ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ମାମଲାରେ ପୁରା ତଲାସ ଏବେ ଡ୍ରଗ୍ସ ଲିଙ୍କ ରେ ଚାଲିଛି। ଏହି କେଶ ରେ ରିୟା ଚକ୍ରବର୍ତ୍ତୀ ଙ୍କୁ ଗିରଫ କରାଯାଇଛି। ରିୟା ଚକ୍ରବର୍ତ୍ତୀ କୁ ଗିରଫ କରିବା ପରେ ଏବେ କେତେ ବଡ଼ ବଡ଼ ଅଭିନେତ୍ରୀ ମାନେ ମଧ୍ଯ ଏନସିବି ର ସାମ୍ନାରେ ଅଛି। ଯଦିଓ ନାରକୋଟିସ୍ କଣ୍ଟ୍ରୋଲ ଶନିବାର କୁ ଡ୍ରଗ୍ ଲିଙ୍କ ରେ ଥିବା ବଲିଉଡ ର ତିନିଜଣ ବଡ଼ ଅଭିନେତ୍ରୀ (ଦୀପିକା ପାଦୁକୋଣ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁର) ଙ୍କୁ ପଚରା ଉଚରା କରିଥିଲେ। ଏହାପରେ ଦୀପିକା ପାଦୁକୋଣ ସକାଳ ୧୦:୩୦ ରେ ଏନସିବି ର କୋଲାବା ସ୍ଥିତି ରେ ପହଞ୍ଚିଲେ, ଯେଉଁଥିରେ ଅପରାହ୍ନ ସାଢେ଼ ତିନି ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା କରୁଥିଲେ।
ଆଜିର ଇଣ୍ଡିଆ ଖବର ଅନୁସାରେ, ପଚରା ଉଚରା କରିବାରୁ ଦୀପିକା ପାଦୁକୋଣ ଏନସିବି ଙ୍କ ସାମ୍ନାରେ କାନ୍ଦିବାକୁ ଲାଗିଲେ, ଯାହା ପରେ ସେଠି ଉପସ୍ଥିତ ଥିବା ଅଧିକାରୀ ମାନଙ୍କ ଠାରୁ କଡ଼ା ଜବାବ ମିଳିଥିଲା। ମିଡିଆ ରିପୋର୍ଟ ଅନୁସାରେ ଦୀପିକା ଙ୍କୁ ଏନସିବି ସୁଶାନ୍ତ ଙ୍କ ସହ ଯୋଡିହୋଇଥିବା କିଛି ବି ପ୍ରଶ୍ନ ପଚାରି ନାହାଁନ୍ତି, ତାଙ୍କୁ କେବଳ ଡ୍ରଗ୍ ବିଷୟରେ ପ୍ରଶ୍ନ ପଚାରି ଥିଲେ। ଏହା ମଧ୍ଯ ଦାବି କରାଯାଉଛି କି ଦୀପିକା ପାଦୁକୋଣ ପ୍ରଶ୍ନ ର ସିଧା ସିଧା ଉତ୍ତର ଦଉନଥିଲେ, ସବୁ ଉତ୍ତର ସେ ବୁଲାଇ ବଙ୍କେଇ ଦଉ ଥିଲେ। ଏନସିବି ଟିମ ଏବେ ତାଙ୍କର ଉତ୍ତର ରେ ସନ୍ତୁଷ୍ଟ ନୁହନ୍ତି। ଏଠି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଯେତେବେଳେ ଦୀପିକା ଙ୍କୁ ପଚରା ଉଚରା କରାଯାଉଥିଲା ସେ କାନ୍ଦିବାରୁ ସେଠି ଉପସ୍ଥିତ ଥିବା ଅଧିକାରୀ ମାନେ କଣ ଜବାବ ଦେଇଥିଲେ ?
ଏନସିବି ଅଧିକାରୀ କହିଲେ କି’ ଏଠି ଭାବ ପ୍ରବଣ ଦେଖାଅ ନାହିଁ’:
ମିଡିଆ ରିପୋର୍ଟ ଅନୁସାରେ, ଦୀପିକା ପାଦୁକୋଣ ଙ୍କୁ କାନ୍ଦିବାର ଦେଖି ଏନସିବି ଅଧିକାରୀ ମାନେ କହିଲେ କି କାନ୍ଦ ନାହିଁ ଆଉ ଏଠି ଭାବ ପ୍ରବଣ ର ଖେଳ ଖେଳନାହିଁ। ଏନସିବି ଦୀପିକା ପାଦୁକୋଣ ଙ୍କ ର ଫୋନ ନେଇ ଯାଇଛନ୍ତି। କୁହାଯାଉଛି ଦୀପିକା ପାଦୁକୋଣ ଙ୍କୁ ପଚରା ଉଚରା କରିବାରୁ ସେ ତିନି ଥର କାନ୍ଦି ଥିଲେ, ଯାହା ପରେ ଏନସିବି ଟିମ ତାଙ୍କୁ ଚେତାବନୀ ଦେଇଥିଲେ। ଯେଉଁ ସୂଚନା ମିଳିଛି ତାହା ଅନୁସାରେ, ଦୀପିକା ପାଦୁକୋଣ ଡ୍ରଗ ମାମଲା କଥାକୁ ସ୍ବୀକାର କରିଛନ୍ତି। ଏନସିବି ଦୀପିକା ଙ୍କୁ ତାଙ୍କ ମ୍ୟାନେଜର ଙ୍କ ସାମ୍ନାରେ ବସେଇ ପ୍ରଶ୍ନ ପଚାରି ଥିଲେ କିନ୍ତୁ ଅଭିନେତ୍ରୀ କୋୖଣସି ବି ପ୍ରଶ୍ନ ର ଉତ୍ତର ସିଧା ସିଧା ଦେଇ ନଥିଲେ।
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଙ୍କୁ ପଚରା ଉଚରା କରିବାରୁ ସେ ଡ୍ରଗ ମାମଲା କଥାକୁ ମାନିଲେ ନାହିଁ। କୁହାଯାଉଛି ଦୀପିକା ପାଦୁକୋଣ ବେମାରୀ କଥା କହି ତାଙ୍କ ପତି ରଣବୀର ସିଂହ ପଚରା ଉଚରା ରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ, କିନ୍ତୁ ତାକୁ ମନା କରାଯାଇଥିଲା। ଏନସିବି ର ଜାଗାକୁ ରଣବୀର ସିଂହ ଆଉ ଗୋଟେ ଗାଡ଼ିରେ ଯାଇଥିଲେ, କିନ୍ତୁ ଭିତରକୁ ଯାଇପାରିଲେ ନାହିଁ। ରଣବୀର ସିଂହ ଙ୍କ କହିବା କଥା ତାଙ୍କ ପତ୍ନୀଙ୍କୁ ଆତଙ୍କିତ ଆକ୍ରମଣ ହଉଛି, ଯେଉଁ କାରଣରୁ ତାଙ୍କୁ ମଧ୍ୟ ଭିତରକୁ ଯିବାକୁ ଅନୁମତି ଦିଅନ୍ତୁ।
ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁର ଙ୍କୁ ଏନସିବି ପଚାରିଲେ ପ୍ରଶ୍ନ:
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଙ୍କୁ ମଧ୍ଯ ଡ୍ରଗ ମାମଲାକୁ ନେଇ ପ୍ରଶ୍ନ ପଚାରିଲେ କିନ୍ତୁ ସେ ଡ୍ରଗ ନେବା ବିଷୟରେ ସଫା ସଫା ମନା କରିଛନ୍ତିି। କୁହାଯାଉଛି କି ଶ୍ରଦ୍ଧା କପୁର ଙ୍କୁ ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇମଧ୍ୟ ପ୍ରଶ୍ନ ପଚାରି ଥିଲେ, ଯାହାର ଉତ୍ତର ସେ କହିଲେ କି”ଛି ଛୋରେ” ଫିଲ୍ମ ର ସୁଟିଂରେ ମୁଁ ନିଜ ଆଖିରେ ସୁଶାନ୍ତ ଙ୍କୁ ଡ୍ରଗ ନେଉଥିବା ର ଦେଖିଛି। ତାଙ୍କୁ ଦ୍ୱିତୀୟ ଥର ପଚରା ଉଚରା ହେବ କି ନାହିଁ ଏହି ବିଷୟରେ ଏବେ ପର୍ଯ୍ୟନ୍ତ କିଛି ବି ସୂଚନା ଦିଆ ଯାଇନାହିଁ।
ଅଭିନେତା ସେକ ଅଲ୍ଲୀ ଖାନ ଙ୍କ ଝିଅ ସାରା ଙ୍କୁ ମଧ୍ଯ ପାଞ୍ଚ ଘଣ୍ଟା ରୁ ଅଧିକ ସମୟ ପଚରା ଉଚରା କରାଯାଇଛି। ଏହା ପରେ ସେ ସୁଶାନ୍ତ ଙ୍କ ସାଙ୍ଗ ପାର୍ଟି ର କଥାକୁ ସ୍ବୀକାର କରିଛନ୍ତି। ତାହାସହ ସେ କହିଲେ କି”କେଦାରନାଥ” ଫିଲ୍ମ ର ସୁଟିଂ ପରେ ସେ ଦୁଇ ଜଣ ବହୁତ ନିକଟବର୍ତ୍ତୀ ହୋଇଯାଇଥିଲେ। ସାରା ଅଲ୍ଲୀ ଖାନ ଡ୍ରଗ ନେବା କଥାକୁ ମନା କରିଛନ୍ତିି ଆଉ ସେ ରିୟା ଚକ୍ରବର୍ତ୍ତୀ ଙ୍କ ଆରୋପ କୁ ମଧ୍ଯ ଲୁଚାଇଛନ୍ତି। କୁହାଯାଉଛି ଏବେ ଏନସିବି ର ସାମ୍ନାରେ ବଲିଉଡ ର ଅନ୍ୟ ବଡ଼ ବଡ଼ ଅଭିନେତା ଙ୍କର ହାତ ଅଛି, ଯାହାକୁ ଖୁବ ଶୀଘ୍ର ପଚରା ଉଚରା କରାଯାଇପାରେ। ଏହି ଲିଷ୍ଟରେ ସର୍ବ ପ୍ରଥମେ କରନ୍ ଜୋହର ଙ୍କ ନାମ ଅଛି ।