ନେପାଳ ପ୍ରଧାମନ୍ତ୍ରୀ ଓଲି ଚାଇନାରୁ ୪୧ କୋଟି ଲାଞ୍ଚ ନେଇ ଧରା ପଡିଛନ୍ତି, ଭାରତ ବିରୋଧରେ କରୁଥିଲେ ଜଘନ୍ୟ ଷଡ଼ଯନ୍ତ୍ର…

ନେପାଳ ପ୍ରଧାମନ୍ତ୍ରୀ ଓଲି ଙ୍କ ବିରୋଧରେ କୋଟି କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । କୁହାଯାଉଛି କି ଚୀନ ସରକାର ନେପାଳୀ ସରକାର କେପି ଶର୍ମା ଓଲି ଙ୍କୁ କୋଟି କୋଟି ଟଙ୍କା ଦେଇଛନ୍ତି । କପୀଙ୍କ ଜେନିଭା ବ୍ୟାଙ୍କ ଆକାଉଣ୍ଟ ରେ ୪୧. ୩୪ କୋଟି ଜମା ହୋଇଛି। ଏହି ଭଳି ଭାବରେ ଚୀନ ଭାରତ ବିପକ୍ଷରେ ନେପାଳ କୁ ଲଗେଇଛି।

ଚୀନ ଭାରତ ର ପଡୋଶୀ ଦେଶ ଙ୍କ ଦୁର୍ନୀତିର ଗ୍ରସ୍ତ ରାଜନେତା ଙ୍କୁ ନିଜର ଅତିୟାର କରି ଭାରତ ଖିଲାପ ରେ ବ୍ୟବହାର କରୁଛି ଚୀନ। ଗ୍ଲୋବାଲ୍ ୱାଚ୍ ଆନାଲିସିସ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ କେପି ଶର୍ମା ଓଲି ମାଧ୍ୟମରେ ଏହା ନେପାଳରେ ପ୍ରବେଶ କରିଛି।

ଏହି ରିପୋର୍ଟ ଅନୁସାରେ ଗତ କିଛି ବର୍ଷ ଭିତରେ କେପୀ ଶର୍ମା ଓଲି ଙ୍କ ସମ୍ପତି ବହୁ ମାତ୍ରାରେ ବଢ଼ି ଯାଇଛି । ଓଲି ବାହାର ଦେଶରେ ନିଜର ସମ୍ପତ୍ତି ମଧ୍ୟ ଯଥେଷ୍ଟ କିଣିଛନ୍ତି । ଏହାର ପ୍ରତି ବଦଳରେ ଚୀନ କୁ ନିଜ ଦେଶରେ ବେପାର କରିବାକୁ ସୁଯୋଗ ସୃଷ୍ଟି କରିଛନ୍ତି। ଏହି ପ୍ଲାନ୍ ରେ ଚୀନ ର ରାଜଦୂତ ହୋ ୟାନକି ସାହାଯ୍ୟ କରୁଛନ୍ତି।

ଗ୍ଲୋବାଲ୍ ୱାଚ୍ ଆନାଲିସିସ୍ ରିପୋର୍ଟ ଅନୁଯାୟୀ, ନେପାଳ ପ୍ରଧାନମନ୍ତ୍ରୀ ଓଲି ସ୍ୱିଜରଲ୍ୟାଣ୍ଡର ଜେନେଭାରେ ମିରବୋଡ୍ ବ୍ୟାଙ୍କ ରେ ଏକ ଆକାଉଣ୍ଟ ଅଛି ଯେଉଁଥିରେ ପାଖା ପାଖି ୪୧.୩୪ କୋଟି ଜମା ଅଛି । ଏଠାରେ ଓଲି ଦୀର୍ଘ ସମୟ ପାଇଁ ଓ ସେୟାର ରେ ଜମା କରିଛନ୍ତି ।

ଏହି ବ୍ୟାଙ୍କ ରେ ଓଲି ପଇସା ରଖିବା ଦ୍ଵାରା ତାଙ୍କୁ ଏବଂ ତାଙ୍କ ସ୍ତ୍ରୀଙ୍କୁ ଲାଭର ପ୍ରାୟ ବର୍ଷକୁ ୨ କୋଟି ହେଉଛି । ଗ୍ଲୋବାଲ ୱାଚ ରିପୋ୍ଟ ଅନୁସାରେ ଓଲି ତାଙ୍କ ପ୍ରଥମ କାର୍ଯ୍ଯ କାଳରେ ୨୦୧୫-୧୬ ରେ କାମ୍ବୋଡିଆର ଟେଲିଫୋନ୍ କ୍ଷେତ୍ରରେ ବହୁ ଅର୍ଥ ନିବେଶ କରିଥିଲେ ।

ଏହା ପରେ ନେପାଳରେ ଚାଇନାର ରାଷ୍ଟ୍ରଦୂତ ୱୁ ଚୁଣ୍ଟାଇଙ୍କୁ ଓଲି ବହୁତ ସାହାଯ୍ୟ କରିଥିଲେ। ଏହି ଚୁକ୍ତି ଓଲି ଙ୍କ ନିକଟ ବ୍ୟବସାୟୀ ଅଙ୍ଗ ଶେରିଙ୍ଗ ଶେର୍ପା କରିଥିଲେ । ଏହି ଚୁକ୍ତିରେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ୍ ସେନ୍ ଏବଂ ଚୀନ୍ କୂଟନୀତିଜ୍ଞ ବୋ ଜିଆଙ୍ଗେଓ ମଧ୍ୟ ସାମିଲ ହୋଇଥିଲେ।

ଓଲି ନିଜର ଦେଶର ନିୟମ ଏବଂ ଆନ୍ତର୍ଜାୀୟ ନିୟମକୁ ନ ମାନି ୨୦୧୮ ଡିସେମ୍ବର କୁ ଡିଜିଟାଲ ଆକ୍ସନ ରୁମ ବନେଇବା ଚୀନ ର କମ୍ପାନୀ ହୁୱାଇ କୁ ଦେଇଥିଲେ । ମେ 2019 ରେ, ନେପାଳ ଟେଲିକମ୍ ଯୋଗାଯୋଗ ହଂକଂର ଚାଇନିଜ୍ କମ୍ପାନୀ ସହିତ ଏକ ରେଡିଓ ଆକସେସ୍ ନେଟୱାର୍କ ସୃଷ୍ଟି କରିବାକୁ ଏକ ଚୁକ୍ତି କରିଥିଲା।

ଏହି ବର୍ଷ ଚାଇନା ର ଜେଟୀଇ କମ୍ପାନୀ ସହିତ ୪ ଜି ନେଟୱର୍କ ପାଇଁ ଏକ ଚୁକ୍ତି ମଧ୍ୟ ସ୍ବାକ୍ଷର ହୋଇଛି । ଏହି ଦୁଇଟି ପ୍ରକଳ୍ପ ପ୍ରାୟ ୧୧୦୭ କୋଟି ଟଙ୍କାର ଅଟେ । ନେପାଳରେ ଏବଂ ଆନ୍ତର୍ଜାତୀୟ ସ୍ତରରେ ଓଲି କିପରି ଏହି କମ୍ପାନୀଗୁଡିକୁ ନିୟୋଜିତ କରିଥିଲେ ସେନେଇ ବହୁ ବିରୋଧ କରାଯାଇଥିଲା

କେବଳ ଏତିକି ନୁହେଁ ନେପାଳ କୋରୋନା ସମୟରେ ଚୀନ ଠାରୁ ୬୨୧ କୋଟି ଟଙ୍କା PPE କିଟ୍ କିଣିଛି ଯାହା ମଧ୍ୟରୁ ବହୁତ ଖରାପ ମାଲ ଥିଲା । ଏବଂ ଏହାସହିତ ଏସବୁର ମୂଲ୍ୟ ମଧ୍ୟ ଅଧିକ ଥିଲା । ଏହାକୁ ନେଇ ନେପାଳ ଛାତ୍ର ବଡ଼ ପ୍ରଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଓଲିଙ୍କ ନିକଟ ଲୋକଙ୍କ ଉପରେ ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *