ବଲିଉଡ ପ୍ଳେବ୍ୟାକ ସିଙ୍ଗର ନେହା କକଡ଼ଙ୍କ “ମୁଝସେ ଶାଦୀ କରୋଗେ ” ପ୍ରତିଯୋଗୀ ରୋହନପ୍ରୀତ ସିଂହଙ୍କ ସହିତ ବିବାହର ଗୁଜବକୁ ନେଇ ନେହା କକଡ଼ଙ୍କ ପୂର୍ବତନ ବୟଫ୍ରେଣ୍ଡ ହିମାଂଶ କୋହଲୀ ନିଜର ପ୍ରତିକ୍ରିୟା ଦେଇଛନ୍ତି| ସୂଚନାଯୋଗ୍ୟ ଯେ, ଏହି ପ୍ରକାରର ଖବର ସମବାର ଦିନ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଥିଲା ଯେ, ନେହା ଏବଂ ରୋହନପ୍ରୀତ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି|
ନା ନେହା ଧୂପିଆ ନା ରୋହନପ୍ରୀତ ଏହି ଖବରର ପୁଷ୍ଟି କରିଥିଲେ| ଏହି ବିବାହ ବିଷୟରେ କୁହାଯାଉଥିଲା ଯେ ୨୪ ଅକ୍ଟୋବର ୨୦୨୦ରେ ହିଁ ଦୁଇଜଣ ସଙ୍ଗୀତଶିଳ୍ପୀ ୭ ଫେର ନେବେ|
ବର୍ତ୍ତମାନ ଇ-ଟାଇମ୍ସ ସହିତ ବିଶେଷ କଥାବାର୍ତ୍ତା ସମୟରେ ହିମାଂଶ କହିଛନ୍ତି ଯଦି ନେହା ସତରେ ବିବାହ କରୁଛନ୍ତି ତେବେ ତାଙ୍କୁ ବହୁତ ଖୁସି ହେଉଛି ଯେ ସେ ମୁଭଅନ କରୁଛନ୍ତି| ସେ କହିଛନ୍ତି ଯେ, ସମସ୍ତଙ୍କୁ ନିଜ ଜୀବନରେ ଆଗକୁ ବଢିବା ଆବଶ୍ୟକ|
ସେ କହିଛନ୍ତି ଯେ, “ଦେଖନ୍ତୁ ଯଦି ନେହା ସତରେ ବିବାହ କରୁଛନ୍ତି ତେବେ ମୁଁ ତାଙ୍କ ପାଇଁ ଖୁସି ଅଛି| ସେ ନିଜ ଜୀବନରେ ଆଗକୁ ବଢୁଛନ୍ତି| ତାଙ୍କ ଜୀବନରେ କେହି ଅଛନ୍ତି ତାହା ଜାଣିଲେ ବହୁତ ଖୁସି ଲାଗେ|
କଣ ହିମାଂଶଙ୍କୁ ତାଙ୍କ ଲଭ ଷ୍ଟୋରୀ ବିଷୟରେ ଜଣାଥିଲା? ଏହି ପ୍ରଶ୍ନ ବିଷୟରେ ସେ କହିଛନ୍ତି ଯେ, ” ନା, କଦାପି ନୁହେ|” ନେହାଙ୍କର ଜଣେ ବନ୍ଧୁ କହିଛନ୍ତି ଯେ ବିବାହର ଖବର ମାତ୍ର ଏକ ଗୁଜବ ଅଟେ|
ସେ କହିଛନ୍ତି ଯେ,”ନା, ସେ ବିବାହ କରୁ ନାହାନ୍ତି| ରୋହନପ୍ରୀତ ଗୁଜବ ସେତିକି ହିଁ ନକଲି ଅଟେ ଯେତିକି ନକଲି ଆଦିତ୍ୟ ନାରାୟଣ ସମ୍ପର୍କୀୟ ଖବର ଥିଲା|”
ସେ କହିଛନ୍ତି ଯେ ତାଙ୍କୁ ଜଣା ନାହିଁ ଯେ ନେହା କାହିଁକି ଏହି ପ୍ରକାରର ଘଟିଆ ପବ୍ଲିସିଟି ଗୁଜବରେ ନିଜକୁ ଶିକାର ହେବା ପାଇଁ ଦେବେ| ଏଥିସହିତ ସେ ଏହି କଥାକୁ ନେଇ ମଧ୍ୟ କିଛି ବୁଝି ପାରୁ ନାହାନ୍ତି ଯେ ମିଡ଼ିଆ କାହିଁକି ବାରମ୍ବାର ଏପ୍ରାକାରର ଖବର ଉପରେ ବିଶ୍ୱାସ କରି ନେଇଥାଏ|
ସୂଚନାଯୋଗ୍ୟ ଯେ, କକ୍କଡ଼ ଏବଂ ହିମାଂଶ କୋହଲୀ ଚାରି ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ରହିବା ପରେ ୨୦୧୮ରେ ବ୍ରେକଅପ କରିନେଇଥିଲେ| ଏହାପରେ ନେହା କହିଥିଲେ ଯେ, ” ମୁଁ ବର୍ତ୍ତମାନ କେବଳ ଏତିକି କହି ପାରିବି ଯେ, ସିଙ୍ଗଲ ହେବା ମୋ ଜୀବନର ସବୁଠୁ ସୁନ୍ଦର ଅନୁଭୂତି ଅଟେ|”
ନେହା କହିଥିଲେ ଯେ,”ସମ୍ପର୍କରେ ରହି ନା ସେ ନିଜ ପରିବାରକୁ ସମୟ ଦେଇ ପାରୁଥିଲେ ନା ନିଜ ବନ୍ଧୁ ମାନଙ୍କୁ| ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ନିଜର ସମସ୍ତ କର୍ତ୍ତବ୍ୟ ସମ୍ପୂର୍ଣ୍ଣ ଉର୍ଜା ଏବଂ ସମୟ ସେହି ମଣିଷ ଉପରେ ଖର୍ଚ୍ଚ କରୁଥିଲି ଯିଏ ଏହାକୁ ଡିଜର୍ଭ କରୁନଥିଲା|”