ନାଗ ନାଗୁଣୀଙ୍କ ଯୋଡି ପାଇଁ ଚିନ୍ତିତ ଥିଲେ ପୁରା ପରିବାର , ସାପ କେଳା ଦେଲା ଚେର ମୂଳି ତାପରେ…

ବିହାରର ଦରଭଙ୍ଗା ଜିଲ୍ଲାରେ ଏକ ଘରେ ବିଷଧର ନାଗ ନାଗୁଣୀଙ୍କ ଯୋଡି ପାଇଁ ଗୋଟିଏ ପରିବାର ଏତେମାତ୍ରା ରେ ଚିନ୍ତିତ ଥିଲା ଯେ ଏହି କଥାର ସୂଚନା ଜଣେ ସାପ କେଳାକୁ ଦେବାକୁ ପଡିଥିଲା । ସେହି ପରିବାରର ସଦସ୍ୟ ସେତେବେଳେ ଶାନ୍ତିରେ ନିଶ୍ୱାସ ନେଲେ ଯେତେବେଳେ ସେହି ସାପ କେଳା ଚେର ମୂଳି ଦେଲେ ଏବଂ ସେହି ଯୋଡି ବାହାରକୁ ବାହାରି ଅସିଲେ । ଏହି କୌତୁହଳ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ।

google

ଏହି ପୁରା ମାମଲା ଦରଭଙ୍ଗା ଜିଲ୍ଲାର ଟାୱାର ଛକ ଇଲାକାର , ଘରଟିକୁ ବହୁତ ଦିନହେବ ଗୋଟିଏ ନାଗ ନଗୁଣି ଯୋଡି ନିଜର ଘର ବନାଇ ନେଇଥିଲେ । ଘର ଲୋକଙ୍କ ନଜର ସବୁବେଳେ ଏମାନଙ୍କ ଉପରେ ପଡୁଥିଲା କିନ୍ତୁ ସବୁବେଳେ ଏମାନେ ଘରଲୋକଙ୍କ ଆଖିକୁ ଧୋକା ଦେଇ ଘର ଭିତରେ ଲୁଚି ଯାଉଥିଲେ ।

ଅବସ୍ଥା ଏପରି ଥିଲା ଯେ ସେହି ଘରର ଲୋକ ନିଜ ଘରେ ଭୟାବିତ ହୋଇ ରହୁଥିଲେ । ଅଖପାଖର ଲୋକ ମଧ୍ୟ ଏହି ଘଟଣାରେ ଆଶ୍ଚର୍ଯ୍ୟ ଥିଲେ ଏବଂ ସେମନେ ସେହି ଦୁଇ ସାପକୁ ବାହାର କରିବାର ବାଟ ଖୋଜୁଥିଲେ । ପରିଶେଷରେ ସେହି ଲୋକମାନେ ସାପକୁ ଧରିବା ପାଇଁ ଗୋଟିଏ ସାପ କେଳା କୁ ଡାକିଥିଲେ ।

ହାଜି ମସ୍ତାନ ନାମକ କେଳା ପ୍ରଥମେ ସେହି ଯୋଡି ପାଇଁ ଗୋଟିଏ ଚେର ମୂଳି ବାହାର କଲେ। ଏହା ପରେ ସେ ଦୁଇ ନାଗ ନାଗୁଣି ବାହାରକୁ ଆସିଲେ ଏଵଂ ସେମାନଙ୍କୁ ଧରି ଡ଼ବାରେ ପୁରାଇ ଦେଲେ । ସେହି ସାପ ଦୁଇଟିର ଲମ୍ବା ପାଖାପାଖି ୬ ଫୁଟ ଲମ୍ବା ଥିଲା । ସେହି ଦୁଇଟି ସାପକୁ ବହୁତ ସାବଧାନତା ର ସହିତ ଧରି ସେ ନିଜ ସାଥିରେ ନେଇଗଲେ ।

ଘର ଲୋକ କହିଥିଲେ ସେମାନଙ୍କୁ ଜଣାନଥିଲା କେତେବେଳେ ଓ କେମିତି ସେ ଦୁଇଟି ସାପ ଘର ଭିତରକୁ ପସିଆସିଲେ । ସେହି ଦୁଇଟି ସାପ ଧରା ହୋଇଯିବାରୁ ସେମାନେ ଶାନ୍ତିରେ ନିଶ୍ୱାସ ନେଇଥିଲେ ।

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ ତେବେ ନିଶ୍ଚିନ୍ତ ଗୋଟିଏ ଲାଇକ କରିବେ | ନିଜ ସାଙ୍ଗ ସାଥୀଙ୍କ ସହିତ ଶେୟାର କରିବାକୁ ଅନୁରୋଧ ଓ ଏହାକୁ ନେଇ ନିଜ ମାତା ମତ ଆମକୁ କମେଣ୍ଟରେ ନିଶ୍ଚିନ୍ତ ଦେବେ |

Leave a Reply

Your email address will not be published. Required fields are marked *