ନିଆଁ ପାଇଁ ରାତିରେ ଶୋଇ ପାରୁନାହାନ୍ତି ଲୋକେ। କିଛି ନଥାଇ ଅକସ୍ମାତ ଲାଗିଯାଉଛି ନିଆଁ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ାର ତିଖିରି ପଞ୍ଚାୟତ ଅନ୍ତର୍ଗତ ନୁଆଁ ଗାଁରେ ଏପରି ଏକ ଅଦ୍ଭୁତ ଘଟଣା ଘଟୁଛି ଯାହା ଆପଣ ଦେଖିଲେ ବି ସ୍ତବ୍ଧ ରହିଯିବେ। ଏହି ଗାଁର ପ୍ରସନ୍ନ ସ୍ୱାଇଁଙ୍କ ଘରେ ଆଶ୍ଚର୍ଯ୍ୟଜନକ ଭାବେ ନିଆଁ ଲାଗି ଯାଉଛି। କେଉଁଠି କିଛି ନଥାଇ ହଠାତ ପିନ୍ଧା ଲୁଗା, ଆସବାବପତ୍ର, ବିଛଣା ଠାରୁ ଆରମ୍ଭ ଏପରିକି ଘର ଅଗଣାରେ ଥିବା ଚଉରାରେ ନିଆଁ ଲାଗି ଯାଉଛି। ପରିବାର ଲଗେ ନିଆଁ ଲିଭାଇବା ପାଇଁ ଜଗି କରି ରହୁଛନ୍ତି।

ଏଭଳି ଘଟଣା ଦେଖି ପ୍ରସନ୍ନ ସ୍ୱାଇଁଙ୍କ ଘର ଲୋକେ ଆତଙ୍କିତ ହୋଇ ଯାଇଛନ୍ତି। ଘରର ଛୋଟ ପିଲା ମାନଙ୍କୁ ପଡୋଶୀ ଘରକୁ ପଠାଇଦେଇ ବଡ଼ ଲୋକମାନେ ଦିନ ରାତି ଜଗି ରହୁଛନ୍ତି। ତେବେ କିଛି ଲୋକ ଏହି ନିଆଁର କାରଣ ପଛରେ ଗୁଣି ଗରେଡ଼ି ହାତ ଥିବା କଥା ଖୁଥିବା ବେଳେ ଆଉ କିଛି ଲୋକ ଏହା ଭୌତିକ କାରଣରୁ ହେଉଥିବ ବୋଲି ଅନୁମାନ କରିଛନ୍ତି।

Bizarre! Household goods catch fire automatically in Odisha's ...

ବୁଧବାର ଠାରୁ ଆଜି ପର୍ଯ୍ୟନ୍ତ ପାଖାପାଖି ୮୦ ରୁ ଅଧିକ ଥର ନିଆଁ ଲାଗି ସାରିଲାଣି ବୋଲି ଏହି ଘରର ଲୋକମାନେ ପ୍ରକାଶ କରିଛନ୍ତି। ଏହି ଘରେ ପ୍ରସନ୍ନ ସ୍ବାଇଁ, ମହେଶ୍ୱର ସ୍ୱାଇଁ, ଏବଂ ପୂର୍ଣ୍ଣ ସ୍ୱାଇଁଙ୍କ ପରିବାରର ଲୋକ ରହିଥାନ୍ତି। ସେମାନେ କହିଛନ୍ତି ଯେ ଅବାସ୍ତବ ସ୍ଥାନ ଗୁଡିକରେ ନିଆଁ ଲାଗୁଛି। ଯେମିତିକି ଘରର ଚଉରା, ପିଲାଙ୍କ ଆଇ କାର୍ଡ଼, ସାର୍ଟିଫିକେଟ, ଘରର ଆଜବେଷ୍ଟ, ଗୁହାଳ ଘର, ବର୍ଷା ହେଉଥିବା ସମୟରେ ବାହାରେ ଥିବା ଲୁଗାପଟା ଆଦିରେ ଅଧିକ ପରିମାଣରେ ନିଆଁ ଲାଗୁଛି।

ଏହି ସମ୍ବନ୍ଧରେ ଘରର ଲୋକମାନେ ପୋଲିସ ଠାରୁ ଆରମ୍ଭ କରି ଅଗ୍ନିଶମ ବିଭାଗକୁ ତଦନ୍ତ କରିବା ପାଇଁ ମଧ୍ୟ ଫୋନ କରି ଜଣାଇଛନ୍ତି। ମାତ୍ର ଏହା ସେମାନଙ୍କର କାର୍ଯ୍ୟ ନୁହେଁ ବୋଲି ମନା କରିଦେଇଛନ୍ତି । ଏପରି ପରିସ୍ଥିତିରେ ସେମାନେ କିଛି କରିପାରି ହତାଶ ହୋଇପଡିଛନ୍ତି। ଏହାଛଡା ବେସାହାରା ଭାବରେ ବାହାରେ ପଡି ରହିଛନ୍ତି ସେମାନେ। ସବୁଠୁ ବଡ଼ କଥା ଯେ ବର୍ତ୍ତମାନ ସମଗ୍ର ଗାଁର ଲୋକ ସେଠାରେ ପହଞ୍ଚି ସେମାନଙ୍କୁ ସାହାଯ୍ୟ କରୁଛନ୍ତି।

ତେବେ ବିଶେଷଜ୍ଞ କହିଛନ୍ତି ଯେ ନିଆଁ କେବେ ଆପେ ଆପେ ଶୂନ୍ୟରୁ ଲାଗି ଯାଇ ନଥାଏ ଏଥି ପାଇଁ ଅମ୍ଳଜାନ, ଅଙ୍ଗାରକାମ୍ଳ, ଉଦଜାନ ନାମକ ତିନୋଟି ଜିନିଷର ଆବଶ୍ୟକତା ରହିଥାଏ। ଯଦି ଏପରି ଶୂନ୍ୟରେ ନିଆଁ ଲାଗି ଯାଉଥାନ୍ତା ତେବେ ଆମର ସଭ୍ୟତା ଆହୁରି ବିକଶିତ ହୋଇସାରିଥାନ୍ତା। ନିଆଁକୁ ଆବିଷ୍କାର କରିବା ପାଇଁ ମଧ୍ୟ ବହୁ ସମୟ ଲାଗିଥିଲା। ତେବେ ଏପରି ନିଆଁ ଲାଗିବା ସମୟରେ କୌଣସି ଭୌତିକ କାରଣ ନଥିବାରୁ ଏହା ରାସାୟନିକ ପ୍ରକ୍ରିୟାରେ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ଏହାକୁ ପରୀକ୍ଷା କରିବା ପରେ ହିଁ ଏପରି ନିଆଁ ଲାଗିବାର ସତ୍ୟତା ସମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *