ପାଣିରେ ବୁଲେଟଠାରୁ ଅଧିକ ଦ୍ରୁତ ବେଗରେ ଦୌଡିବ ୫ ବିଲିୟନର ଏହି ସୁପରୟାଚ, ଏଥିସହିତ ମାଗଣାରେ ଉପଲବ୍ଧ ହେବ କୋଟି କୋଟି ଟଙ୍କାର ବୁଗାଟୀ

ସୌକ ଏକ ବଡ଼ କଥା ହୋଇଥାଏ। ଏହି ସୌକ ପାଇଁ ଲୋକମାନେ ପାଣି ପରି ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନଥାନ୍ତି। ଖୁବଶୀଘ୍ର ଜେମ୍ସ ବଣ୍ଡଙ୍କ ଏକ ଚଳଚ୍ଚିତ୍ର ସିରେ ରହିଛି ଏମିତି ଏକ ସୁପରୟାଚ ଯାହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଯିବ। ୫ ବିଲିୟନ ୩ କୋଟି ଏବଂ ୨୫ ଲକ୍ଷର ଏହି ସୁପରୟାଚ ବଜାରରେ ଚାଞ୍ଚଲ୍ୟ ଖେଳାଇ ଦେବ।

ଏହି ଉନ୍ନତ ସେନୋସ ସୁପରବୋଟ ଉପରେ ଅନେକ ଧନୀ ଲୋକଙ୍କର ନଜର ରହିଛି। କିନ୍ତୁ ଏହି ସୁପରୟାଚ ସହିତ ଏକ ଉପହାର ମଧ୍ୟ ଦିଆଯିବ। ଏହି ୟାଚ ସହିତ ଏହାର ମାଲିକଙ୍କୁ ମିଳିବ ଏକ ବୁଗାଟୀ ଚୀରୋନ ସୁପରକାର। କୁହାଯାଉଛି ଯେ, ଏହି ଅଫର କାରଣରୁ ଏହି ୟାଚର ବିକ୍ରି ବଢ଼ିବ। ଏହି ୟାଚ ପାଣିରେ ବୁଲେଟ ଗତିରେ ଚାଲିବ। ଏଥିସହିତ ଏଥିରେ ଏତେ ପ୍ରକାରର ବିଶେଷତ୍ୱ ରହିଛି ଯେ ଏହା ବଜାରକୁ ଆସିବା ପୂର୍ବରୁ ବହୁତ ଡିମାଣ୍ଡରେ ରହିଛି।

Lazzarini Design Studio ଏମିତି ଏକ ୟାଚ ବନାଇବାକୁ ପ୍ରସ୍ତୁତିରେ ଅଛି ଯାହାର ମୂଲ୍ୟ ୫,୦୩,୨୫,୭୦,୭୧୪ ଟଙ୍କା ରହିବ।

ବିଲିୟନ ଟଙ୍କାର ଏହି ୟାଚର କ୍ରେତାଙ୍କୁ ଏଥିସହିତ ମିଳିବ ୩୮,୭୦,୦୪,୭୨୮ ଟଙ୍କାର ଏକ ବୁଗାଟୀ କାର।

ଏହି ୟାଚ ଭିତରେ ହିଁ ବୁଗାଟୀକୁ ପାର୍କ କରିବା ପାଇଁ ଗ୍ୟାରେଜ ନିର୍ମାଣ କରାଯାଇଛି। ଏଥିରେ ହିଁ କାରକୁ ହାରବର ଠାରୁ ଭୂମି ଉପରେ ଅଣାଯାଇ ପାରିବ।

Lazzarini Design Studioର ଏହି ସୁପରୟାଚ ଘଣ୍ଟା ପ୍ରତି ୧୦୦ ମାଇଲ ସ୍ପୀଡ଼ରେ ଦୌଡିବ। ଏଥିପାଇଁ ଏଥିରେ ୧୫ ହଜାର ହର୍ଷପାୱାରର ଇଞ୍ଜିନ ଲଗା ଯିବ।

ଏହାର ବେଗ ଏତେ ଅଧିକ ରହିବ ଯେ, ତାହା ଆଶା କରାଯାଇ ପାରିବ ନାହିଁ। ପଲକ ପକାଇବା ମାତ୍ରେ ଏହି ୟାଚ ଆପଣଙ୍କ ଦୃଷ୍ଟିରୁ ଅନ୍ତର ହୋଇଯିବ।

Lazzarini Design ଛଡା ଜେଟ ସ୍କାଇଜ ମଧ୍ୟ ବିଳାସପୂର୍ଣ୍ଣ ବୋଟ ବନାଇବା ପାଇଁ ବହୁତ ଜଣାଶୁଣା ଅଟେ। ଏହି ସୁପରୟାଚ ଧନୀ ଲୋକମାନଙ୍କୁ ଅକର୍ଷିତ କରିଥାଏ।

Lazzarini Design ଏହି ୟାଚକୁ ସେନୋସ୍ ନାମରେ ନାମିତ କରିଛି। ବର୍ତ୍ତମାନ କମ୍ପାନୀ ଏହାର ଡିଜାଇନ ବନାଇଛି। ଏବଂ ବର୍ତ୍ତମାନ ଏହାକୁ ପ୍ରକୃତ ରୂପ ଦେବାର ପ୍ରସ୍ତୁତି ଚାଲିଛି।

କମ୍ପାନୀ ଏହାର ଓଜନ କମ ରଖିବା ପାଇଁ ଏହାକୁ ଆଲୁମିନିୟମ ଏବଂ କାର୍ବନରେ ବନାଇବାର ପ୍ରସ୍ତୁତିରେ ରହିଛି। ଏଥିସହିତ ଯେଉଁ ବୁଗାଟୀ ମାଗଣାରେ ଉପଲବ୍ଧ ହେବ, ତାହା ବିଶ୍ୱ ଜେ ବଜାରରେ ମାତ୍ର ପାଞ୍ଚଶହ ଉପଲବ୍ଧ ହେବ। ତାଙ୍କୁ ଏହି ସୁପରୟାଚ ସହିତ ମାଗଣାରେ ଦିଆଯାଉଛି।

Leave a Reply

Your email address will not be published. Required fields are marked *