ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ବସି ସଂଗୀତ ପରିବେଷଣ କରୁଥିବା ରାନୁ ମଣ୍ଡଳଙ୍କୁ ତାଙ୍କର ସ୍ୱତନ୍ତ୍ର ସ୍ୱର ରାତାରାତି ସୁପରଷ୍ଟାର ବନାଇଦେଇଥିଲା। ନିଜର କେବଳ ଏକ ଭିଡିଓରୁ ଇଣ୍ଟରନେଟରେ ଚଞ୍ଚଲ୍ୟ ସୃଷ୍ଟି କରିଥିବା ରାନୁ ମଣ୍ଡଳ ସୋସିଆଲ ମିଡ଼ିଆର ବହୁତ ଚର୍ଚ୍ଚାରେ ରହିଥିଲେ। ଏହି ଇଣ୍ଟରନେଟ ଚାଞ୍ଚଲ୍ୟକୁ ଧରାରୁ ସ୍ୱର୍ଗ ପର୍ଯ୍ୟନ୍ତ ନେଇଯାଇଥିବା ସୁପରଷ୍ଟାର ସଙ୍ଗୀତକାର ହୀମେଶ ରେଶମୀୟା ତାଙ୍କୁ ନିଜ ଫିଲ୍ମ ହ୍ୟାପି ହାର୍ଡ଼ି ଏଣ୍ଡ ହୀରରେ ଗୀତ ଗାଇବାର ସୁଯୋଗ ମଧ୍ୟ ଦେଇଥିଲେ। ସଡକ କଡ଼ର ପ୍ରତିଭାକୁ ବଡ଼ ମଞ୍ଚରେ ଅବସର ଦେବା ପାଇଁ ସେସମୟରେ ହୀମେଶ ରେଶମୀୟାଙ୍କ ପ୍ରଶଂସା ଏବଂ ଆଲୋଚନା ଉଭୟ ହୋଇଥିଲା।
After the epic blockbuster track Teri Meri Kahani, Himesh Reshammiya recorded another track, Aadat from #HappyHardyAndHeer in the divine voice of #RanuMandol. Here’s the glimpse of the song, the alaap and voice over is the theme of Happy Hardy And Heer, music on @tipsofficial! pic.twitter.com/Ruz4mSFNaf
— Tips Films & Music (@tipsofficial) August 31, 2019
ରେଳ ଷ୍ଟେସନରେ ବସି ସଙ୍ଗୀତ ପରିବେଷଣ କରୁଥିବା ଏହି ମହିଳା ମାତ୍ର କିଛି ଦିନ ମଧ୍ୟରେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ନିଜର ପାଦ ରଖି ଦେଇଥିଲେ, କିନ୍ତୁ ରାନୁ ମଣ୍ଡଳ ଏହି ଐଶ୍ୱର୍ଯ୍ୟକୁ ସମ୍ଭାଳି ପାରିନଥିଲେ। ତେବେ ବର୍ତ୍ତମାନ ସମୟରେ ରାନୁ ମଣ୍ଡଳ ପୁଣିଥରେ ସୋସିଆଲ ମିଡିଆର ଚର୍ଚ୍ଚାରେ ଛାଇ ରହିଥିଲେ। ଆସନ୍ତୁ ଜାଣିବା କଣ ଅଟେ ଏହା ପଛରେ ଥିବା କାରଣ,
ନିଜ ପୁରୁଣା ଜୀବନକୁ ଫେରିଲେ ରାନୁ ମଣ୍ଡଳ:
ବାସ୍ତବରେ ରାନୁ ମଣ୍ଡଳ ସଫଳତା ଏବଂ ପ୍ରତିଷ୍ଠା ସମ୍ଭାଳି ପାରିଲେ ନାହିଁ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅନେକ ଏପରି ଭିଡ଼ିଓ ଏବଂ ଫୋଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଲୋକଙ୍କ ସହିତ ମିଶି ଖରାପ ବ୍ୟବହାର କରୁଥିବାର ନଜର ଆସିଛନ୍ତି। ତେବେ କରୋନା କାରଣରୁ ହୋଇଥିବା ଦେଶବ୍ୟାପୀ ତାଲାବନ୍ଦ କାରଣରୁ ସେ ପୁଣିଥରେ ନିଜ ପୁରୁଣା ଜୀବନକୁ ଫେରି ଆସିଛନ୍ତି। ସୂଚନାଯୋଗ୍ୟ ଯେ, ଫେବୃଆରୀରେ ହିଁ ନିଜର ନୂତନ ଘର ଛାଡ଼ି ପୁରୁଣା ଘରକୁ ଫେରି ଆସିଥିଲେ। ତାଙ୍କ ନିକଟବର୍ତ୍ତୀ ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ରାନୁ ମଣ୍ଡଳଙ୍କ ପାଖରେ କୌଣସି ବଡ଼ କାମ ନାହିଁ, ଏଥିସହିତ ହୀମେଶ ରେଶମୀୟା ମଧ୍ୟ ବର୍ତ୍ତମାନ ନିଜର ହାତ ପଛକୁ ଫେରାଇ ନେଇଛନ୍ତି। ବର୍ତ୍ତମାନ ସେ ମିଡ଼ିଆରୁ ଲୁଚୁଛନ୍ତି ।
ସୂଚନାଯୋଗ୍ୟ ଯେ, ରାନୁ ନିଜର ଖରାପ ବ୍ୟବହାରକୁ ଲୋକଙ୍କ ମସ୍ତିସ୍କରୁ ହଟାଇବା ପାଇଁ ତାଲାବନ୍ଦରେ ଆବଶ୍ୟକ ଥିବା ଲୋକଙ୍କ ମଧ୍ୟରେ ରେଶନ ମଧ୍ୟ ବାଣ୍ଟିଥିଲେ, କିନ୍ତୁ ସେ ଏହି କାର୍ଯ୍ୟ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କରିପାରିଲେ ନାହିଁ। ତେବେ ଗୋଟିଏ ସମୟ ଥିଲା ଯେତେବେଳେ ରାନୁ ମଣ୍ଡଳଙ୍କର ସ୍ୱର ଲୋକଙ୍କୁ ପାଗଳ କରିପାରୁଥିଲା। କେବଳ ଏତିକି ନୁହେଁ ବରଂ ତାଙ୍କ ନାଁ ଅନେକ ନାମିଦାମୀ କଳାକାରଙ୍କ ତାଲିକାରେ ମଧ୍ୟ ଶାମିଲ ହୋଇସାରିଥିଲା। ଗତ ବର୍ଷ ୩୧ ଡିସେମ୍ବରକୁ ଏକ ବ୍ୟକ୍ତିଗତ ଟେଲିଭିଜନ ଚ୍ୟାନେଲରେ ବର୍ଷ ଶେଷର କାର୍ଯ୍ୟକ୍ରମରେ କଳାକାରଙ୍କ ତାଲିକାରେ ରାନୁ ମଣ୍ଡଳକୁ ମଧ୍ୟ ଶାମିଲ କରାଯାଇଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।