ବଲିଉଡର ପ୍ଲେ ବ୍ୟାକ ଗାୟିକା ନେହା କକଡ ଙ୍କ ବଏଫ୍ରେଣ୍ଡ ରୋହନ ପ୍ରୀତ ସିଂ ଙ୍କୁ ୨୪ ଅକ୍ଟୋବର ଶନିବାର ଦିନ ବାହା ହୋଇଛନ୍ତି। ତାଙ୍କ ବାହାଘରର ବହୁତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ନେହା ଏବଂ ରୋହନ ଙ୍କ ର ସାକ୍ଷାତକାର ଲକଡାଉନ ରେ ହୋଇଥିଲା ଏବଂ ତାଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ଏହା ଆଗକୁ ବଢ଼ି ବାହାଘରର ରୂପ ନେଇଥିଲା। ଦୁଇ ଜଣଙ୍କ ମଧ୍ୟରେ ବୟସରେ ସାତ ବର୍ଷ ର ଅନ୍ତର ଅଛି। ତାଙ୍କ ବାହାଘରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।
ନେହା ଶନିବାର ଦିନ ଦୋ ସେରିମନି ଠାରେ ବାହା ହୋଇଛନ୍ତି। ଗୁରୁବାର ଦିନ ତାଙ୍କର ବାହାଘର ହୋଇଥିଲା। ଏବଂ ସନ୍ଧ୍ୟାରେ ପରିବାର ଏବଂ ସାଙ୍ଗଙ୍କ ସହିତ ମିଶି ରୟାଲ ସେଲିବ୍ରେସନ କରିଥିଲେ। ଏହି ସେଲିବ୍ରେସନ ରେ ନେହା ରୋହନ ଙ୍କ ପାଇଁ ଗୀତ ମଧ୍ୟ ଗାଇଥିଲେ। ଏହା ସହିତ ସେ ନାଚିଥିଲେ ମଧ୍ୟ।
ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋ ଏବଂ ଭିଡିଓ ରେ ନେହା ରୋହନ ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିଥିଲେ। ବାହାଘର ପୂର୍ବରୁ ନୁହେଁ କିନ୍ତୁ ବାହାଘର ପରେ ରସମ ସମୟରେ ଦୁହେଁ ଦୁଇଜଣ ଙ୍କ ହାତ ଧରି ଥିବାର ନଜର ଆସିଥିଲେ।
କେବଳ ଏତିକି ନୁହେଁ ରୋହନ ପ୍ରୀତ ଙ୍କ ମଥା ଚୁମ୍ବନ ଦେଉଥିବାର ଦେଖାଯାଇଥିଲା। ସେ ବହୁତ କ୍ୟୁଟ ମଧ୍ୟ ଲାଗୁଥିଲେ।
ବାହାଘରରେ ନେହା ଏବଂ ରୋହନ ଙ୍କ ପରିବାର ମଧ୍ୟ ସାମିଲ ହୋଇଥିଲେ। ଏହା ବ୍ୟତୀତ କିଛି ସାଙ୍ଗ ମାନେ ମଧ୍ୟ ଆସିଥିଲେ ସେମାନେ ବହୁତ ମସ୍ତି କରିଥିଲେ। ଇଣ୍ଡିଆନ ଆଇଡଲ ର ହୋଷ୍ଟ ଏବଂ ଅଭିନେତା ମନିସ ପଲ ମଧ୍ୟ ନେହା ଙ୍କ ବାହାଘରରେ ଭାଗ ନେଇଥିଲେ। ସେ ବ୍ଲାକ ଆଉଟଫିଟ ରେ ନଜର ଆସିଥିଲେ। ନେହା ଏବଂ ମନିସ ଙ୍କ ର ଏହି ଫଟୋ ସମସ୍ତଙ୍କୁ ପସନ୍ଦ ଆସିଛି ଏବଂ ଖୁବ ଭାଇରାଲ ହେବାରେ ଲାଗିଛି।
ଲାଲ ଯୋଡାରେ ସଜା ହୋଇଥିବା ନେହା ବହୁତ ସୁନ୍ଦର ଲାଗୁଥିଲେ ,ତ ରୋହନ ପ୍ରିତ ମଧ୍ୟ ବାହାଘରରେ ଲାଲ ସେରୱନି ପିନ୍ଧିଥିଲେ। ଏହି ଯୋଡ଼ି ଏବେ ସମସ୍ତଙ୍କର ପ୍ରିୟ ମଧ୍ୟ ବନି ସାରିଛି। ଏହି ବାହାଘରରେ ନେହା କକଡ ଙ୍କ ଭାଇ ଟୋନି କକଡ ଏବଂ ଭଉଣୀ ସୋନୁ କକଡ ମଧ୍ୟ ଖୁବ ମସ୍ତି କରିଥିଲେ। ଟୋନି କେବଳ ନାଚି ନ ଥିଲେ ଭଉଣୀ ପାଇଁ ଗୀତ ମଧ୍ୟ ଗାଇଥିଲେ।
ବାହାଘରର ଗ୍ରାଣ୍ଡ ସେଲିବ୍ରେସନ ରେ ନେହା ଏବଂ ରୋହନ ଙ୍କ ର କେତେକ ସମ୍ପର୍କୀୟ ମଧ୍ୟ ସାମିଲ ହୋଇଥିଲେ। ଏଥିରେ ସମସ୍ତେ ଖୁସି ଥିବାର ମଧ୍ୟ ନଜର ଆସିଥିଲେ।ଖବର ଥିଲା କି ନେହା ଏବଂ ରୋହନ ଙ୍କ ର ଦିଲ୍ଲୀରେ ବାହାଘର ଏବଂ ପଞ୍ଜାବରେ ଗ୍ରାଣ୍ଡ ରିସେପସନ ହେବାର ଥିଲା। ନେହା ଏବଂ ତାଙ୍କ ପରିବାର ବର୍ତ୍ତମାନ ଦିଲ୍ଲୀକୁ ଆସିଥିଲେ।
ନେହା କକଡ ନିଜ ବାହାଘରର କୌଣସି କମି ଛାଡି ନା ଥିଲେ। ସେ ଏହାକୁ ଯେତେ ହୋଇପାରିବ ସେତେ ଗ୍ରାଣ୍ଡ କରିଥିଲେ। ସକାଳେ ବହୁତ ସାଧାରଣ ଗୁରୁଦ୍ଵାରି ରହିଥିଲେ ଏବଂ ବାହାଘର ପରେ ସନ୍ଧ୍ୟାରେ ଧୁମ ମଚେଇ ଦେଇଥିଲେ। ତାଙ୍କର ହଳଦୀ ଏବଂ ମେହେନ୍ଦି ର ଫଟୋ ମଧ୍ୟ ସେୟାର କରିଥିଲେ। ସେଠାରେ ସେ ରୋହନ ଙ୍କ ସହିତ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଥିଲେ।
ନେହାଙ୍କ ଗୁରୁଦ୍ୱାରୀ ର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବାହାଘରକୁ ଏହି ବର୍ଷର ସବୁଠାରୁ ବଡ଼ ବାହାଘର ମନା ଯାଇଛି। ଏ ବର୍ଷ ର କରୋନା ଯୋଗୁଁ କୌଣସି ବଡ ସେଲିବ୍ରେସନ ମଧ୍ୟ ଦେଖିବାକୁ ମିଳି ନାହିଁ। ଏମିତିରେ ନେହା ଏବଂ ରୋହନ ଙ୍କ ର ବାହାଘର ପ୍ରଶଂସକ ଙ୍କ ପାଇଁ ବଡ଼ ଖୁସି ଖବର ବୋଲି ଧରା ଯାଇଛି। କହି ଦେବାକୁ ଚାହୁଁଛୁ କି ନେହା ନିଜର ରୋକା ସେରିମନିର ଭିଡିଓ ସୋସିଆଲ ମିଡିଆରେ ସେୟାର କରି ବଡ଼ ସରପ୍ରାଇଜ ଦେଇଥିଲେ। ନେହା ତାଙ୍କ ରୋକା ସେରିମନିର ନାଚୁ ଥିବା ଭିଡିଓ ସେୟାର କରି ଜଣାଇ ଦେଇଥିଲେ କି ସେ ବାହାହେବାକୁ ଯାଉଛନ୍ତି।
ରୋକା ସେରିମନିର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ନେହା ଏହା ଜଣାଇଥିଲେ କି ସେ ଏବଂ ରୋହନ ପ୍ରିତ ଜଲଦି ଏକ ହେବାକୁ ଯାଉଛନ୍ତି। ବହୁତ ଦିନରୁ ଖବର ଆସୁଥିଲା ସେ ଏବଂ ରୋହନ ପ୍ରିତ ବାହା ହେବାକୁ ଯାଉଛନ୍ତି। କିନ୍ତୁ ସାଥିରେ ଏହା ମଧ୍ୟ ମନାଯାଇ ଥିଲା କି ଏହି ଖବର ଭୁଲ ମଧ୍ୟ ହୋଇପାରେ।
ନେହା ନିଜର ହଳଦୀ ଏବଂ ମେହେନ୍ଦି ସେରୀମନି ପୂର୍ବରୁ ରୋହନ ପ୍ରିତ୍ ଙ୍କୁ ପ୍ରପୋଜ କରିଥିବା ଫଟୋ ମଧ୍ୟ ସେୟାର କରିଥିଲେ।ଏହି ଫଟୋ ରେ ଦୁଇ ଜଣ ଖୁସି ଥିବାର ନଜର ଆସିଥିଲେ।ରୋହନ ଙ୍କ ହାତରେ ଏକ ପ୍ଲେ କାର୍ଡ ଥିଲା, ଯେଉଁଥିରେ ଲେଖା ଥିଲା,’ କଣ ତମେ ମତେ ବାହା ହେବ ‘ ଏବେ ନେହା ଏବଂ ରୋହନ ଙ୍କ ର ବାହାଘର ଯେତେବେଳେ ହୋଇସାରିଛି ତାଙ୍କ ପ୍ରଶଂସକ ଙ୍କ ଖୁସି ର ଠିକଣା ନାହିଁ। ସମସ୍ତେ ଏହି ଯୋଡ଼ି କୁ ଭଲ ପାଇବା ଏବଂ ଆର୍ଶୀବାଦ ମଧ୍ୟ ଦେଉଛନ୍ତି।
ନେହା କକଡ ନିଜର ହଳଦୀ ସେରୀମନି ରେ ନିଜର କୋଳ ମଧ୍ୟ ଭରିଥିଲେ।