ବାସ୍ତୁ ଶାସ୍ତ୍ର ଆନୁସାରେ ମଣିଷ ଜୀବନରେ ବହୁତ କିଛି ଘଟଣା ଦୁର୍ଘଟଣା ପାଇଁ ବାସ୍ତୁ ଶାସ୍ତ୍ର ଦାୟୀ ରହିଥାଏ । ଯଦି ଆମେ ଘରର ବାସ୍ତୁ ସଠିକ୍ ପ୍ରଣାଳୀରେ ନ ରଖିବା ତେବେ ଆମ ଜୀବନରେ ବହୁତ କିଛି ଅସୁବିଧାର ସମ୍ମୁଖିନ ହେବାକୁ ପଡି ଥାଏ। ଘର ତିଆରି ଠାରୁ ଆରମ୍ଭ କରି ଘରେ କେଉଁଠି କେଉଁ ସବୁ ଜିନିଷ ରହିବା ଉଚିତ୍ ଓ କେଉଁଠି କେଉଁ ଜିନିଷ ରହିବା ଉଚିତ୍ ନୁହେଁ ତଥା ବାସ୍ତୁ ଶାସ୍ତ୍ର ରେ କୁହା ଯାଇଛି। ଯାହାକୁ ପାଳନ କଲେ ଘରେ ସୁଖ ଶାନ୍ତି ଲାଗି ରହିଥାଏ ।
ବାସ୍ତୁ ଦୋଷ ଦୂର କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ କରିଥାଉ । ଏହି ସବୁ ଉପାୟ ପାଳନ କରିବା ଫଳରେ ଘରେ ସକାରାତ୍ମକ ଉର୍ଜା ରହିଥାଏ ଓ କାର୍ଯ୍ୟ ରେ ଆସୁଥିବା ଅସୁବିଧା ଦୂର ହୋଇଥାଏ । ଆସନ୍ତୁ ଜାଣିବା କିଛି ବାସ୍ତୁ ବିଷୟରେ ଛୋଟ ଛୋଟ ଉପାୟ
ଲୁଣ ପାଣି ଦ୍ଵାରା ଘର ପୋଛିବା
ଘରେ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଘର ପୋଛିବା ସମୟରେ ପାଣି ରେ ଅଳ୍ପ ଲୁଣ ମିଶାଇ ସଫା କରିବା ଦରକାର । ଏଥି ପାଇଁ ସମୁଦ୍ର ଲୁଣ ଏଥି ପାଇଁ ଉପଯୁକ୍ତ ଅଟେ । ଏହି ଉପାୟ ରେ ଘରେ ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ଘରେ ପବିତ୍ରତା ର ବାତାବରଣ ବଢ଼ିଥାଏ ।
ବାର୍ଥରୁମ ରେ ରଖନ୍ତୁ ସମୁଦ୍ର ଲୁଣ
ଘରେ ବାସ୍ତୁ ଦୋଷ ଦୂର କରିବା ପାଇଁ ଏହି ଉପାୟ ମଧ୍ୟ କାର ଯାଇପାରେ । ଏକ ପାତ୍ର ରେ ସମୁଦ୍ର ଲୁଣ ଭର୍ତ୍ତି କରି ଏହି ପାତ୍ର କୁ ବାର୍ଥରୁମ ରେ ରଖି ଦିଅନ୍ତୁ । ଏହି ଉପାୟ ଦ୍ଵାରା ମଧ୍ୟ ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ସମୟ ସମୟରେ ଲୁଣ କୁ ବଦଳାଇବା ଦରକାର ।
ବନ୍ଧୁଗଣ ଆସ କରୁଛି ଆମର ଏହି ଆର୍ଟିକିଲ ଆପଣଙ୍କୁ ପସନ୍ଦ ଆସିଥିବ | ଗୋଟେ ଲାଇକ ସହ ଶେୟାର କରିବାକୁ ଅନୁରୋଧ | ଧନ୍ୟବାଦ