ପିଲାଙ୍କ ଉଚ୍ଚତା ବଢାଇବା ପାଇଁ ଚମତ୍କାର ଘରୋଇ ଉପଚାର। ଜାଣନ୍ତୁ କିପରି ବଢାଇବେ ପିଲାଙ୍କ ଉଚ୍ଚତା।

ସାଧାରଣତଃ ପିଲାର ଉଚ୍ଚତା କମ ହେବା ଦ୍ୱାରା ମାତାପିତା ଚିନ୍ତିତ ହେବାକୁ ଲାଗିଥାନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ଏବଂ ପିଲାଙ୍କ ଉଚ୍ଚତା ବଢାଇବା ପାଇଁ ପିଲାଙ୍କୁ ଅନେକ ପ୍ରକାରର ଔଷଧ ସେବନ କରିବାକୁ ଦେଇଥାନ୍ତି। ଏହି ଔଷଧ ଗୁଡିକ ପିଲା ମାନଙ୍କ ଶରୀରରେ ଖରାପ ପ୍ରଭାବ ମଧ୍ୟ ପକାଇଥାଏ। ତେବେ ଜାଣନ୍ତୁ ଏପରି ଏକ ଘରୋଇ ଉପଚାର ଯାହାଦ୍ୱାରା ପିଲାଙ୍କ ଉଚ୍ଚତା ବଢିବା ସହିତ ତାଙ୍କ ଶରୀର ଉପରେ ମଧ୍ୟ କୌଣସି ଖରାପ ପ୍ରଭାବ ପକାଇବ ନାହିଁ।

ଆବଶ୍ୟକୀୟ ସାମଗ୍ରୀ:

ପିଲାଙ୍କ ଉଚ୍ଚତା ବଢାଇବା ପାଇଁ ଆବଶ୍ୟକ ପ୍ରଥମ ସାମଗ୍ରୀ ହେଉଛି ପିଆଜ। ପିଆଜ ଦୁଇ ପ୍ରକାରର ମିଳିଥାଏ, ଲାଲ ଏବଂ ଧଳା। ଆପଣ ଏହି ଉପଚାର ପ୍ରସ୍ତୁତି ପାଇଁ ଲାଲ ପିଆଜର ବ୍ୟବହାର କରନ୍ତୁ।  ଏହି ଉପଚାରକୁ ତିଆରି କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ଅଳ୍ପ ପରିମାଣର ଗୁଡ଼। ଗୁଡ଼ ସମସ୍ତଙ୍କ ଘରୁ ସହଜରେ ମିଳିଯାଇଥାଏ। ନହେଲେ ଆପଣ ନିଜର ସ୍ଥାନୀୟ ବଜାରରୁ ଏହାକୁ କିଣିଆଣି ପାରିବେ। ଗୁଡ଼ ଉଚ୍ଚତା ବଢାଇବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ଏହା ଆମ ଶରୀରରକୁ ଆଇରନ ଯୋଗାଇ ଦେଇଥାଏ। ଏହା ମଣିଷ ଶରୀରରେ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ପ୍ରସ୍ତୁତି ପ୍ରକ୍ରିୟା:

ଗୋଟିଏ ଛୋଟ ଆକାରର ଲାଲ ପିଆଜ ନେଇ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି କରି ଏକ ପାତ୍ରରେ ରଖି ଦିଅନ୍ତୁ। ଏହା ପରେ ଗ୍ୟାସ ଉପରେ ଏକ ତାୱା ବସାଇ ଦିଅନ୍ତୁ ଏବଂ ଗ୍ୟାସର ଫ୍ଲେମକୁ ମଧ୍ୟମ କରି ରଖନ୍ତୁ। ଏବେ ଏଥିରେ ଆପଣ ଅଧା କପ ପାଣି ପକାନ୍ତୁ। ଏହି ପାଣିରେ ନେଇଥିବା ଗୁଡ଼ିକୁ ପକାଇ ଦିଅନ୍ତୁ। ବର୍ତ୍ତମାନ ଗୁଡ଼କୁ ଭଲ ଭାବରେ ପାଣି ସହିତ ମିଶାଇ ଦିଅନ୍ତୁ। ସଂପୂର୍ଣ୍ଣ ମିଶିଯିବା ପର୍ଯ୍ୟନ୍ତ କିଛି ସମୟ ଛାଡ଼ନ୍ତୁ। ଗୁଡ଼ ଆମ ଶରୀରର ଉଚ୍ଚତା ବଢାଇବା ପାଇଁ ବହୁତ ଲାଭଦାୟକ ଅଟେ। ଏହା ଆମ ଶରୀରରେ ଆଇରନ ଏବଂ କ୍ୟାଲସିୟମର ଅଭାବକୁ ଦୂର କରିଥାଏ। ଯଦି ଆପଣଙ୍କ ପାଖରେ ପୁରୁଣା ଗୁଡ଼ ଅଛି ତାହା ଆହୁରି ଅଧିକ ଲାଭଦାୟୀ ହେବ।

ବର୍ତ୍ତମାନ ଦେଖନ୍ତୁ ଗୁଡ଼ ସମ୍ପୂର୍ଣ୍ଣ ଭାବରେ ମିଶି ଏକ ତରଳ ମିଶ୍ରଣ ପ୍ରସ୍ତୁତ ହୋଇଯାଇଥିବ। ଏବେ ଆପଣ ଆଗରୁ କାଟି ରଖିଥିବା ପିଆଜକୁ ଏଥିରେ ମିଶାଇ ଦିଅନ୍ତୁ। ସେପର୍ଯ୍ୟନ୍ତ ପିଆଜକୁ ଏଥିରେ ଭଲ ଭାବରେ ମିଶାନ୍ତୁ ଯେପର୍ଯ୍ୟନ୍ତ ଏହା ନରମ ହୋଇ ନଯାଇଛି। ପିଆଜ ଏବଂ ଗୁଡ଼ ସମ୍ପୂର୍ଣ୍ଣ ଭାବରେ ମିଶି ବର୍ତ୍ତମାନ ଏହି ଉପଚାର ପ୍ରସ୍ତୁତ ହୋଇଯିବ।

ସେବନ ବିଧି:

ଏହାର ସ୍ୱାଦ ବହୁତ ଭଲ ହୋଇଥାଏ। ପିଲା ମାନେ ଆରାମରେ ଏହାକୁ ଖାଇନେବେ। ଏହି ଉପଚାରକୁ ଗୋଟିଏ ଚାମଚ ସକାଳୁ ଏବଂ ଗୋଟିଏ ଚାମଚ ସନ୍ଧ୍ୟାରେ ପିଲା ମାନଙ୍କୁ ଖାଇବାକୁ ଦିଅନ୍ତୁ। ଏହା ହଲକା ଉଷୁମ ଥିବା ସମୟରେ ପିଲାଙ୍କୁ ଖାଇବାକୁ ଦିଅନ୍ତୁ। କାରଣ ଏହା ଉଷୁମ ଥିବା ସମୟରେ ଖାଇଲେ ଅଧିକ ଫଳପ୍ରଦ ହୋଇଥାଏ। ଏହାକୁ ବନାଇ ସାରି ସଂଗ୍ରହ କରି ରଖି ପାରିବେ ନାହିଁ ଆପଣଙ୍କୁ ଏହା ପ୍ରତିଦିନ ବନାଇବାକୁ ପଡିବ। ୧୦ ରୁ ୧୨ ବର୍ଷ ବୟସରୁ ବଡ଼ ପିଲାଙ୍କୁ ଏହାର ସେବନ କରାଇ ପାରିବେ।

ଏଥିସହିତ ପିଲାଙ୍କ ଶରୀରର ପୋଷକତତ୍ତ୍ୱର ଅଭାବକୁ ପୂରଣ କରିବା ପାଇଁ ଆପଣ ତାଙ୍କୁ ସବୁଜ ପନିପରିବା ଏବଂ ବିଭିନ୍ନ ପ୍ରକାରର ଫଳ ଖାଇବାକୁ ଦିଅନ୍ତୁ। ପିଲା ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗୋଟିଏ ଗ୍ଲାସ କ୍ଷୀର ସକାଳୁ ଏବଂ ଗୋଟିଏ ଗ୍ଲାସ କ୍ଷୀର ସନ୍ଧ୍ୟାରେ ଦିନରେ ଦୁଇଥର କରି ପିଇବାକୁ ଦିଅନ୍ତୁ। ଆପଣ ଗାଈ କ୍ଷୀରରେ ଗୁଡ଼ ମିଶାଇ ପିଲାଙ୍କୁ ସେବନ କରାଇ ପାରିବେ। ଏହା ମଧ୍ୟ ଉଚ୍ଚତା ବଢାଇବା ପାଇଁ ସହାୟକ ହୋଇଥାଏ। ଏହି ଉପଚାରର ମାତ୍ର ୩ ମାସ ପ୍ରୟୋଗ ଦ୍ୱାରା ଆପଣ ପିଲାଙ୍କ ଉଚ୍ଚତା ୩ ଇଞ୍ଚ ବଢ଼ାଇ ପାରିବେ।

Leave a Reply

Your email address will not be published. Required fields are marked *