କରଣ ଜୋହରଙ୍କ ଫିଲ୍ମରେ ଆପଣ ଏକ ତରଫା ପ୍ରେମ ବିଷୟରେ ଅନେକ ପ୍ରଶଂସା ଶୁଣିଥିବେ। ମାତ୍ର ଏହା ବାସ୍ତବ ଜୀବନରେ ହୋଇ ନଥାଏ। ଆପଣ ଅନେକ ଏସିଡ ଆକ୍ରମଣ ବିଷୟରେ ପଢିଥିବେ ଏବଂ ଶୁଣି ମଧ୍ୟ ଥିବେ। ଯେଉଁଥିରେ ପ୍ରେମରେ ଅସଫଳ ହେବା ପରେ ପାଗଳ ପ୍ରେମୀ ମହିଳାଙ୍କୁ ଆକ୍ରମଣ କରି ଦେଇଥାନ୍ତି। ମାତ୍ର ନିକଟରେ ସ୍ପେନରୁ ଏମିତି ଏକ ମାମଲା ସାମ୍ନାକୁ ଆସିଲା, ଯେଉଁଥିରେ ଜଣେ ସନକୀ ପ୍ରେମୀ ମହିଳାଙ୍କ ଉପରେ ଏସିଡ ନୁହେଁ ବରଂ ଫେବିକଲରେ ଆକ୍ରମଣ କରିଥିଲେ।
ଏହାପରେ ମହିଳାଙ୍କ ବାଳ ଏପରି ହୋଇଯାଇଥିଲା ଯେ ତାଙ୍କୁ ସିଧା ପାର୍ଲର ଯିବାକୁ ପଡିଥିଲା। ମହିଳାଙ୍କୁ ଯିଏ ବି ଦେଖୁଥିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ମହିଳାଙ୍କୁ ତାଙ୍କ ନିଜ ଘରେ ହିଁ ଆକ୍ରମଣ କରାଯାଇଥିଲା। ଯେତେବେଳେ ତାଙ୍କ ଘରର ବେଲ ବାଜିଥିଲା ସେ ଯାଇ କବାଟ ଖୋଲିବା ପୂର୍ବରୁ କେବେ ଭାବି ନଥିଲେ କଣ ହେବ।
ମାମଲା ସ୍ପେନର ବେଳେନସିୟାରୁ ସାମ୍ନାକୁ ଆସିଥିଲା ଯେଉଁଠାରେ ଜଣେ ମହିଳାଙ୍କ ଉପରେ ଜଣେ ବ୍ୟକ୍ତି ଫେବିକଲରେ ଆକ୍ରମଣ କରିଥିଲେ। ମହିଳାଙ୍କ ସ୍କିନ ମଧ୍ୟ ଏହି ଆକ୍ରମଣରେ କିଛି ଅଂଶ ଜଳି ଯାଇଥିଲା।
ମହିଳାଙ୍କ ଜଣକଙ୍କ ପରିଚୟ ୩୧ ବର୍ଷୀୟ ମାର୍ସେଲା ଟସ୍କନ ବୋଲି ଜଣାପଡିଛି। ମାର୍ସେଲାଙ୍କ ଉପରେ ତାଙ୍କ ଘରର ମୁଖ୍ୟ କବାଟ ପାଖରେ ଆକ୍ରମଣ କରାଯାଇଥିଲା। ମହିଳାଙ୍କ ଡୋର ବେଲ ବାଜିଥିଲା ଏବଂ ଯେତେବେଳେ ସେ କବାଟ ଖୋଲିଥିଲେ ତାଙ୍କ ଉପରେ ଏପରି ଏକ ଆକ୍ରମଣ ହୋଇଯାଇଥିଲା।
ମୂଳ ରୂପରେ କଲମ୍ବିଆର ରହୁଥିବା ମାର୍ସେଲାଙ୍କ ଉପରେ ସକାଳ ୯ଟା ସମୟରେ ଆକ୍ରମଣ କରାଯାଇଥିଲା। ଆକ୍ରମଣକାରୀ କବାଟ ପାଖରେ ପ୍ରଥମେ ମାର୍ସେଲାଙ୍କୁ ଏକ ଫୁଲ ଗୁଲଦସ୍ତା ଦେଖାଇଥିଲେ। ଏହାପରେ ଏହି ଗୁଲଦସ୍ତାଟିକୁ ମହିଳାଙ୍କ ଗୋଡ଼ ପାଖକୁ ଫୋପାଡି ଦେଇଥିଲେ।
ମାର୍ସେଲାଙ୍କୁ ତାଙ୍କ ପୁଅଙ୍କ ସାମ୍ନାରେ ଗାଳି ଦେଇ କରି ବ୍ୟକ୍ତି ଜଣକ ମହିଳାଙ୍କ ମୁଣ୍ଡରେ ଏକ ଟୋପି ପିନ୍ଧାଇ ଦେଇଥିଲେ। ଏବଂ ଏପରି କରବା ପରେ ସେଠାରୁ ଦୌଡ଼ି ଚାଲି ଯାଇଥିଲେ। ମହିଳାଙ୍କ ମୁଣ୍ଡରେ ଜଳା ପୋଡା ହେବା ଆରମ୍ଭ ହୋଇଯାଇଥିଲା। ଯେତେବେଳେ ମହିଳା ଜଣକ ଟୋପି ବାହାର କରିଥିଲେ ସେ ଦେଖିଲେ ଟୋପିରେ ଫେବିକଲ ଭରି ରହିଛି।
ମହିଳାଙ୍କ ସବୁ ବାଳ ଲାଖି ଯାଇଥିଲା। ମୁଣ୍ଡ ବାଳର ଏପରି ଅବସ୍ଥା ଦେଖି ମହିଳା ଜଣକ କାନ୍ଦିବାକୁ ଲାଗିଲେ। ଏହାପରେ ତୁରନ୍ତ ସେ ପାର୍ଲର ଯିବାର ନିଷ୍ପତ୍ତି ନେଇଥିଲେ। ରାସ୍ତାରେ ଯିଏ ମଧ୍ୟ ତାଙ୍କୁ ଦେଖୁଥିଲେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ।
ଏହାର ତୁରନ୍ତ ପରେ ମାର୍ସେଲା ପାର୍ଲର ଯାଇଥିଲେ, ସେଠାରେ ଯିବା ପରେ ସେ ଜାଣିବାକୁ ପାଇଥିଲେ ଆଉ ତାଙ୍କ ବାଳ ଠିକ କରାଯାଇ ପାରିବ ନାହିଁ। ଏହାପରେ ମାର୍ସେଲାଙ୍କୁ ନିଜ ବାଳ ସମ୍ପୂର୍ଣ୍ଣ କାଟି ଲଣ୍ଡା ହେବାକୁ ପଡିଥିଲା। ପରେ ମାର୍ସେଲା ସେହି ବ୍ୟକ୍ତି ବିରୋଧରେ ପୋଲିସ ପାଖରେ ଅଭିଯୋଗ ମଧ୍ୟ କରିଥିଲେ। ବର୍ତ୍ତମାନ ଏହାକୁ ନେଇ ଯାଞ୍ଚ କରାଯାଉଛି।