ଦୁର୍ଘଟଣା ଯେକୌଣସି ସମୟରେ ହୋଇପାରେ। କିନ୍ତୁ କଣ ଗୋଟିଏ ଛୋଟ ମାଛି କାହାକୁ ବାସହୀନ କରି ପାରିବ? ପ୍ରାୟତଃ ଆପଣ କହିବେ ଗୋଟିଏ ମାଛି କିପରି ଭାବରେ କାହାର ଘର ଛଡାଇ ନେଇ ପାରିବ? କିନ୍ତୁ ଏପରି ହୋଇଛି। ମାଛି କାରଣରୁ ଫ୍ରାନ୍ସର ରହୁଥିବା ଜଣେ ବ୍ୟକ୍ତି ବାସହୀନ ହୋଇଯାଇଛି ଏବଂ ବର୍ତ୍ତମାନ ତାକୁ ନିଜ ଗାଁର ଅନ୍ୟ ଜଣେ ବ୍ୟକ୍ତିର ଘରେ ରହିବାକୁ ପଡୁଛି। ଏହି ଛୋଟ ଜୀବଟି ବ୍ୟକ୍ତି ଜଣଙ୍କୁ ଏତେ ବିରକ୍ତ କରିଦେଇଥିଲା ଯେ, ତାକୁ ମାରିବା ଚକ୍କରରେ ସେ ନିଜର ଘର ବିସ୍ପୋରଣରେ ଉଡାଇ ଦେଇଥିଲେ। ଧମାକା ଏତେ ବଡ଼ ଥିଲା ଯେ ବ୍ୟକ୍ତିର ରୋଷେଇ ଘର ଏବଂ ଅଧା ଛାତ ଉଡି ଯାଇଥିଲା।
ଘଟଣା ଫ୍ରାନ୍ସର ଡୋରଡୋଗନେରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତିଙ୍କୁ ମାଛି ଏତେ ବିରକ୍ତ କରିଥିଲା ଯେ, ତାଙ୍କୁ ନିଜ ଘର ହରାଇବାକୁ ପଡିଲା।
ରାତ୍ରି ସମୟରେ ଯେତେବେଳେ ବ୍ୟକ୍ତି ଜଣକ ଖାଇବାକୁ ଯାଇଥିଲେ, ସେତେବେଳେ ତାଙ୍କ କୋଠରୀରେ ଏକ ଛୋଟ ମାଛି ଆସି ଯାଇଥିଲା। ଏହା ତାଙ୍କ ନିଜ କୋଠରୀ ପର୍ଯ୍ୟନ୍ତ ଆସିଯାଇଥିଲା।
ବାରମ୍ବାର ମାଛିଟି ଆସି ବ୍ୟକ୍ତିଙ୍କ ନାକ ଉପରେ ବସି ଯାଉଥିଲା। ସେ ତାକୁ ଉଡାଇଦେବାକୁ ପ୍ରୟାସରେ ଲାଗି ପଡ଼ିଥିଲେ କିନ୍ତୁ ମାଛିଟି ତାଙ୍କ ପିଛା ଛାଡି ନଥିଲା।
ମାଛିଟିକୁ ଘଉଡାଇବା ଚକ୍କରରେ ୮୦ ବର୍ଷର ଏହି ପେନସନ ଭୋଗୀ ଜଣକ ଇଲେକ୍ଟ୍ରୋ ନିକ ର୍ୟାକେଟ ଉଠାଇଲେ ଏବଂ ସେଥିରେ ମାଛିକୁ ଘଉଡାଇବାର ପ୍ରୟାସ କରିବାକୁ ଲାଗିଲେ।
ଏହି ଅବସରରେ ସେ ରୋଷେଇ ଘର ପର୍ଯ୍ୟନ୍ତ ଚାଲିଗଲେ। ସେ ଅନୁଭବ କରିପାରି ନଥିଲେ ଯେ, ରୋଷେଇ ଘରେ ଗ୍ୟାସ ଲିକ ହେଉଛି। ସେ ମାଛି ଘଉଡାଇବାରେ ଏତେ ବ୍ୟସ୍ତ ରହିଯାଇଥିଲେ ଯେ ଅଚାନକ ର୍ୟାକେଟ ଲିକ ହେଉଥିବା ଗ୍ୟାସର ନିକଟକୁ ଚାଲି ଯାଇଥିଲା।
ଏହି ସମୟରେ ର୍ୟାକେଟ ଏବଂ ଗ୍ୟାସ ମଧ୍ୟରେ।ପ୍ରତିକ୍ରିୟା ହୋଇଥିଲା ଏବଂ ସେଠାରେ ବଡ଼ ବିସ୍ଫୋଟ ହୋଇଥିଲା। ଏହି ବିସ୍ପୋରଣରେ ବ୍ୟକ୍ତି ଜଣଙ୍କର ରୋଷେଇ ଘର ଉଡି ଯାଇଥିଲା।
ଏଥିସହିତ ତାଙ୍କ ହାତ ମଧ୍ୟ ଏହି ବିସ୍ପୋରଣରେ ଜଳି ଯାଇଥିଲା। ତାଙ୍କ ଘରର ଅଧା ଛାତ ଉଡି ଯାଇଥିଲା। ବର୍ତ୍ତମାନ ବ୍ୟକ୍ତି ଜଣକ ନିଜ ପଡ଼ୋଶୀରେ ଅନ୍ୟ ଜଣଙ୍କ ଘରେ ରହୁଛନ୍ତି।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |