ନିଜର ଜନ୍ମ ମାସରୁ ଜାଣନ୍ତୁ ନିଜ ଜୀବନର ସବୁଠୁ ବଡ଼ ରହସ୍ୟ…

ଜ୍ୟୋତିଷ ଶାସ୍ତ୍ରରେ ଜନ୍ମ ମାସ ମଣିଷ ଜୀବନରେ ଅନେକ ମହତ୍ତ୍ୱ ରଖିଥାଏ। ଜନ୍ମ ମାସକୁ ଆଧାର କରି କୌଣସି ବ୍ୟକ୍ତିର ସ୍ଵଭାବ, ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ବିଷୟରେ ବହୁତ କିଛି ଜାଣି ହେବ। ଜଣେ ବ୍ୟକ୍ତିର ଜନ୍ମମାସ ଜାଣିବା ପରେ ସେ କେଉଁ ପ୍ରକାରର ମଣିଷ, ଆପଣ କଣ କରିବାକୁ ପସନ୍ଦ କରନ୍ତି, ଆପଣଙ୍କ ଠାରେ କଣ ବିଶେଷ ରହିଛି ଏସବୁ ଜାଣି ହୁଏ।

ଜାଣନ୍ତୁ କଣ କହୁଛି ଆପଣଙ୍କ ଜନ୍ମମାସ:

ଜାନୁଆରୀ ମାସ- ଆପଣ ବହୁତ ଅଧିକ ତେଜଶାଳୀ ଅଟନ୍ତି। ଆପଣଙ୍କ ପାଖରେ ନେତୃତ୍ୱର ଗୁଣ ଭରି ରହିଛି। ଆପଣ କିଛି ବି କରିବା ପାଇଁ ସକ୍ଷମ ଅଟନ୍ତି। ଚ୍ୟାଲେଞ୍ଜ କରି କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି ଏବଂ ଆପଣଙ୍କ ଏହି ସ୍ୱଭାବ କାରଣରୁ ଜୀବନରେ ସଫଳତା ପାଇଥାନ୍ତି।

ଫେବୃଆରୀ ମାସ- ଆପଣ ବହୁତ ସୃଜନଶୀଳ ସ୍ୱଭାବର ମଣିଷ। ଆପଣଙ୍କର କଳା ଏବଂ ସାହିତ୍ୟ ପ୍ରତି ରୁଚି ରହିଛି। ଆପଣ ସଙ୍ଗୀତ, ନୃତ୍ୟ, ଏବଂ ଚିତ୍ର କରିବାକୁ ବହୁତ ପସନ୍ଦ କରିଥାନ୍ତି। ଆପଣ ନିଜର ସ୍ଵଭାବ ଦ୍ୱାରା ଅନ୍ୟକୁ ଖୁସି ରଖିବା ସହିତ ଅନ୍ୟକୁ ଚିନ୍ତାରୁ ମୁକ୍ତ ରଖୁଥାନ୍ତି। ଅନ୍ୟକୁ ସାହାଯ୍ୟ କରିବା ପାଇଁ ସର୍ବଦା ତତ୍ପର ରହିଥାନ୍ତି।

ମାର୍ଚ୍ଚ ମାସ- ଆପଣ ମନ ବହୁତ ଦୃଢ଼ ରହିଥାଏ। ଆପଣ ମନରୁ ନୁହେଁ ମସ୍ତିଷ୍କରୁ ନିଷ୍ପତ୍ତି ନେବାକୁ ସଠିକ ଭାବିଥାନ୍ତି। ଆପଣଙ୍କ ମୁତାବକ ପ୍ରତ୍ୟେକ ନିଷ୍ପତି ସଠିକ ସମୟ ଏବଂ ମସ୍ତିଷ୍କରୁ ନେବା ଉଚିତ ହୋଇଥାଏ। ଆପଣ ବହୁତ ବିଶ୍ୱାସୀ ପ୍ରକୃତିର ମଣିଷ।କୌଣସି ପ୍ରକାରର ଦେଖେଇ ହେବା ଜିନିଷକୁ ପସନ୍ଦ କରନ୍ତି ନାହିଁ।

ଅପ୍ରେଲ ମାସ- ଆପଣ ବହୁତ ବିଶ୍ୱାସୀ ବ୍ୟକ୍ତି ପ୍ରମାଣିତ ହୋଇଥାନ୍ତି। ନିଜର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଯଥାସମ୍ଭବ ଅନେକ ଚେଷ୍ଟା କରିଥାନ୍ତି। ଆପଣଙ୍କ ପାଖରେ ନେତୃତ୍ୱ କରିବାର ସ୍ଵଭାବ ରହିଛି। ଆପଣ ଜାଣିଛନ୍ତି ନିଜ ଲୋକଙ୍କ ସୁଖ ଦୁଃଖରେ ସାହାଯ୍ୟ କରିବା କେତେ ଜରୁରୀ ହୋଇଥାଏ। ଆପଣ ଯଥା ସମ୍ଭବ ଅନ୍ୟ ମାନଙ୍କୁ ସଠିକ ଉପଦେଶ ଦେଇଥାନ୍ତି।

ମଇ ମାସ- ଆବଶ୍ୟକ ସମୟରେ ସମ୍ପର୍କକୁ ପରୀକ୍ଷା କରିବାର କଳା ଆପଣଙ୍କ ଠାରେ ଭରପୂର ରହିଛି। ଅନେକ ସମୟରେ କିଛି କିଛି ଜିନିଷରେ ପରିବର୍ତ୍ତନ ଆଣିବାକୁ ପସନ୍ଦ କରନ୍ତି। ଆପଣ ବହୁତ ବୁଝିବା ମଣିଷ। ଆପଣଙ୍କ କଥାବାର୍ତ୍ତାର ଶୈଳୀ ଅକର୍ଷିତ ହୋଇଥାଏ।

ଜୁନ ମାସ- ଅନ୍ୟମାନଙ୍କୁ ନିଜ ଆଡକୁ ଅକର୍ଷିତ କରିବାର କ୍ଷମତା ଭରପୂର ରହିଛି। ଆପଣଙ୍କ ବ୍ୟକ୍ତିତ୍ୱ ଚୁମ୍ବକ ପରି ଅନ୍ୟମାନଙ୍କୁ ଅକର୍ଷିତ କରିଥାଏ। ନିଜର ବୁଦ୍ଧି ଏବଂ ଚତୁରତାର ପ୍ରୟୋଗ କରି କଷ୍ଟସାଧ୍ୟ ପରିସ୍ଥିତିକୁ ମଧ୍ୟ ନିଜର ଅନୁକୂଳ ପରିସ୍ଥିତିରେ ପରିବର୍ତ୍ତିତ କରି ନେଇଥାନ୍ତି। କୌଣସି ପ୍ରକାରର ଯୁକ୍ତି ତର୍କରେ ଆପଣଙ୍କ ଠାରୁ ଜିତିବା କଠିନ ହୋଇଥାଏ।

ଜୁଲାଇ ମାସ- ଆପଣଙ୍କ ମସ୍ତିଷ୍କ ବହୁତ ତୀବ୍ର ଏବଂ ଆପଣ ବହୁତ ବୁଦ୍ଧିମାନ ପ୍ରବୃତ୍ତିର ବ୍ୟକ୍ତି। ସବୁ ସମୟରେ କିଛି ନୁଆଁ ଏବଂ ରଚନାତ୍ମକ କରିବା ଆପଣଙ୍କ ବିଶେଷତ୍ୱ। ଆପଣ ସବୁବେଳେ ନିଜର ଏବଂ ଆପଣଙ୍କ ସହିତ ଜଡିତ ଲୋକଙ୍କ ଭବିଷ୍ୟତକୁ ନେଇ ସଚେତ ରହିଥାନ୍ତି। ପ୍ରତିଯୋଗିତାରେ ଭାଗ ନେବା ବହୁତ ପସନ୍ଦ କରିଥାନ୍ତି।

ଅଗଷ୍ଟ ମାସ- ଆପଣ ଭାବୁକ ପ୍ରକୃତିର ମଣିଷ। ମାତ୍ର ନିଜ ଭାବନାକୁ ଅନ୍ୟମାନଙ୍କ ସାମ୍ନାରେ ପ୍ରକଟ ହେବାକୁ ଦିଅନ୍ତି ନାହିଁ। ଆପଣ ସମ୍ପର୍କ ପ୍ରତି ଅଧିକ ସମର୍ପିତ ରହିଥାନ୍ତି। ଅନେକ ସମୟରେ ଲୋକମାନେ ଆପଣଙ୍କୁ ବୁଝି ପାରନ୍ତି ନାହିଁ। ଆପଣ ସରଳ ସ୍ୱଭାବର ହେବା ସହିତ ସ୍ପଷ୍ଟ କଥାବାର୍ତ୍ତା କରିଥାନ୍ତି।

ସେପ୍ଟେମ୍ବର ମାସ- ଆପଣ ଅଧିକ ରଙ୍ଗୀନ ମିଜାଜର ଲୋକ। ନିଜର ପରିଶ୍ରମ ଉପରେ ପୂର୍ଣ୍ଣ ଭରସା ରଖିଥାନ୍ତି। ଜୀବନରେ ଧର୍ଯ୍ୟର ସହିତ ଆଗକୁ ବଢି ସଫଳତା ହାସଲ କରନ୍ତି। ଆପଣ ଅଧିକ ବୁଦ୍ଧିମାନ ହେବା ସହିତ ନିଜର ବାଣୀ ଉପରେ ଭଲ ନିୟନ୍ତ୍ରଣ ରଖି ପାରନ୍ତି।

ଅକ୍ଟୋବର ମାସ- ଆପଣ ବହୁତ ପ୍ରଫେସନାଲ ଏବଂ ବିନମ୍ର ସ୍ୱଭାବର ମଣିଷ। ଆପଣ କୌଣସି ବିଷୟର ମୂଳ ପର୍ଯ୍ୟନ୍ତ ଯିବାକୁ ପସନ୍ଦ କରନ୍ତି। ନିଜର ବିଶେଷତ୍ୱ କାରଣରୁ ସମାଜରେ ସମ୍ମାନ ପାଇଥାନ୍ତି। ଆପଣ ଭିଡରେ ମଧ୍ୟ ନିଜର ଏକ ଭିନ୍ନ ସ୍ଥାନ ବନାଇବାକୁ ସକ୍ଷମ ଅଟନ୍ତି।

ନଭେମ୍ବର ମାସ- ଆପଣ ପ୍ରତ୍ୟେକ କାର୍ଯ୍ୟକୁ ଅତ୍ୟନ୍ତ ସୁନ୍ଦର ଏବଂ ଅକର୍ଷିତ ଉପାୟରେ କରିଥାନ୍ତି। ସବୁ ସମୟରେ କିଛି ନୂତନ କରିବାର ଚେଷ୍ଟାରେ ଲାଗି ରହିଥାନ୍ତି। ଆପଣ ଖୁବଶୀଘ୍ର ବନ୍ଧୁ ବନାଇବାରେ ନିପୁଣ ଅଟନ୍ତି। ମଣିଷ ଚିହ୍ନିବାର କ୍ଷମତା ମଧ୍ୟ ଆପଣଙ୍କ ଠାରେ ରହିଛି।

ଡିସେମ୍ବର ମାସ- ଆପଣ ବିବେକର ସହିତ କାର୍ଯ୍ୟ କରନ୍ତି। ଯେକୌଣସି କାର୍ଯ୍ୟକୁ ଚତୁରତାର ସହିତ ସମ୍ପର୍ଣ୍ଣ କରିଥାନ୍ତି। ଆପଣଙ୍କ ସ୍ଵଭାବ ଅନ୍ୟ ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ। ବିନା କାରଣରେ ଯୁକ୍ତି ତର୍କ କରୁଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତି। ଉଚ୍ଚ ବିଚାର ଥିବା ବ୍ୟକ୍ତିଙ୍କ ସହିତ ଜୀବନ ବିତାଇବାକୁ ପସନ୍ଦ କରିଥାନ୍ତି।

Leave a Reply

Your email address will not be published. Required fields are marked *