ଗୋଟିଏରୁ ଦିନରେ ବନ୍ଦ ହୋଇଯିବ କାଶ। କାଶ ହେଲେ ବ୍ୟକ୍ତିକୁ ଅନେକ ଯନ୍ତ୍ରଣା ସହ୍ୟ କରିବାକୁ ପଡିଥାଏ। ବାରମ୍ବାର କାଶ ହେବା ଦ୍ୱାରା ଆମେ ରାତିରେ ମଧ୍ୟ ଶୋଇ ପରି ନଥାଉ। ଯେଉଁ ବ୍ୟକ୍ତିଙ୍କୁ ଅନେକ ବର୍ଷରୁ କାଶ ହେଉଥାଏ ସେମାନେ ଔଷଧ ଖାଇଲେ ମଧ୍ୟ ମାତ୍ର ୩ ରୁ ୪ ଦିନ ଉପଶମ ମିଳି ପାରିଥାଏ। ୩/୪ ଦିନ ପରେ ପୁଣି କଷ୍ଟ ସହିବାକୁ ପଡିଥାଏ। ତେବେ ଜାଣନ୍ତୁ ଏପରି କଣ ଖାଇଲେ ୨ ରୁ ୩ ଦିନରେ କାଶରୁ ସବୁଦିନ ପାଇଁ ମୁକ୍ତି ମିଳିଯିବ।
ଏହାକୁ ବୃଦ୍ଧ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ମଧ୍ୟ ସେବନ କରି ପାରବେ ଏବଂ ଶିଘ୍ରତାରେ ଉପଶମ ମଧ୍ୟ ପଇବେ। ତେବେ କେତେ ମାତ୍ରାରେ କଣ ଖାଇଲେ ହୋଇପାରିବ କାଶର ଚିକିତ୍ସା? ତୁଳସୀ, ଅଦା, ମହୁ, ଫୁଟା ଯାଇଥିବା ପାଣି କୁ ସେବନ କଲେ ସବୁଦିନ ପାଇଁ ଦୂର ହୋଇଯାଇଥାଏ ଏହି କାଶ।
ପଦ୍ଧତି: କାଶର ଚିକିତ୍ସା ପାଇଁ ପ୍ରଥମେ ୧୦ ରୁ ୧୫ଟି ତୁଳସୀ ପତ୍ର ନିଅନ୍ତୁ। ତୁଳସୀ ପତ୍ର ଆପଣଙ୍କ ଘରେ ନିଶ୍ଚିତ ରୂପରେ ମିଳିଯିବ। ଏହି ପତ୍ରକୁ ଭଲ ଭାବରେ ଧୋଇ ସଫା କରି ନିଅନ୍ତୁ। ପରେ ଏହାକୁ କୁଟି ଏକ ପେଷ୍ଟ ବନାନ୍ତୁ। ଏହାପରେ ଖଣ୍ଡେ ଅଦା ନିଅନ୍ତୁ। ଅଦା ମଧ୍ୟ ସହଜରେ ଆପଣଙ୍କ ରୋଷେଇ ଘରେ ମିଳିଯିବ। ତେବେ ଅଦାକୁ ଛେଚି ଦିଅନ୍ତୁ। ପରେ ଏହାର ରସ ବାହାର କରି ଏଥିରୁ ମାତ୍ର ଏକ ଚାମଚ ରସ ନେଇ ପୂର୍ବରୁ ରଖିଥିବା ତୁଳସୀ ପେଷ୍ଟରେ ମିଶାନ୍ତୁ। ଏହାର ସ୍ୱାଦ ଟିକେ ତୀବ୍ର ହୋଇପାରେ ହେଲେ ଏହାର ଦୁଇ ରୁ ତିନି ଥର ସେବନ ପରେ କାଶ ଦୂରେଇ ଯିବ।
ପ୍ରସ୍ତୁତ ହୋଇଥିବା ଅଦା ଏବଂ ତୁଳସୀ ମିଶ୍ରଣରେ ଏକ ଚାମଚ ମହୁ ମିଶାଇ ଦିଅନ୍ତୁ। ଯଦି ଆପଣଙ୍କ ପାଖରେ ଶୁଦ୍ଧ ମହୁ ଅଛି ତେବେ ତାହା ଅଧିକ କାମ ଦେଖାଇବା। ଏହାପରେ ଆପଣଙ୍କ ଔଷଧ ପ୍ରସ୍ତୁତ ହୋଇଯିବ। ତେବେ ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରିବା ଉତ୍ତମ ରହିଥାଏ।
ଛୋଟ ପିଲାଙ୍କୁ ଦେବାର ପଦ୍ଧତି:
ଯଦି ଏହି ଔଷଧ ଛୋଟ ପିଲା ଅର୍ଥାତ ଏକ ରୁ ଚାରି ବର୍ଷ ପିଲାଙ୍କୁ ଦେଉଛନ୍ତି ତେବେ ଗୋଟେ ଚାମଚର ଏକ ଚତୁର୍ଥାଂଶ ପରିମାଣରେ ଦିଅନ୍ତୁ। ଏହା ପରେ ଦୁଇ ରୁ ତିନି ଘୁଟ ଫୁଟା ପାଣି ଥଣ୍ଡା କରି ପିଆଇ ଦିଅନ୍ତୁ। ଦ୍ୱିତୀୟ ରାତିରେ ମଧ୍ୟ ସମାନ ଏହି ପ୍ରକ୍ରିୟା କରନ୍ତୁ।
ଯଦି ଆପଣଙ୍କ ବୟସ ୧୦ ବର୍ଷରୁ ଅଧିକ ହୋଇଛି ତେବେ ଏହି ମିଶ୍ରଣକୁ ପୁରା ଏକ ଚାମଚ ସେବନ କରନ୍ତୁ। ଏଥିସହିତ ୪ ରୁ ୫ ଘୁଟ ଫୁଟା ପାଣି ଥଣ୍ଡା କରି ପିଇ ନିଅନ୍ତ। ଲଗାତର ଦୁଇ ଦିନ ପର୍ଯ୍ୟନ୍ତ ରାତିରେ ଏହି ଉପାୟ କରନ୍ତୁ। ଏପରି କରିବା ଦ୍ୱାରା ଦୁଇ ଦିନ ପରେ ଆପଣଙ୍କ କାଶ ସବୁଦିନ ପାଇଁ ସମ୍ପୂର୍ଣ୍ଣ ଛାଡି ଯିବ।