ନିଜ ଠାରୁ ୩୦ ବର୍ଷର ସାନ ବ୍ୟକ୍ତିଙ୍କ ପ୍ରେମରେ ପାଗଳ ହେଲେ ବୁଢ଼ୀ ଜେଜେମା, ୧୭ ଲକ୍ଷ ଟଙ୍କାନେଇ ଦେଇଗଲେ ଧୋକା

ପ୍ରେମର କୌଣସି ବୟସ ନଥାଏ। ଏହା କେବେବି କାହା ସହିତ ମଧ୍ୟ ହୋଇଯାଇଥାଏ। କିନ୍ତୁ ଏହି ପ୍ରେମରେ କିଏ ବିଶ୍ୱାସୀ ଅଟେ ଏବଂ କିଏ ଧୋକାବାଜ ତାହା ବୁଝିହୁଏ ନାହିଁ। ଅନେକଥର ପ୍ରେମର ଆଡୁଆଳରେ ସାମ୍ନାରେ ଥିବା ମଣିଷକୁ ଧୋକା ଦିଆଯାଇଥାଏ କିନ୍ତୁ ପ୍ରେମରେ ଅନ୍ଧ ମଣିଷ ଏହାକୁ ବୁଝି ହିଁ ପାରି ନଥାଏ। ତେବେ ଆଖି ଖୋଲିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ। ପ୍ରେମରେ ଏମିତି ହିଁ ଧୋକା ଖାଇଥିଲେ ୬୮ ବର୍ଷୀୟା ବେଥ ହେନିଙ୍ଗ।

ବୟସର ସେହି ପାହାଚରେ ଯେତେବେଳେ ସେ ଏକୁଟିଆ ହୋଇଯାଇଥିଲେ ଏବଂ ନିଜ ନାତି ନାତୁଣୀଙ୍କ ସହିତ ଜୀବନ ଅତିବାହିତ କରିବାକୁ ଯାଉଥିଲେ ସେତେବେଳେ ତାଙ୍କ ଜୀବନରେ ତାଙ୍କ ଠାରୁ ଅଧା ବୟସର ଜଣେ ବ୍ୟକ୍ତି ଆସିଥିଲେ। ସେ ମହିଳାଙ୍କୁ ବିବାହ କରିଥିଲେ। କିନ୍ତୁ କିଛି ଦିନ ମଧ୍ୟରେ ତାଙ୍କୁ ନିଜର ପ୍ରକୃତ ରଙ୍ଗ ଦେଖାଇବା ଆରମ୍ଭ କରି ଦେଇଥିଲା। ଯାହାପରେ ମହିଳାଙ୍କୁ ଅନୁଭୂତି ହୋଇଥିଲା ଯେ ବୃଦ୍ଧା ଅବସ୍ଥାରେ ସେ ବହୁତ ବଡ଼ ଭୁଲ କରି ଦେଇଛନ୍ତି। ପ୍ରେମ ଏବଂ ଧୋକାକୁ ନେଇ ନିଜ କାହାଣୀ ମହିଳା ଜଣକ ନିଜେ ଅନ୍ୟଙ୍କ ସହିତ ସେୟାର କରିଥିଲେ।

ୟୁକେରେ ରହୁଥିବା ୬୮ ବର୍ଷୀୟା ବେଥ ହେନିଙ୍ଗ ସୋସିଆଲ ମିଡିଆରେ ନିଜ ସହିତ ହୋଇଥିବା ଧୋକାର କାହାଣୀ ସେୟାର କରିଥିଲେ। ମହିଳା ଜଣକ କହିଥିଲେ ଯେ, ପ୍ରଥମେ ଯେତେବେଳେ ସେ ଶୁଣୁଥିଲେ ଯେ କିପରି ବୃଦ୍ଧା ମହିଳାଙ୍କର ଯବାନ ଝିଅଙ୍କ ସହିତ ପ୍ରେମ ହୋଇଯାଇଥାଏ ସେତେବେଳେ ସେ ତାଙ୍କର ପରିହାସ କରିଥାନ୍ତି। କିନ୍ତୁ ଯେତେବେଳେ ତାଙ୍କ ଜୀବନରେ ଜଣେ ଟୟବୟ ଆସିଥିଲେ ସେତେବେଳେ ସେ ଜାଣିପାରିଲେନି ପ୍ରେମରେ ପଡିଲେ ମସ୍ତିସ୍କ କାମ କରିବା ବନ୍ଦ କରିଦେଇଥାଏ।

ବେଥ ହେନିଙ୍ଗ ଜଣେ ସମାଜ ସେବୀ ଅଟନ୍ତି। ଫେସବୁକରେ ତାଙ୍କର ଭେଟ ଘାନାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହିତ ହୋଇଥିଲା। ୩୦ ବର୍ଷର ରାଡ଼ନୀ ଘାନାରେ ମ୍ୟୁଜିକ କଂସର୍ଟ କରୁଥିଲେ। ଏଥିସହିତ ସାମାଜିକ କାର୍ଯ୍ୟ ସହିତ ଜଡିତ ଥିଲେ। ବେଥ ହେନିଙ୍ଗ ଘାନାର ଲୋକଙ୍କ ପାଇଁ ମଧ୍ୟ ପାଣ୍ଠି ଏକଜୁଟ କରୁଥିଲେ। ଏହି କାରଣରୁ ବେଥଙ୍କ ଭେଟ ଭେଟ ରାଡନୀଙ୍କ ସହିତ ହୋଇଥିଲା।

୨୦୧୪ରେ ଉଭୟଙ୍କର କଥାବାର୍ତ୍ତା ଫେସବୁକରେ ଆରମ୍ଭ ହୋଇଥିଲା। କଥାବାର୍ତ୍ତା ଧୀରେ ଧୀରେ ଫ୍ଲର୍ଟରେ ବଦଳିବାକୁ ଲାଗିଲା। ବେଥଙ୍କ ସହିତ ରୋମାଣ୍ଟିକ କଥାବାର୍ତ୍ତା କରିବା ଆରମ୍ଭ କରିଥିଲେ ରାଡନୀ। ଏଥିମଧ୍ୟରେ ଅଚାନକ ଦିନେ ବେଥଙ୍କୁ କିଛି ଟଙ୍କା ମାଗିଥିଲେ ରାଡନୀ। ପରିମାଣ କମ ଥିଲା ସେଥିପାଇଁ ରାଡ଼ନୀଙ୍କୁ ଟଙ୍କା ଦେଇଥିଲେ। କିଛିଦିନ ପରେ ବ୍ୟକ୍ତି ଜଣକ ବେଥଙ୍କ ଠାରୁ ଆଉକିଛି ଟଙ୍କା ଦାବି କରିଥିଲେ।

ମହିଳା ଜଣକ ନିଜ ଫେସବୁକ ଫ୍ରେଣ୍ଡଙ୍କୁ ଟଙ୍କା ସାହାଯ୍ୟ କରିବା ଆରମ୍ଭ କରିଦେଇଥିଲେ। ଦୁଇଜଣ ବର୍ତ୍ତମାନ ପ୍ରତ୍ୟେକ ଦିନ କଥା ହେଉଥିଲେ। ଏଥିମଧ୍ୟରେ ରେଡନୀଙ୍କୁ ଭେଟିବା ପାଇଁ ବେଥ ଘାନା ମଧ୍ୟ ଯାଇଥିଲେ। ସେଠାରେ ରାଡନୀ ତାଙ୍କୁ ବହୁତ ସ୍ୱତନ୍ତ୍ର ଅନୁଭବ କରାଇଥିଲେ। ସେ ବେଥଙ୍କୁ ନିଜ ବନ୍ଧୁଙ୍କ ସହିତ ଦେଖା କରାଇଥିଲେ। ଏହାପରେ ଅନେକଥର ସେ ବେଥଙ୍କୁ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ, ଯାହାକୁ ବେଥ ମନା କରିଦେଇଥିଲେ।

ଏହି ଅବସରରେ ଦିନେ ସନ୍ଧ୍ୟାରେ ରାଡନୀ କଂସର୍ଟରେ ସମସ୍ତଙ୍କ ସାମ୍ନାରେ ବେଥଙ୍କୁ ପ୍ରୋପୋଜ କରିଥିଲେ, ଯାହାପରେ ସେହିଠାରେ ଉଭୟ ବିବାହ କରି ନେଇଥିଲେ। ବେଥଙ୍କ ପିଲାମାନେ ଏହି ବିବାହରେ ଖୁସି ନଥିଲେ। କିନ୍ତୁ ନିଜର ଏକୁଟିଆପଣ କାରଣରୁ ରାଡନୀଙ୍କୁ ବିବାହ କରିଥିଲେ ବେଥ। କିଛିଦିନ ପରେ ବେଥଙ୍କ ସହିତ ରାଡନୀ ୟୁକେ ଆସିଯାଇଥିଲେ।

ବେଥଙ୍କ ଘରେ ରହିବାକୁ ଲାଗିଥିଲେ ରାଡନୀ। କିନ୍ତୁ ଧୀରେ ଧୀରେ ଦୁଇଜଣଙ୍କ ଭିତରେ ଝଗଡା ହେବା ଆରମ୍ଭ ହୋଇଯାଇଥିଲା। ବେଥଙ୍କୁ ପ୍ରତ୍ୟେକ କଥାରେ କମେଣ୍ଟ ଦିଆଯିବା ଆରମ୍ଭ ହୋଇଯାଇଥିଲା। ବେଥ କହିଥିଲେ ଯେ, ରାଡନୀ ତାଙ୍କ ସହିତ ନଶୋଇ ସୋଫାରେ ଶୋଉଥିଲେ। ଏଥିସହିତ ତାଙ୍କୁ ଗରିବ ବୋଲି କମେଣ୍ଟ କରୁଥିଲେ।

ରାଡନୀ ଅନେକଥର ବେଥଙ୍କୁ ଟଙ୍କା ମାଗୁଥିଲେ। ଯେତେବେଳେ ବେଥ ଟଙ୍କା ଦେଇ ପାରୁନଥିଲେ ସେତେବେଳେ ସେ ତାଙ୍କୁ ଗାଳି ଦେବା ସହିତ ବହୁତ ଖରାପ କରି କହୁଥିଲେ। ସେତେବେଳେ ଯାଇ ବେଥ ବୁଝି ପାରିଥିଲେ ଯେ ରାଡନୀ ତାଙ୍କୁ ଟଙ୍କା ପାଇଁ ବିବାହ କରିଥିଲେ।

ବେଥ ଏହା ମଧ୍ୟ କହିଥିଲେ ଯେ, ବିବାହ ପୂର୍ବରୁ ରାଡନୀ ତାଙ୍କୁ ନିଜ ବୟସ ମଧ୍ୟ ଲୁଚାଇଥିଲେ। ସେ ନିଜକୁ ୪୦ ବର୍ଷର କହିଥିଲେ କିନ୍ତୁ ବିବାହ ବେଳେ ଜଣାପଡିଥିଲା ଯେ ସେ ୩୦ ବର୍ଷର ଅଟନ୍ତି। ଶେଷରେ ବେଥ ଏହି ସମ୍ପର୍କକୁ ଶେଷ କରିବାର ନିଷ୍ପତ୍ତି ନେଇଥିଲେ।

କିନ୍ତୁ ଛାଡପତ୍ର ପର୍ଯ୍ୟନ୍ତ ମାମଲା ଯିବା ବେଳକୁ ବେଥ ୧୭ ଲକ୍ଷ ଟଙ୍କା ଋଣରେ ବୁଡ଼ିଗଲେ। ରାଡନୀଙ୍କୁ ଟଙ୍କା ଦେବା ସହିତ ତାଙ୍କ ପଛରେ ବହୁତ ଟଙ୍କା ଉଡାଇଥିଲେ ବେଥ। ଛାଡପତ୍ର ପାଇଁ ମଧ୍ୟ ଭିନ୍ନ ରୂପରେ ଟଙ୍କା ଖର୍ଚ୍ଚ ହେଲା। ବର୍ତ୍ତମାନ ବେଥ କେବଳ ଏହି ସମ୍ପର୍କକୁ ଶେଷ କରି ନିଜ ପିଲାଙ୍କ ସହିତ ଆରାମରେ ରହିବାକୁ ଚାହୁଁଛନ୍ତି। ବେଥ ଅନ୍ୟ ମହିଳା ମାନଙ୍କୁ ମଧ୍ୟ ଏପରି ଧୋକା ଠାରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *