ଆଜିର ଦୁନିଆରେ ଜୟା କିଶୋରୀ ଙ୍କ ନା ବହୁତ ଜଣାଶୁଣା। ତାଙ୍କର କଥା ଓ ଭଜନ ସମସ୍ତେ ଶୁଣିବାକୁ ପସନ୍ଦ କରନ୍ତି। ଆଜି ଯେଉଁଠି ସେ ଅଛନ୍ତି ସେଠି ପହଁଞ୍ଚିବା ପାଇଁ ସେ ଧର୍ମଗୁରୁ ଙ୍କ ପାଖରୁ ଦୀକ୍ଷା ନେଇଥିଲେ। ଘରେ ଆଧ୍ୟାତ୍ମିକ ପରିବେଶ ଯୋଗୁ ସେ ନଅ ବର୍ଷ ବୟସରେ ନିଜର ମନ ଭଗବାନ ଙ୍କ ଭକ୍ତିରେ ଲଗେଇଦେଇଥିଲେ। ସେ ସେହିଦିନ ଠାରୁ ଦେଶ ବିଦେଶରେ “ଶ୍ରୀମଦ ଭଗବତ”କଥା ଏବଂ”ନାନୀ ବାଇ ମାୟରା”କରୁଛନ୍ତି।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଜୟା କିଶୋରୀ ନଅ ବର୍ଷ ବୟସରେ ଦୀକ୍ଷା ନେଇଥିଲେ। ଏହି ଦୀକ୍ଷା ସେ ପଣ୍ଡିତ ଗୋବିନ୍ଦରାମ ମିତ୍ର ଙ୍କ ପାଖରୁ ନେଇଥିଲେ। ସେ ଜୟା କିଶୋରୀ ଙ୍କର ଆଧ୍ୟାତ୍ମିକ ଗୁରୁ ଅଟନ୍ତି। କିଶୋରୀ ଙ୍କ ମନରେ ପିଲାଦିନରୁ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଗଭୀର ପ୍ରେମ ଥିଲା। ସେହି ପ୍ରେମ କୁ ଦେଖି ଗୁରୁ ଗୋବିନ୍ଦରାମ ତାଙ୍କ ନାମ କିଶୋରୀ ରଖିଥିଲେ। ଆପଣ ଜାଣିରଖନ୍ତୁ ଯେ ରାଧା ଙ୍କ ଅନ୍ୟ ନାମ କିଶୋରୀ। ଜୟା କିଶୋରୀ ଭଗବାନ ଶ୍ରୀକଷ୍ଣ ଙ୍କୁ ରାଧାଙ୍କ ଭଳି ପ୍ରେମ କରୁଥିଲେ। ଏହି କାରଣରୁ ଗୁରୁ ତାଙ୍କୁ ଏହି ନାମ ଦେଇଥିଲେ।
ସ୍ବାମୀ ଅନ୍ଧେଶାନଦ, ଦେବୀ ଚିତ୍ରଲେଖା, ବାବା ରାମଦେବ ଆଉ ଆଶ୍ଚର୍ଯ୍ୟ ବାଳକୃଷ୍ଣ ଙ୍କ ଭଳି ଧର୍ମଗୁରୁ ଙ୍କ ସହ ମଧ୍ଯ ଜୟା କିଶୋରୀ ଦେଖା କରିଛନ୍ତି। କିଶୋରୀ ଙ୍କୁ ନିଜ ଜ୍ଞାନ ବଢ଼ାଇବା ବହୁତ ପସନ୍ଦ ଥିଲା। ଏଥିପାଇଁ ସେ ଧର୍ମଗୁରୁ ଙ୍କ ସହ ନିଜର ଜ୍ଞାନ ସାଗର କୁ ବଢାଇଛନ୍ତି। କିଛି ସମୟ ପୂର୍ବରୁ ସେ ସୋସିଆଲ ମିଡିଆ ମାଧ୍ୟମରେ ଉତ୍ତରାଷ୍ଟ୍ରୀୟ କୃଷ୍ଣଭାଗନମୃତ ସନ୍ଧ୍ୟା ର ISKCON ର ପ୍ରସିଦ୍ଧ ଭଜନଗାୟିକା ଗୌରମନୀ ଦେବୀଙ୍କ ସହ କଥା ହୋଇଥିଲେ।
ଏହାଛଡ଼ା ସେ ସମୟ ସମୟରେ”Talk on spirituality”ନାମକ ଏକ ସେମିନାର ମଧ୍ଯ କରୁଛନ୍ତି। ଏହି ସେମିନାର କୁ ଜୟା କିଶୋରୀ ଙ୍କ ଅଧିକାରୀ ଫେସବୁକ,ଇଷ୍ଟାଗ୍ରାମ ଆଉ ୟୁ ଟ୍ୟୁବ୍ ଆକାଉଣ୍ଟ ରେ ମଧ୍ଯ ଲାଇକ କରୁଛନ୍ତି। ସେ ତାଙ୍କ ଭକ୍ତି କୁ ଆଧ୍ୟାତ୍ମିକ ସହ ଯୋଡ଼ି ହୋଇଥିବା ପ୍ରଶ୍ନ ର ଉତ୍ତର ଦିଅନ୍ତି। ଜୟା କିଶୋରୀ ଙ୍କ ଖାସ କଥା ଏହି କି ସେ ନିଜକୁ ସାଧାରଣ ଝିଅ ଭାବନ୍ତି। ସେ ନିଜକୁ ସାଧୁସନ୍ଥ କି ସାଧୁ କହିବାକୁ ପସନ୍ଦ କରନ୍ତିନି। ସେ ନିଜର ଜୀବନ ଏକ ସାଧାରଣ ଝିଅ ଭଳି ବଞ୍ଚିବାକୁ ପସନ୍ଦ କରନ୍ତି। ଖାଲି ଏତିକି ନୁହେଁ ସେ ନିଜର ବାପା ଙ୍କ ଇଛା ରେ ବାହା ହେବେ ପାଇଁ ଚାହୁଁଛନ୍ତି ଆଉ ମାଆ ହେବା ପାଇଁ ମଧ୍ଯ ଚାହୁଁଛନ୍ତି।
https://www.instagram.com/tv/CFZssccghGd/?utm_source=ig_web_copy_link