂର ନୂଆ ନୂଆ କାର୍ଯ୍ୟ କୁଶଳ ଏବଂ ଉନ୍ନତି ର ସମସ୍ତ ବାଟ ଦେଖା ଦେଇଥାଏ।
୩ – ମନ ପସନ୍ଦ ର ଚାକିରୀ ପାଇବା ପାଇଁ ଚାହୁଁଥାନ୍ତି ତେବେ ପ୍ରତିଦିନ ମାତା ର୍ଦୁଗା କିମ୍ବା ମାତା ପାର୍ବତୀ ଙ୍କୁ ୧୧ ଟି ଅପରାଜିତା ଫୁଲ ର୍ଅପଣ କରନ୍ତୁ। ତେବେ ଏହି ମନବାଞ୍ଛା ପୁରଣ ହେବ। ଏହା ନିୟମିତ କରିବା ଉଚିତ୍ ହୋଇଥାଏ। ଯେଉଁ ପର୍ଯ୍ୟନ୍ତ ଆପଣଙ୍କର ମନବାଞ୍ଛା ପୁରଣ ନ ହେଉଛି। ଯଦି କୌଣସି କାରଣ ରୁ ସବୁ ଦିନ ନ କରିପାରନ୍ତି ତେବେ ନବ ରାତ୍ରି ରେ ନଅ ଦିନ ପର୍ଯ୍ୟନ୍ତ ନିଶ୍ଚୟ କରନ୍ତୁ। ମା ର୍ଦୁଗା ନିଶ୍ଚୟ ସହାୟ ହେବେ। ଏବଂ ଯଦି ନବ ରାତ୍ରି ସରି ଯାଇଥାଏ। ତେବେ ୨୧ ମଙ୍ଗଳବାର ନିଶ୍ଚୟ କରାନ୍ତୁ। ସପ୍ତାହ ର ପ୍ରତି ମଙ୍ଗଳବାର ଦିନ ଏହାକୁ ନିଶ୍ଚୟ କରାନ୍ତୁ। ଏହା ବହୁତ ଲାଭଦାୟକ ହୋଇଥାଏ।
୪ – ଧନ ର ସମସ୍ୟା ଦୂର କରିବା ପାଇଁ ଏବଃ ଉନ୍ନତି କରିିବା ପାଇଁ , ଚାକିରୀ ପାଇଁ କିଛି ଅପରାଜିତା ଫୁଲ କୁ ନେଇ ହନୁମାନ ଙ୍କର ଚରଣ ରେ ର୍ଅପଣ କରନ୍ତୁ ଏବଂ ସେହି ଫୁଲ ରୁ ଗୋଟିଏ ଫୁଲ ଆଣି ନିଜ ପାଖରେ ର୍ପସ କିମ୍ବା ଭ୍ୟାନିଟ ରେ ରଖିବା ଦ୍ବାରା ଧନ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ମନ ପସନ୍ଦ ର ଚାକିରୀ ମଧ୍ୟ ମିଳିଥାଏ।
୫ – ଧନ ପ୍ରାପ୍ତି ଏବଂ ଦୋକାନ ବ୍ୟବସାୟ ରେ ଉନ୍ନତି ପାଇଁ ପ୍ରତି ସୋମବାର ଦିନ ଧଳା ବସ୍ତ୍ର ପରିଧ୍ୟାନ କରି ଅପରାଜିତା ଫୁ୍ଲ କୁ ଶିବ ଲିଙ୍ଗ ରେ ଚଢେଇବା ଦ୍ବାରା ଧନ ପ୍ରାପ୍ତି ର ଯୋଗ ଖୋଲିଥାଏ। ଅଫିସ୍, ଦୋକାନ ଏବଂ ବ୍ୟବସାୟ ରେ ଉନ୍ନତି ପାଇଁ ଏହି ଅପରାଜିତା ଫୁଲ ଗଛ ମୂଳ ରେ ଧୂପ ,ଦୀପ , ଖିର ଦେଇ ଚେର ଟିଏ ଆଣନ୍ତୁ ଏବଂ ଏକ ନୀଳ ରଙ୍ଗ ର କପଡା ରେ ଗୁରାଇ ଅଫିସ୍ କିମ୍ବା ଦୋକାନ ବ୍ୟବସାୟର ମୁଖ୍ୟ ଦ୍ବର ରେ ଟାଙ୍ଗି ଦିଅନ୍ତୁ। ଏହା କରିବା ଦ୍ବାରା ଉନ୍ନତି ନିଶ୍ଚିତ ହୋଇଥାଏ। ଧଳା ଅପରାଜିତା ମା ଲକ୍ଷ୍ମୀ ନାରାୟଣ ଙ୍କର ମଧ୍ୟ ଅତି ପ୍ରିୟ ହୋଇଥାଏ। ଏହି ଧଳା ଅପରାଜିତା ଫୁଲ ପ୍ର୍ରତି ଦିନ କିମ୍ବା ପ୍ରତି ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣ ଙ୍କୁ ର୍ଅପଣ କଲେ ବହୁତ ଧନ ଲାଭ ହୋଇଥାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।