ଦୁନିଆରେ ଅନେକ ପ୍ରକାରର ଲୋକ ରହିଛନ୍ତି। କିଛି ଲୋକଙ୍କୁ ନିଜର ଶରୀରର ଗଠନରେ ପରିବର୍ତ୍ତନ ଆଣିବା ପସନ୍ଦ ହୋଇଥାଏ। କିଛି ଏହାକୁ ଏକ ସୀମିତ ମଧ୍ୟରେ କରୁଥିବା ବେଳେ ଆଉ କିଛି ଏଥିପାଇଁ ସବୁ ସୀମା ପାର କରିଯାଇଥାନ୍ତି। ଏମିତି ହିଁ ଜଣେ ବ୍ୟକ୍ତି ହେଉଛନ୍ତି ଜର୍ମାନୀରେ ରହୁଥିବା ୩୯ ବର୍ଷର ସେଣ୍ଡ୍ରୋ। ସେଣ୍ଡ୍ରୋ ଜର୍ମନୀର ଫିନଷ୍ଟରବାଲ୍ଡେରେ ରୁହନ୍ତି।
ଏହି ବ୍ୟକ୍ତି ଗତ ୧୭ ବର୍ଷରେ ଅନେକ ଥର ନିଜର ଶରୀର ଗଠନରେ ପରିବର୍ତ୍ତନ କରାଇ ସାରିଛନ୍ତି। ଏଥିରେ କେତେକ ଟାଟୁ ଏବଂ କେତେକ ପିୟର୍ସିଙ୍ଗ ଶାମିଲ ରହିଛି। ସବୁଠୁ ବଡ଼ ପରିବର୍ତ୍ତନ ସେ ନିଜର କାନ କାଟି ନେଇଛନ୍ତି। ବ୍ୟକ୍ତି ଜଣକ ନିଜ ରୋଷେଇ ଘରେ ଏକ ଡବାରେ କଟିଥିବା କାନ ସୁରକ୍ଷିତ ଭାବରେ ଗଚ୍ଛିତ କରି ରଖିଛନ୍ତି। ଯିଏ ବି ସେଣ୍ଡ୍ରୋଙ୍କ ଫୋଟୋ ଦେଖିଥାନ୍ତି ସେ ଆଶ୍ଚର୍ଯ୍ୟ ଚକିତ ହୋଇଯାନ୍ତି। ସେଣ୍ଡ୍ରୋଙ୍କର ଅନେକ ଫୋଟୋ ସୋସିଆଲ ମିଡିଆରେ ଭାଇରଲ ମଧ୍ୟ ହୋଇଛି।
ସେଣ୍ଡ୍ରୋ ନିଜେ ବେରୋଜଗାର ଅଟନ୍ତି। ସେ ଗତ ୧୩ ବର୍ଷରେ ୧୭ ଥର ଶରୀରର ଗଠନରେ ପରିବର୍ତ୍ତନ ଆଣି ସାରିଛନ୍ତି। ଏଥିରେ ତାଙ୍କର କାନ କାଟିବା ମଧ୍ୟ ଶାମିଲ ରହିଛି।
ସେଣ୍ଡ୍ରୋ ନିଜ ଶରୀରର ଗଠନ ପରିବର୍ତ୍ତନରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୮୪ ହଜାର ଟଙ୍କା ଖର୍ଚ୍ଚ କରିସାରିଲେଣି। ଏହି ଟାଟୁ ଏଡିକ୍ଟଙ୍କୁ ନିଜ ଶରୀର ଗଠନ ପରିବର୍ତ୍ତନ କରିବାର ଅଭ୍ୟାସ ରହିଛି।
ସେଣ୍ଡ୍ରୋଙ୍କୁ ପିଲା ବେଳୁ ନିଜ ମୁଣ୍ଡକୁ ଖପୁଡି ପରି କରି ଦେଖାଇବାର ସୌକ ରହିଥିଲା। ଏହି କାରଣରୁ ସେ ନିଜର କାନ କାଟାଇ ଦେଇଥିଲେ।
ସେଣ୍ଡ୍ରୋଙ୍କୁ ସୋସିଆଲ ମିଡିଆରେ ମିଷ୍ଟର ସ୍କଲ ଫେସ ନାମରେ ଜାଣିଥାନ୍ତି। ତାଙ୍କର କହିବା କଥା ଯେ, ଏମିତି କରିବା ଦ୍ୱାରା ତାଙ୍କ ଆତ୍ମବିଶ୍ବାସ ବଢ଼ିଥାଏ।
ସେଣ୍ଡ୍ରୋ ସବୁଠୁ ପ୍ରଥମେ ନିଜ ଶରୀରର ଗଠନ ପରିବର୍ତ୍ତନ ୨୦୦୭ ମସିହାରେ କରାଇଥିଲେ। ଯେତେବେଳେ ସେ ଟିଭିରେ ଜଣେ ବ୍ୟକ୍ତିଙ୍କୁ ନିଜ ମୁଣ୍ଡରେ ସିଙ୍ଘ ସହିତ ଦେଖିଥିଲେ।
ଏହାପରେ ସେ ନିଜ ମୁଣ୍ଡ, ହାତ ଏବଂ ତାଙ୍କ ମଣିବନ୍ଧ ଭିତରେ ଚିପ୍ସ ରଖିବା ପର୍ଯ୍ୟନ୍ତ ସବୁକିଛି କରିଛନ୍ତି। ବର୍ତ୍ତମାନ ସେ ନିଜର ଜିଭ ମଝିରେ କାଟି ଦେଇଛନ୍ତି।
ସେଣ୍ଡ୍ରୋ ନିଜର କାନକୁ କାଟି ଏକ ବୋତଲରେ ରଖି ଦେଇଛନ୍ତି। ତାଙ୍କ କହିବା କଥା ଯେ, ଏହାକୁ ଦେଖି ମଧ୍ୟ ତାଙ୍କ ଆତ୍ମବିଶ୍ବାସ ବଢ଼ିଥାଏ। ସେ ଘରକୁ ଆସିଥିବା ଲୋକଙ୍କୁ ଏହା ଦେଖାଇଥାନ୍ତି।
ବର୍ତ୍ତମାନ ସେଣ୍ଡ୍ରୋ ବେରୋଜଗାର ଅଛନ୍ତି କିନ୍ତୁ ଇନଷ୍ଟଗ୍ରାମରେ ତାଙ୍କ ଫୋଟୋ ଦ୍ୱାରା ତାଙ୍କର ଆୟ ହେଉଛି। ସେଣ୍ଡ୍ରୋ କହିଛନ୍ତି ଯେ, ତାଙ୍କ ଲୁକ କାରଣରୁ ତାଙ୍କୁ ଚାକିରୀରୁ ବାହାର କରିଦିଆ ଯାଇଥାଏ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |