ପକିସ୍ତାନର ଲହୋରରେ କ୍ରୁରତାର ଏପରି ଏକ ଘଟଣା ସାମ୍ନାକୁ ଆସିଲା ଯାହାକୁ ଶୁଣିବା ପରେ ଲଜ୍ଜାରେ ସମଗ୍ର ମାନବିକତାର ମୁଣ୍ଡ ତଳକୁ ହୋଇଯାଇଥିଲା। ଲହୋରର ୧୫ ବର୍ଷୀୟ ଜଣେ ନାବାଳକ ତାଙ୍କ ସାଙ୍ଗ ମାନଙ୍କ ସହିତ ମିଶି ଏକ ବିଲେଇ ଛୁଆକୁ ଅତି କ୍ରୁରତାପୂର୍ବକ ଗଣଦୁଷ୍କର୍ମ କରିଥିଲେ। ତେବେ ଗଣଦୁଷ୍କର୍ମ ପରେ ବିଲେଇ ଛୁଆଟିର ମୃତ୍ୟୁ ହୋଇଯାଇଛି।
ବିଲେଇ ଛୁଆଟି ସହିତ ଏହି ନୃଶଂସତାର ଖବର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ସେଠାରେ ଜେଏଫକେ ଏନିମଲ ରେସକ୍ୟୁ ଏଣ୍ଡ ସେଲଟରର ପଶୁ ଅଧିକାରୀ ସଂଗଠନ ଫେସବୁକ ହ୍ୟାଣ୍ଡେଲରେ ଏହି ଘଟଣା ସମ୍ବନ୍ଧିତ ପୋଷ୍ଟ କରିଥିଲେ। ଏହି ପୋଷ୍ଟ ମାଧ୍ୟମରେ ସେ ଲୋକଙ୍କୁ ନାବାଳକ କିଶୋରଙ୍କ ଜଘନ୍ୟ ଅପରାଧ ବିଷୟରେ ଜଣାଇଥିଲେ।
ପଶୁ ଅଧିକାରୀଙ୍କ ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଦ୍ୱାରା କରାଯାଇଥିବା ଫେସବୁକ ପୋଷ୍ଟ ମୁତାବକ, ବିଲେଇ ଛୁଆଟିକୁ ସମ୍ପୃକ୍ତ ନାବାଳିକା କିଶୋରଙ୍କ ପରିବାର ଲୋକ କିଣି ଆଣିଥିଲେ। ତେବେ ନାବାଳକ ଏବଂ ତାଙ୍କ ବନ୍ଧୁ ମାନେ ସାଙ୍ଗରେ ମିଶି ଲଗାତର ଏକ ସପ୍ତାହ ଧରି ବିଲେଇ ଛୁଆଟିକୁ ଗଣଦୁଷ୍କର୍ମ କରିଥିଲେ। ଯାହାଦ୍ୱାରା ବିଳେଇଟିର ଆନ୍ତରିକ ଅଙ୍ଗ ଗୁଡ଼ିକୁ ଗଭୀର ଭାବରେ କ୍ଷତି ପହଞ୍ଚିଥିଲା।
ନିର୍ଦୋଷ ବିଲେଇ ଛୁଆଟିର କ୍ଷତରୁ ରକ୍ତ ବାହାରୁଥିଲା। ଜେଏଫକେ ଏନିମଲ ରେସକ୍ୟୁ ଏଣ୍ଡ ସେଲଟରର କର୍ମଚାରୀ କହିଛନ୍ତି ଯେ,” ବିଳେଇଟି ଚାଲି ପାରୁ ନଥିଲା। ସେ ଖାଇ ପାରୁ ନଥିଲା, ସେ ଠିକ ଭାବରେ ବସି ପାରୁ ନଥିଲା, ଅତ୍ୟଧିକ ଯନ୍ତ୍ରଣା କାରଣରୁ ସେ ଆଦୌ ଶୋଇ ପାରୁ ନଥିଲା।”
ଯେତେବେଳେ ବିଲେଇକୁ ପଶୁ ଚିକିତ୍ସକଙ୍କ ପାଖକୁ ନିଆଗଲା ସେତେବେଳେ ବିଳେଇର ଆନ୍ତରିକ ଅଙ୍ଗରୁ ବହୁତ ଶୁକ୍ରାଣୁ ଏବଂ ରକ୍ତ ବାହାରିଥିଲା। ସଙ୍ଗଠନ କହିଥିଲା ଯେ, ବିଳେଇଟିର ଭୟାନକ ସ୍ଥିତି ଦେଖିବା ପରେ ସେହି ଅଞ୍ଚଳର ଜଣେ ଯୁବତୀ ଅଭିଯୁକ୍ତମାନଙ୍କୁ ବିଲେଇ ହସ୍ତାନ୍ତର କରିବାକୁ କହିଥିଲେ ମାତ୍ର ସେମାନେ ମନା କରିଦେଇଥିଲେ।
ବିଲେଇ ଛୁଆର ଚିକିତ୍ସା ପାଇଁ ତାକୁ ପଶୁ ଚିକିତ୍ସକ ପାଖକୁ ନିଆ ଯାଇଥିଲା ମାତ୍ର ଡାକ୍ତର ତାକୁ ବଞ୍ଚାଇ ପାରିଲେ ନାହିଁ। ପଶୁ ଅଧିକାର ସଂଗଠନ କହିଲେ ଯେ, ବିଲେଇଟିକୁ ପୋତି ଦିଆ ଯାଇଛି, ସେ ନିଶ୍ଚିତ ରୂପେ ବର୍ତ୍ତମାନ ଈଶ୍ୱରଙ୍କ ପାଖରେ ଥିବ।