ପତିପତ୍ନୀଙ୍କର ଗୋଟିଏ ରାଶି ହୋଇଥିଲେ କିପରି ରହିଥାଏ ସେମାନଙ୍କ ବୈବାହିକ ଜୀବନ?

ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି କୁହାଯାଇଛି। ସବୁ ରାଶିର ଗ୍ରହ ସ୍ୱାମୀ ଭିନ୍ନ ଭିନ୍ନ ହୋଇଥାଏ ଏବଂ ଏମାନଙ୍କ ଆଧାରରେ ହିଁ ସମସ୍ତ ଲୋକଙ୍କ ସ୍ଵଭାବ ନିର୍ମିତ ହୋଇଥାଏ। ଜାଣନ୍ତୁ ଯଦି ସମାନ ରାଶିର ଲୋକ ପରସ୍ପରକୁ ବିବାହ କରିଥାନ୍ତି ତେବେ ସେମାନଙ୍କ ବୈବାହିକ ଜୀବନ କେମିତି ହୋଇଥାଏ? ଜ୍ୟୋତିଷ ଶାସ୍ତ୍ରରେ ଏପରି ବିବାହକୁ ନେଇ ଏମିତି କିଛି ମତ ରହିଛି।

ମେଷ ଏବଂ ମେଷ(ଗ୍ରହ ସ୍ଵାମୀ- ମଙ୍ଗଳ): ଏହା ଏକ ପରିଶ୍ରମୀ ରାଶି ଅଟେ। ଯଦି ପରସ୍ପର ମଧ୍ୟରେ ବିବାହ କରିଥାନ୍ତି ତେବେ ଜୀବନ ସୁଖୀ ରହିଥାଏ।

ବୃଷ ଏବଂ ବୃଷ(ଗ୍ରହ ସ୍ଵାମୀ- ଶୁକ୍ର): ଏହି ଦୁଇଜଣ ପ୍ରେମରେ ରହିଥାନ୍ତି। ଏମାନଙ୍କ ପରସ୍ପର ମଧ୍ୟରେ ବିବାହ ଶୁଭ ରହିଥାଏ।

ମିଥୁନ ଏବଂ ମିଥୁନ(ଗ୍ରହ ସ୍ଵାମୀ- ବୁଧ): ଏହି ରାଶି ଶାନ୍ତ, କିନ୍ତୁ ଚିନ୍ତିତ ରହିଥାନ୍ତି। ଯଦି ଏହି ଦୁଇଜଣ ପରସ୍ପର ମଧ୍ୟରେ ବିବାହ କରିଥାନ୍ତି ତେବେ ସୁଖରେ ଅଭାବ ରହିଥାଏ।

କର୍କଟ ଏବଂ କର୍କଟ(ଗ୍ରହ ସ୍ଵାମୀ- ଚନ୍ଦ୍ର): ଯଦି ଏହି ଦୁଇଜଣ ପରସ୍ପର ମଧ୍ୟରେ ବିବାହ କରିଥାନ୍ତି ତେବେ ଏମାନଙ୍କ ମଧ୍ୟରେ ବାଦ ବିବାଦ ଲାଗି ରହିଥାଏ। ଚିନ୍ତା ବଢ଼ିଥାଏ।

ସିଂହ ଏବଂ ସିଂହ(ଗ୍ରହ ସ୍ଵାମୀ- ସୂର୍ଯ୍ୟ): କେବେ କେବେ ବିବାଦ ହୋଇପାରେ, କିନ୍ତୁ ସାଧାରଣତଃ ଜୀବନ ସୁଖୀ ରହିଥାନ୍ତି।

କନ୍ୟା ଏବଂ କନ୍ୟା(ଗ୍ରହ ସ୍ଵାମୀ- ବୁଧ): ଯଦି ଏହି ଦୁଇଜଣ ପରସ୍ପରଙ୍କୁ ବିବାହ କରିଥାନ୍ତି ତେବେ ଏମାନଙ୍କ ମଧ୍ୟରେ ଅସନ୍ତୁଷ୍ଟି ଭାବ ରହିଥାଏ।

ତୁଳା ଏବଂ ତୁଳା (ଗ୍ରହ ସ୍ଵାମୀ- ଶୁକ୍ର): ଏହି ରାଶିର ଲୋକ ନିଜର ଜୀବନରେ ମସ୍ତ ରହିଥାନ୍ତି। ଏମାନଙ୍କ ବୈବାହିକ ଜୀବନ ସୁଖୀ ରହିଥାଏ।

ବିଛା ଏବଂ ବିଛା (ଗ୍ରହ ସ୍ଵାମୀ- ମଙ୍ଗଳ): ପରସ୍ପର ବିବାହ କରିଲେ ଏମାନଙ୍କ ମଧ୍ୟରେ ବିବାଦ ଅଧିକ ହୋଇଥାଏ। ଚିନ୍ତା ଏବଂ ମାନସିକ ଚାପର ସାମ୍ନା କରିବାକୁ ପଡିଥାଏ।

ଧନୁ ଏବଂ ଧନୁ (ଗ୍ରହ ସ୍ଵାମୀ- ବୃହସ୍ପତି): ଯଦି ଏମାନଙ୍କର ପରସ୍ପର ମଧ୍ୟରେ ବିବାହ ହୁଏ ତେବେ ଜୀବନ ସୁଖୀ ରହିଥାଏ।

ମକର ଏବଂ ମକର(ଗ୍ରହ ସ୍ଵାମୀ- ଶନି): ଏମାନେ ପରସ୍ପର ସହିତ ବିବାହ କରି ସୁଖୀ ରହିଥାନ୍ତି, ଏମାନଙ୍କର ବିବାହ ମଧ୍ୟ ସଫଳ ହୋଇଥାଏ।

କୁମ୍ଭ ଏବଂ କୁମ୍ଭ (ଗ୍ରହ ସ୍ଵାମୀ- ଶନି): ଏହି ରାଶିର ଲୋକମାନେ ପରିଶ୍ରମୀ ହୋଇଥାନ୍ତି। ଯଦି ଏମାନେ ଉଭୟ ପରସ୍ପରଙ୍କୁ ବିବାହ କରନ୍ତି ତେବେ ଏମାନଙ୍କ ଜୀବନ ଆନନ୍ଦରେ ବ୍ୟତୀତ ହୋଇଥାଏ।

ମୀନ ଏବଂ ମୀନ (ଗ୍ରହ ସ୍ଵାମୀ- ବୃହସ୍ପତି): ଏମାନେ ଉଭୟ ପରସ୍ପର ମଧ୍ୟରେ ବିବାହ କଲେ ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିଥାଏ।

Leave a Reply

Your email address will not be published. Required fields are marked *