ମାନ୍ୟତା ରହିଛି ଯେ, କୁଶର ଅଗ୍ରଭାଗରେ ବ୍ରହ୍ମା, ମଧ୍ୟ ଭାଗରେ ବିଷ୍ଣୁ ଏବଂ ମୂଳ ଭାଗରେ ଭଗବାନ ଶଙ୍କର ନିବାସ କରିଥାନ୍ତି। ଶ୍ରାଦ୍ଧ କର୍ମରେ କୁଶକୁ ଆଙ୍ଗୁଠିରେ ଧାରଣ କରିବାର ଅଭିପ୍ରାୟ ରହିଛି ଯେ, ଆମେ ପବିତ୍ର ହୋଇ ନିଜର ପୂର୍ବପୁରୁଷଙ୍କ ଶାନ୍ତି ପାଇଁ ଶ୍ରାଦ୍ଧ କର୍ମ ଏବଂ ପିଣ୍ଡଦାନ କରିଛନ୍ତି। ମହାଭାରତର ଅନ୍ୟ ପ୍ରସଙ୍ଗ ଅନୁସାରେ, ଯେତେବେଳେ ଗରୁଡ଼ଦେବ ସ୍ୱର୍ଗରୁ ଅମୃତ କଳସ ନେଇ ଆସିଥାନ୍ତି ସେତେବେଳେ ସେ କଲସକୁ କିଛି ସମୟ ପାଇଁ କୁଶ ଉପରେ ରଖି ଦେଇଥିଲେ। କୁଶ ଉପରେ ଅମୃତ କଳସ ରଖାଯିବାରୁ କୁଶକୁ ପବିତ୍ର ଭାବରେ ମାନ୍ୟତା ଦିଆଯିବାକୁ ଲାଗିଲା।
କୁଶର ଧାର୍ମିକ ମହତ୍ତ୍ଵ:
ମତ୍ସ୍ୟ ପୁରାଣର କଥା ଅନୁସାରେ ଭଗବାନ ବିଷ୍ଣୁ ବରାହ ଅବତାରକୁ ନେଇ ହିରଣାକ୍ଷଙ୍କ ବଦ୍ଧ କରି ପୃଥିବୀକୁ ସ୍ଥାପିତ କରିଥିଲେ। ଏହାପରେ ନିଜର ଶରୀର ଉପରେ ଲାଗିଥିବା ପାଣିକୁ ଝାଡ଼ି ଦେଇଥିଲେ ସେହି ସମୟରେ ତାଙ୍କ ଶରୀରର କିଛି ଲୋମ ପୃଥିବୀ ଉପରେ ପଡିଥିଲା ଏବଂ କୁଶ ରୂପରେ ପରିବର୍ତ୍ତିତ ହୋଇଯାଇଥିଲା।
କୁଶର ବୈଜ୍ଞାନିକ ମହତ୍ତ୍ୱ:
ପୂଜା-ପାଠ ଏବଂ ଧ୍ୟାନ ଅବସରରେ ଆମ ଶରୀରରେ ଉର୍ଜା ଜନ୍ମିତ ହୋଇଥାଏ। କୁଶର ଆସନରେ ବସି ପୂଜା-ପାଠ ଏବଂ ଧ୍ୟାନ କରିବାରୁ ସେ ଉର୍ଜା ପାଦ ଜରିଆରେ ଭୂମିକୁ ଯାଇପାରେ ନାହିଁ। ଏହି ଘାସରେ ଶୁଦ୍ଧକରଣ ଉପାଦାନ ରହିଥାଏ। ଏହାର ଉପଯୋଗ ଔଷଧରେ ମଧ୍ୟ କରାଯାଇଥାଏ। କୁଶରେ ଆଣ୍ଟି ଓବେସିଟି, ଆଣ୍ଟିଅକ୍ସିଡେଣ୍ଟ ଏବଂ ଏନାଲଜେସିକ କଣ୍ଟେଣ୍ଟ ରହିଛି। ଏଥିରେ ରକ୍ତ ଶର୍କରା ବଜାୟ ରଖିବାର ଗୁଣ ମଧ୍ୟ ରହିଥାଏ। ଏଥିପାଇଁ ଏହାର ଉପଯୋଗ ଔଷଧ ଭାବରେ ମଧ୍ୟ କରାଯାଇଥାଏ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ ୪