ପିଏମ କିଶାନ ସ୍କିମ୍ ରେ ହୋଇ ସାରିଛି ବଡ଼ ପରିବର୍ତ୍ତନ , ଏବେ ୨ କୋଟି ଅଧିକ କିଶାନ ଙ୍କ ଖାତା କୁ ଯିବ ୬୦୦୦ ଟଙ୍କା , ଆସନ୍ତୁ ଜାଣିବା

ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ର ଘୋଷଣା ଗତବର୍ଷ କରାଯାଇଥିଲା । ଏହି ଯୋଜନା ଅନୁସାରେ କେନ୍ଦ୍ର ସରକାର କିଶାନ ଙ୍କ ବ୍ୟାଙ୍କ ଖାତା ରେ ସିଧାସଳଖ ଟଙ୍କା ଟ୍ରାସଫର କରୁଛନ୍ତି । ଏହି ସ୍କିମ୍ ହିସାବରେ ଆସନ୍ତା କିସ୍ଥି ୧ ଅଗଷ୍ଟ ୨୦୨୦ ରେ କୃଷକ ଙ୍କ ଖାତା କୁ ଟ୍ରାସଫର କରାଯିବ । ଏହି ସ୍କିମ ରେ ବଡ଼ ପରିବର୍ତ୍ତନ କରାଯାଇଛି । କେନ୍ଦ୍ରୀୟ କୃଷି ରାଜ୍ୟ ମନ୍ତ୍ରୀ କୈଲାଶ ଚୌଧୁରୀ କହିଛନ୍ତି କି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ର ସୀମାକୁ ବଢ଼ା ଯାଇଛି । ଏହା ଦ୍ବାରା ୨ କୋଟି ଅଧିକ କୃଷକ ଙ୍କୁ ୬୦୦୦ ଟଙ୍କା ମିଳିବ ।

ଏହି ନିୟମ କୁ ବଦଳାଇବା ଦ୍ଵାରା ଅଧିକ ୨ କୋଟି କୃଷକ ଙ୍କ ଉପକୃତ ହେବେ

କୃଷି ରାଜ୍ୟ ମନ୍ତ୍ରୀ କୈଳାଶ ଚୌଧୁରୀ ଙ୍କ କହିବା କଥା ଏହା କି ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ଥିବା ସୀମାରେଖା କୁ ବଦଳାଇ ଦିଆ ଯାଇଛି । ଏବେ ଭୂମି ଥିବା ସବୁ କୃଷକ ଏହାର ଫାଇଦା ପାଇପାରିବେ । ଏହି ସଂଶୋଧନ ଦ୍ଵାରା ୨ କୋଟି ଅଧିକ କୃଷକ ଏହାର ଲାଭ ପାଇପାରିବେ ।

ଆପଣଙ୍କୁ କହିରଖୁଛୁ କି ଏହା କେନ୍ଦ୍ର ସରକାର ଙ୍କ ସ୍କିମ୍ । ଏହାର ଘୋଷଣା ୧ ଫେବୃଆରୀ ୨୦୧୯ ରେ ଆସିଥିବା ବଜେଟ ରେ କରାଯାଇଥିଲା । ଏହି ସ୍କିମ ହିସାବରେ ପ୍ରଥମେ ଛୋଟ ଓ ସୀମିତ କୃଷକ ପରିବାର ଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଆଯିବ । ଏହି କିଶାନ ପରିବାର ଙ୍କୁ ଏହି ଲାଭ ମିଳିବ ଯାହାର ୨ ହେକ୍ଟର ରୁ କମ ସମ୍ପତ୍ତି ଥିବ । ଏବେ ଏହାକୁ ଉଠାଇ ଦିଆଯାଇଛି ।

କୃଷକ ଙ୍କୁ ୨୦୦୦ – ୨୦୦୦ ଟଙ୍କା କରି ତିନୋଟି କିସ୍ତି ରେ ଏହି ପଇସା ଦିଆଯିବ । ଏହି ପଇସା ସିଧାସଳଖ ହିତାଧିକାରୀ ଙ୍କ ଖାତା କୁ ଯିବ । ଡେବିଟ ଦ୍ଵାରା ପଇସା ଟ୍ରାନ୍ସଫର ପ୍ରକ୍ରିୟା ଦ୍ଵାରା କରାଯିବ । ସାଥିରେ କୃଷକ ଙ୍କ ର ମଧ୍ୟ ବହୁତ ସମୟ ବଞ୍ଚି ଯିବ ।

ପିଏମ କିଶାନ ସମ୍ମାନ ନିଧି ସ୍କିମ ଅନୁସାରେ ଆସନ୍ତା କିସ୍ତି ୧ ଅଗଷ୍ଟ ରେ ଆସିବ । ଏହି ସ୍କିମ ରେ ରେଜିଷ୍ଟ୍ରେସନ ପରେ ମଧ୍ୟ ଯଦି କୃଷକ ଙ୍କ ଖାତା କୁ ୨୦୦୦ ଟଙ୍କା ଆସିନାହିଁ ତେବେ ଘରେ ବସି ମଧ୍ୟ ଆବେଦନ ର ସ୍ଥିତି ଜାଣିପାରିବେ ।

ପିଏମ କିଶାନ ଙ୍କ ୱେବସାଇଟ pmkisan.gov.in ରେ ଯାଆନ୍ତୁ । ହୋମ ପେଜ ରେ ମେନୁ ବାର ଦେଖନ୍ତୁ ଓ ଏଠାରେ ‘ ଫାର୍ମର କାର୍ନର’ କୁ ଯାଆନ୍ତୁ । ଏଠାରେ Beneficiary Status ରେ କ୍ଲିକ କରନ୍ତୁ । ଏବେ ଏହି ପେଜ ରେ ଆପଣ ନିଜର ଫର୍ମ ର ସ୍ଥିତି ଜାଣିବା ପାଇ ତିନୋଟି ବିକଳ୍ପ ଅଛି ।

ଆଧାର ନମ୍ବର , ଆକାଉଣ୍ଟ ନମ୍ବର ଓ ମୋବାଇଲ ନମ୍ବର ଏଥିରୁ କୌଣସି ଗୋଟିଏ ଉପରେ କ୍ଲିକ କରନ୍ତୁ । ଏବେ ଆପଣ ଯେଉଁ ବିକଳ୍ପ ବାଛିଛନ୍ତି ସେଥିରେ ସେହି ନମ୍ୱର ଦେଇ Get Data ଉପରେ କ୍ଲିକ କରନ୍ତୁ । ଏବେ ଆପଣଙ୍କୁ ଆପଣଙ୍କ ସ୍ଥିତି ଦେଖାଯିବ ।

ଯଦି ଆପଣ ଏହି ଯୋଜନା ର ଫାଇଦା ନେବା ପାଇଁ ଆବେଦନ କରିଛନ୍ତି ଓ ଆପଣଙ୍କ ନାମ ଲାଭାର୍ଥୀ ସୂଚୀ ରେ ଦେଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସରକାର ଏବେ ଏହି ସୁବିଧା ଅନଲାଇନ ମାଧ୍ୟମ ରେ କରି ଦେଇଛନ୍ତି । ପିଏମ କିଶାନ ସମ୍ମାନ ନିଧି ଯୋଜନା ୨୦୨୦ ର ନୂଆ ସୂଚୀ କୁ ସରକାରୀ ୱେବସାଇଟ pmkisan.gov.in ରେ ଚେକ କରି ପାରିବେ ।

ଲିଷ୍ଟ ରେ ଚେକ କରନ୍ତୁ ନିଜର ନାମ

ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ରେ ‘ଲାଭାର୍ଥୀ ସୂଚୀ’ ଲିଙ୍କ୍ ଉପରେ କ୍ଲିକ କରନ୍ତୁ । ଏହା ପରେ ନିଜର ରାଜ୍ୟ , ଜିଲ୍ଲା , ଉପଜିଲ୍ଲା , ବ୍ଲକ ଓ ଗ୍ରାମ ର ବିବରଣୀ ଦିଅନ୍ତୁ । ଏତିକି କରି ସାରିବା ପରେ Get Report ଉପରେ କ୍ଲିକ କରନ୍ତୁ ଓ ପୁରା ଲିଷ୍ଟ ପାଆନ୍ତୁ ।

Leave a Reply

Your email address will not be published. Required fields are marked *