ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ପିତୃ ପକ୍ଷରେ କରନ୍ତୁ ଏହି କାର୍ଯ୍ୟ:
ପିତୃ ପକ୍ଷ ଆରମ୍ଭ ହୋଇଯାଇଛି ଏବଂ ଏହି ସମୟରେ ଯମରାଜ ପୂର୍ବଜ ମାନଙ୍କୁ ନିଜର ପରିବାରବର୍ଗଙ୍କ ସହିତ ଭେଟ କରିବା ପାଇଁ ମୁକ୍ତ କରିଦେଇଥାନ୍ତି। ଏଥିପାଇଁ ତାଙ୍କର ଶ୍ରାଦ୍ଧ ଏବଂ ତର୍ପଣ ବିଧି କରି ସେମାନଙ୍କୁ ପ୍ରସନ୍ନ କରାଯାଇଥାଏ, ଯେଉଁଥିରେ ତାଙ୍କର ଆତ୍ମାକୁ ଶାନ୍ତି ମିଳିଥାଏ। ମାନ୍ୟତା ରହିଛି ଯେ, ଯଦି ମରିଯାଇଥିବା ବ୍ୟକ୍ତିଙ୍କୁ ଶ୍ରାଦ୍ଧ ଦିଆଯାଏ ନାହିଁ ତେବେ ତାଙ୍କ ଆତ୍ମାକୁ ଶାନ୍ତି ମିଳିନଥାଏ। ଏଥିପାଇଁ ପିତୃ ପକ୍ଷରେ ଶ୍ରାଦ୍ଧର ତିଥୀ ଗୁଡିକର ଚୟନ କରାଯାଇଥାଏ, ଯେଉଁଥିରେ ବ୍ରାହ୍ମଣ ଭୋଜ କରାଯାଇ ପାରେ।
ପିତୃ ପକ୍ଷ ବହୁତ ଶୁଭ ସମୟ ହୋଇଥାଏ କାରଣ ପୂର୍ବଜ ନିଜର ପରିବାରଜନଙ୍କୁ ଭେଟ କରିବାକୁ ଆସିଥାନ୍ତି ଏବଂ ଯିବା ସମୟରେ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ଆଶୀର୍ବାଦ ଦେଇଥାନ୍ତି। ଶାସ୍ତ୍ର ଗୁଡିକରେ କୁହାଯାଇଛି ଯେ, ପିତୃ ପକ୍ଷ ଅବସରରେ ଯଦି କିଛି କାର୍ଯ୍ୟ ଏପରି ରହିଛି ଯାହାକୁ କରିବା ଦ୍ୱାରା ତାଙ୍କ ଉପରେ ମାତା ଲକ୍ଷ୍ମୀ ସବୁବେଳେ ଆଶୀର୍ବାଦ ବର୍ଷାଇଥାନ୍ତି ଏବଂ ପୂର୍ବଜ ମଧ୍ୟ ଆଶିଷ ଦେଇ ଯାଇଥାନ୍ତି। ଏହି କାର୍ଯ୍ୟ ଗୁଡିକ କରିବା ଦ୍ୱାରା ନା କେବଳ ବିଗିଡି ଯାଇଥିବା କାର୍ଯ୍ୟ ଠିକ ବରଂ ପିତୃ ଦୋଷ ମଧ୍ୟ ଶେଷ ହୋଇଯାଇଥାଏ।
ସମ୍ପନ୍ନ ହୋଇଯାଇଥାଏ ବିଗିଡି ଯାଇଥିବା କାର୍ଯ୍ୟ:
ପିତୃ ଲୋକଙ୍କ ଶ୍ରାଦ୍ଧ ସର୍ବଦା ସେହି ତିଥିରେ କରିବା ଉଚିତ ଯେଉଁ ତିଥିରେ ସେ ପରଲୋକ ଯାଇଥିଲେ। ମୃତ୍ୟୁ ତିଥୀରେ ବ୍ରାହ୍ମଣଙ୍କୁ ଭୋଜନ କରନ୍ତୁ ଏବଂ ଏଥିସହିତ ଯଦି ଜ୍ବାଇଁ, ନାତି ଅଥବା ଭଣଜାଙ୍କୁ ସମ୍ମିଳିତ କରିନିଆଯାଏ ତେବେ ଏହା ଆହୁରି ଅଧିକ ଉତ୍ତମ କୁହାଯାଇଥାଏ। ଭୋଜନ ପରେ ସମସ୍ତେ ଯଥା ଶକ୍ତି ଧନ ଦକ୍ଷିଣା ଦେଇ ତାଙ୍କୁ ବିଦା କରି ଆଶୀର୍ବାଦ ନେବା ଉଚିତ। ଏମିତି କରିବା ଦ୍ୱାରା ପିତୃଙ୍କୁ ପ୍ରସନ୍ନ ହୋଇଥାନ୍ତି ଏବଂ ପିତୃଦୋଷ ମଧ୍ୟ ହଟିଯାଇଥାଏ। ଏଥିସହିତ ବିଗିଡି ଯାଇଥିବା କାର୍ଯ୍ୟ ମଧ୍ୟ ହେବାକୁ ଲାଗିବ।
ଘରେ ବଢ଼ିଥାଏ ସୁଖ ସମୃଦ୍ଧି:
ପିତୃ ପକ୍ଷରେ ପ୍ରତ୍ୟେକ ଦିନ ପୂର୍ବଜଙ୍କ ନାମରେ ଜଳ ତର୍ପଣ କରିବା ଆବଶ୍ୟକ ଏବଂ ଯଦି ସମ୍ଭବ ହେଉଛି ପ୍ରତ୍ୟେକ ଦିନ ଅନ୍ୟଥା ଶ୍ରାଦ୍ଧ ଦେଉଥିବା ଦିନରେ ପାରା ଏବଂ କୁଆ ପାଇଁ ଭୋଜନର ଏକ ଭାଗ ବାହାରକରି ତାଙ୍କ ପାଇଁ ଘର ଛାତ ଉପରେ ରଖିଦିଅନ୍ତୁ। ମାନ୍ୟତା ରହିଛି ଯେ ଯଦି ଶ୍ରାଦ୍ଧ ପକ୍ଷରେ କୁଆ ଆପଣଙ୍କ ଦେଇଥିବା ଅନ୍ନକୁ ଆସି ଗ୍ରହଣ କରିନିଏ ତେବେ ତାହା ସିଧା ପୂର୍ବଜଙ୍କୁ ଯାଇଥାଏ। ଏମିତି କରିବା ଦ୍ୱାରା ପୂର୍ବଜ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ଏହାଦ୍ବାରା ଆପଣଙ୍କୁ ଘରେ ସୁଖ ସମୃଦ୍ଧି ବଢ଼ିଥାଏ।
ପିତୃ ପକ୍ଷରେ ଦାନ କରନ୍ତୁ ଏହି ପଞ୍ଚ ଗ୍ରାସ:
ଶ୍ରାଦ୍ଧ ଦିଆଯାଉଥିବା ଦିନ ପଞ୍ଚ ଗ୍ରାସ ଦାନର ବିଶେଷ ମହତ୍ତ୍ଵ ରହିଛି। ପଞ୍ଚ ଗ୍ରାସ ଦାନରେ ଗାଈ, ବିଲେଇ, କୁଆ ଏବଂ ନିରବଚ୍ଛିନ୍ନ ସ୍ଥାନରେ ଭୋଜନର ଗୋଟିଏ ଗୋଟିଏ ଭାଗ ରଖିଦେବା ଉଚିତ ଏବଂ ଫେରିବା ସମୟରେ ପଛକୁ ମୋଡ଼ି ଦେଖନ୍ତୁ ନାହିଁ। ପିତୃ ଏମାନଙ୍କ ଖାଇଥିବା ଭୋଜନରେ ତୃପ୍ତ ହୋଇଯାଇଥାନ୍ତି ଏବଂ ପ୍ରସନ୍ନ ହୋଇ ବଂଶଜକୁ ସ୍ନେହ ଆଶୀର୍ବାଦ ଦେଇଥାନ୍ତି।
ମାତା ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ:
ପିତୃ ପକ୍ଷରେ ଘରକୁ କୌଣସି ମଧ୍ୟ ଅତିଥି କିମ୍ବା କୌଣସି ଆବଶ୍ୟକତା ଥିବା ବ୍ୟକ୍ତି ଆପଣଙ୍କ ଦ୍ୱାରରେ ଆସିଲେ ତାଙ୍କ ପାଇଁ ମଧ୍ୟ ଆଦର ସମେତ ଭୋଜନ ପାଣିର ବ୍ୟବସ୍ଥା କରିବା ଉଚିତ। ପୂର୍ବଜ କୌଣସି ମଧ୍ୟ ରୂପ ନେଇ ଆପଣଙ୍କ ଦ୍ୱାରରେ ଆସିପାରନ୍ତି।ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ସମୟରେ ଆଦର କରିବା ଉଚିତ। ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ନିଜର ଆଶୀର୍ବାଦ ପ୍ରଦାନ କରିଥାନ୍ତି।
ପ୍ରସନ୍ନ ହୋଇଥାନ୍ତି ପୂର୍ବଜ:
ପିତୃ ପକ୍ଷର ସମୟ ପୂର୍ବଜଙ୍କ ଧ୍ୟାନ କରିବା ଉଚିତ ଏବଂ ତାଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ କରିବା ମଧ୍ୟ ଉଚିତ ହୋଇଥାଏ। ଏହି ସମୟରେ ପୂର୍ବଜ ନିଜର ପରିବାର ଲୋକଙ୍କ ପାଖକୁ ଆସିଥାନ୍ତି ଏଥିପାଇଁ ଘରେ ପ୍ରେମ, ସଦ୍ଭାବନା ବନାଇ ରଖିବା ଉଚିତ ଏବଂ ସାତ୍ଵିକ ଭୋଜନ କରିବା ମଧ୍ୟ ଆବଶ୍ୟକ ହୋଇଥାଏ। ପିତୃ ପକ୍ଷରେ ବ୍ରହ୍ମଚର୍ଯ୍ୟର ପାଳନ କରିବା ଉଚିତ। ଏମିତି କରିବା ଦ୍ୱାରା ପୂର୍ବଜ ବହୁତ ପ୍ରସନ୍ନ ହୋଇଥାନ୍ତି ଏବଂ ସର୍ବଦା ଖୁସିରେ ରହିବାକୁ ଆଶୀର୍ବାଦ ମଧ୍ୟ ଦେଇଥାନ୍ତି।
ବନ୍ଧୁଗଣ ମାତା ଲକ୍ଷ୍ମୀଙ୍କ ଆଶ୍ରିବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ” ଲେଖି ଦିଅନ୍ତୁ । ଏବଂ ମନରେ ଭକ୍ତି ଥିଲେ ଗୋଟିଏ ଲାଇକ ଏବଂ ଶେୟାର କରିବାକୁ ଭୁଲିବେ ନାହିଁ |