ଭବିଷ୍ୟତ ନିଧି ସଂଘଟନ ରେ ନିବେଶ ଉପରେ କମ ରିଟର୍ନ ଓ କ୍ୟାସ ଫ୍ଲୋ ଘଟିବା ଫଳରେ ପ୍ରାୟ ୬ କୋଟି ଖାତାଧାରୀ ଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ପ୍ରଥମେ ଏପିଏଫଓ ଅନୁମାନିତ ରୋଜଗାର ଆଧାର ରେ ୮.୫ ପ୍ରତିଶତ ସୁଧହାର ଘୋଷଣା କରିଥିଲା । କିନ୍ତୁ ଏବେ ଏହା କମିବ ବୋଲି ଜଣା ପଡ଼ୁଛି । ରିପୋର୍ଟର ଙ୍କ ଅନୁସାରେ କମ ରିଟର୍ନ ଓ କ୍ୟାସ ଫ୍ଲୋ କମୁଥିବା ରୁ ବିଗତ ବର୍ଷ ୨୦୧୯-୨୦୨୦ ପାଇଁ ସୁଧହାର କଟା ଯାଇପାରେ ।
ଇକୋନୋମିକ ଟାଇମ ଗୋଟେ ସୂତ୍ର ରୁ ପତ୍ତା ଲଗାଇଛି କି ପୂର୍ବ ଘୋଷଣିତ ସୁଧହାର ଉପରେ କୌଣସି ନିଷ୍ପତ୍ତି ନେବା ପାଇଁ ଜଲଦୀ ଏପିଏଫଓ ର ଫାଇନାନ୍ସ , ନିବେଶ ବିଭାଗ ଓ ଓଡ଼ିଟ କମିଟି ମିଟିଙ୍ଗ କରିବାକୁ ଯାଉଛି । ଏହି ମିଟିଙ୍ଗ ରେ ବିଗତ ବର୍ଷ ପାଇଁ ପୂର୍ବ ଘୋଷିତ ସୁଧହାର ର ସମୀକ୍ଷା କରିବ । ବର୍ତ୍ତମାନ ର ସମୟ କୁ ନଜର ରେ ରଖି ଏହା ଦେଖିବ ଯେ ସେ ଖାତାଧାରୀଙ୍କୁ କେତେ ସୁଧ ଦେବାକୁ ସକ୍ଷମ ଅଟେ ।
ନୂଆ ଦର କୁ ଏବେ ପର୍ଯ୍ୟନ୍ତ ମିଳିନାହିଁ ମଞ୍ଜୁରୀ
କେନ୍ଦ୍ର ସରକାର ଏହି ବର୍ଷ ଲକଡାଉନ ପୂର୍ବରୁ ମାର୍ଚ୍ଚ ର ଆରମ୍ଭ ରେ ୮.୫ ପ୍ରତିଶତ ସୁଧ ଦେବାକୁ ଘୋଷଣା କରିଥିଲା । ହେଲେ ନୂଆ ଦର କୁ ଏବେ ପର୍ଯ୍ୟନ୍ତ ଅର୍ଥ ମନ୍ତ୍ରାଳୟ ମଞ୍ଜୁରୀ ଦେଇନାହିଁ । ଅର୍ଥ ମନ୍ତ୍ରାଳୟ ର ମଞ୍ଜୁରୀ ପରେ ଶ୍ରମ ମନ୍ତ୍ରାଳୟ ନୂଆ ଦର କୁ ନୋଟିଫାଇ କରିଥାଏ ।
ଏପିଏଫଓ କୁ ସୁଧ ଦେବାକୁ ହେବ ଅସୁବିଧା
ଇଟି ଲେଖିଛି କି ଘୋଷିତ ସୁଧହାର ଆଧାର ରେ ଖାତାଧାରୀ ଙ୍କୁ ସୁଧ ଦେବା ରେ ଇପିଏଫଓ କୁ ଅସୁବିଧା ହେବ । କାହିଁକି ନା କ୍ୟାସ ଫ୍ଲୋ ବହୁତ କମ ହୋଇଛି । ଏହା ପୂର୍ବରୁ ସରକାର କରୋନା ମହାମାରୀ ପରେ ବହୁତ ଘୋଷଣା କରିଥିଲେ । ତିନି ମାସ ପାଇଁ କର୍ମଚାରୀ ଓ ନିଯକ୍ତିଦାତା ଙ୍କ ମୂଳ ବେତନ ର ୧୨% ରୁ କମାଇ ୧୦% କରି ଦେଇଛନ୍ତି ।