ବୋବି ଦେଓଲ କିଛି ଦିନ ହେବ ୱେବ ସିରିଜ “ଆଶ୍ରମ”ରେ ନଜର ଆସିଥିଲେ। ଏହି ଫିଲ୍ମ ରେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ। କିଛି ଦିନ ହେବ ଏକ ଖବରକାଗଜରେ ଦେଇଥିବା ଇଣ୍ଟରଭିଉ ରେ ଵୋବି ଦେଓଲ ବାପା ଧର୍ମେନ୍ଦ୍ର ଙ୍କ ସହ ନିଜ ସଂପର୍କ କୁ ନେଇ କଥା ହେଲେ। ଏଥିରୁ ସେ କହିଲେ କି ସେ ବାପା ଙ୍କର ବହୁତ ସମ୍ମାନ କରନ୍ତି କିନ୍ତୁ ତାଙ୍କୁ ଏହା ମଧ୍ୟ ଲାଗୁଛି କି ବାପା ଓ ତାଙ୍କ ଭିତରେ କିଛି ଦୂରତା ଅଛି।
ଇଣ୍ଟରଭିଉ ରେ ବୋବି କହିଲେ, ଯେବେ ମୁଁ ଆଉ ମୋର ବଡ଼ ଭାଇ ବଡ଼ ହେଉଥିଲୁ ସେତେବେଳେ ବାପା ଫିଲ୍ମ ଜଗତ ରେ ବହୁତ ବ୍ୟସ୍ତ ଥିଲେ। ଏଥିରେ ଆମକୁ ତାଙ୍କ ସହ ସମୟ ବିତେଇବା ପାଇଁ ମୈାକା କମ ମିଳୁଥିଲା କେବେ କେବେ ଆମେ ତାଙ୍କ ସହ ଆଉଟର ସୁଟିଂ ରେ ଯାଉଥିଲେ।
ବୋବି ଙ୍କ ଅନୁସାରେ, ସେଥିରେ ମଜା ବହୁତ ଅଲଗା ହେଉଥିଲା ଆଉ ଲୋକ ଅଲଗା ତରିକାରେ ଭାବୁଥିଲେ। ବାପା ପୁଅ ଙ୍କର ସଂପର୍କ ଏତେ ନିବିଡ଼ ହେଉନଥିଲା ଯେତେ ଆଜି କାଲି ପିଢ଼ି ରେ ହେଉଛି। ମୁଁ ନିଜ ପୁଅମାନଙ୍କ ସହ କିଛି ଦୂରତା ରଖିନି ଓ ତାଙ୍କ ସହ ସାଙ୍ଗ ଭଳି ବ୍ୟବହାର କରେ।
ଆମ ସମୟରେ ପିଲାମାନେ ବାପାଙ୍କର ଏତେ ସମ୍ମାନ କରୁଥିଲେ କି ତାଙ୍କ ସହ ଖୋଲାଖୋଲି ଭାବରେ କଥା ହୋଇ ପାରୁନଥିଲେ। ବାପା ସବୁବେଳେ ଅଭିଯୋଗ କରୁଥିଲେ କି ମୁଁ ତାଙ୍କ ସହ ମନ ଖୋଲି କଥା ହେଉନି କଣ ପାଇଁ। ସେ କେତେଥର ମୋତେ କହୁଥିଲେ କି ମୋ ସହିତ ବସ ଆଉ ମୋ ସହିତ କଥା ହଅ କିନ୍ତୁ ମୁଁ କହୁଥିଲି କି ମୋତେ ଡର ଲାଗୁଛି ଆପଣ ଗାଳି କରିବେ।
ବୋବି କହିଲେ କି ମୁଁ ନିଜ ପିଲାଙ୍କ ପାଖରେ ଏହି ଡର ଦେଖିବାକୁ ଚାହୁଁନି ଓ କେଉଁଠି ନା କେଉଁଠି ମୋତେ ଲାଗୁଛି କି ମୋର ପିଲା ମାନେ ମୋ ସହ ବହୁତ ନିବିଡ଼ ଅଛନ୍ତି। କୁହାଯାଉଛି କି ବୋବି ଧର୍ମେନ୍ଦ୍ର ଙ୍କ ପ୍ରଥମ ପତ୍ନୀ ପ୍ରକାଶ କୋର ଙ୍କ ପୁଅ ଅଟନ୍ତି। ବୋବି ଙ୍କ ବଡ଼ ଭାଇ ସନି ଦେଓଲ ଙ୍କ ଛଡ଼ା ଦୁଇ ଭଉଣୀ ଅଛନ୍ତି। ତାଙ୍କ ନାଁ ବିଜେୟତା ଓ ଅଜିତା ଅଟେ।
୫୨ ବର୍ଷର ବୋବି ବିଜନେସମେନ ଫିଲ୍ମ ରେ ଧରି ରଖୁଥିବା ତାନ୍ୟା ଆହୁଜା ଙ୍କୁ ୧୯୯୬ ରେ ବିବାହ କରିଥିଲେ। ତାନ୍ୟା ଙ୍କର ‘ଦ ଗୁଡ଼ ଅର୍ଥ’ ର ନାମରେ ନିଜର ଫର୍ଣିଚର ଓ ଇଣ୍ଟିରିଅର ସାଜସଜ୍ଜା ର ବ୍ୟବସାୟ ଅଛି। କେତେ ବଲିଉଡ ଷ୍ଟାର ଓ ବ୍ୟବସାୟୀ ତାଙ୍କର ଗ୍ରାହକ ଅଛନ୍ତି।
ତାନ୍ୟା ବତୋର ଫର୍ଣିଚର ଡିଜାଇନର ଓ ଘର ସାଜସଜ୍ଜା ର ନିଜ କାମ ବହୁତ ଭଲ କରୁଛନ୍ତି। ତାନ୍ୟା ଙ୍କ ଅନୁସାରେ, ବୋବି ତାଙ୍କ କାମରେ ଅଧିକ ହସ୍ତକ୍ଷେପ କରନ୍ତି ନାହିଁ। ଦେଓଲ ପରିବାର ମଧ୍ୟ ବହୁତ ସମର୍ଥକ ଅଟନ୍ତି। ଭଲ କାମରେ ବୋବି ଓ ସନି ଭାଇ ଦୁଇଜଣ ମୋର ପ୍ରଂଶସା କରନ୍ତି।
ତାନ୍ୟା ୨୦୦୫ ରେ ଆସିଥିବା ଫିଲ୍ମ ” ଜୁର୍ମ “ଓ ୨୦୦୭ ରେ ଆସିଥିବା” ନହ୍ନି ଜେସଲମେର”ପାଇଁ ଡିଜାଇନ ର କାମ ମଧ୍ୟ କରିଥିଲେ। ଏହା ସହିତ ଟବିକଲ ଖତ୍ରା ର ‘ହ୍ୱାଇଟ ବିଡୋ’ ଷ୍ଟୋର ରେ ତାନ୍ୟା ଙ୍କ ଡିଜାଇନ ପାଇଁ ଫର୍ଣିଚର ଓ ଇଂଟିରିୟର ର ସାଜସଜ୍ଜା ମଧ୍ୟ ଲାଗିଛି।
ବୋବି ଓ ତାନ୍ୟା ଦୁଇ ପୁଅ ଆର୍ଯମାନ ଓ ଧରମ ଙ୍କର ବାପା ଅଟନ୍ତି । ଆର୍ଯମାନ ର ବୟସ ୧୯ ବର୍ଷ କିନ୍ତୁ ଧରମ କୁ ଏବେ ୧୫ ବର୍ଷ ଅଟେ। ବୋବି ନିଜର ପିଲା ମାନଙ୍କୁ ଲାଇମ ଲାଇଟ ରୁ ଦୂରରେ ରଖୁଛନ୍ତି। ଏକ ଇଣ୍ଟରଭିଉ ରେ ସେ କହିଥିଲେ ମୋ ପୁଅ ଏବେ ପଢୁଛି। ମୋତେ ଜଣା ବି ନାହିଁ କି ସେ ବଲିଉଡ ରେ ଆସିବାକୁ ଚାହୁଁଛି ନା ନାହିଁ ।