ଭାରତରେ ଲିଙ୍ଗର ଯାଞ୍ଚ ବେଆଇନ ଅଟେ। ଏହା ପଛରେ କାରଣ ରହିଛି ଲିଙ୍ଗ ଯାଞ୍ଚ ପରେ କନ୍ୟା ଭ୍ରୁଣର ହତ୍ୟା କରିଦେବା। ୟୁଏନ (united ନସନ୍ସ) ରିପୋର୍ଟ ମୁତାବକ ଭାରତରେ ୧ ହଜାର ପୁରୁଷଙ୍କ ଅନୁପାତରେ ମହିଳାଙ୍କ ସଂଖ୍ୟା ୯୨୪ ରହିଛି। ଏହି ଅନୁପାତ କାରଣରୁ ହିଁ ଭାରତର ଗର୍ଭରେ ବଢୁଥିବା ପିଲାଙ୍କର ଲିଙ୍ଗ ଯାଞ୍ଚ କରିବା ବେଆଇନ କରିଦିଆଯାଇଛି। କିନ୍ତୁ ଆଜି ମଧ୍ୟ ଲୋକମାନେ ପୁଅର ଇଚ୍ଛାରେ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି। ନିକଟରେ ହିଁ ଉତ୍ତରପ୍ରଦେଶର ବଦାୟୁରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।
ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ପେଟରେ ବଢୁଥିବା ପିଲାର ଲିଙ୍ଗ ଜାଣିବା ପାଇଁ ହାଂସୁଏରେ ତାଙ୍କ ପେଟକୁ କାଟି ପକାଇଥିଲେ। ସେ ଦେଖିବାକୁ ଚାହୁଁଥିଲେ ଯେ, ଗର୍ଭରେ ଝିଅ ବଢୁଛି ନା ପୁଅ। ଏହାପରେ ମହିଳାଙ୍କୁ ତୁରନ୍ତ ହସ୍ପିଟାଲରେ ଆଡ଼ମିଟ କରାଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।
ପୁଅର ମୋହରେ ଭାରତର ଉତ୍ତରପ୍ରଦେଶ ରାଜ୍ୟରେ ରହୁଥିବା ଜଣେ ବ୍ୟକ୍ତି ମାନବିକତାର ସମସ୍ତ ନିୟମ ଗୁଡ଼ିକୁ ଧ୍ୟାନରେ ରଖି ଭୟାନକ ପଦକ୍ଷେପ ଉଠାଇଥିଲେ। ଏହି ବ୍ୟକ୍ତି ଜଣକ ତୀବ୍ର ଧାର ଥିବା ହଂସୁଆ ଦ୍ୱାରା ନିଜର ଗର୍ଭବତୀ ପତ୍ନୀଙ୍କର ପେଟ କାଟି ଦେଇଥିଲେ ଯାହାଦ୍ୱାରା ସେ ଦେଖି ପାରିବେ ଯେ ଭିତରେ ପୁଅ ଅଛି ନା ଝିଅ?
ଘଟଣାଟି ଉତ୍ତରପ୍ରଦେଶରେ ବଦାୟୁରୁ ସାମ୍ନାକୁ ଆସିଛି। ଏଠାରେ ରହୁଥିବା ପନ୍ନାଲାଲ ଏହି ଭୟାନକ ଘଟଣାକୁ ଘଟାଇଥିଲେ। ତାଙ୍କୁ ନିଜର ବଂଶ ବଢାଇବା ପାଇଁ ପୁଅର ଇଚ୍ଛା ରହିଥିଲା। ତାଙ୍କର ପତ୍ନୀ ଗର୍ଭବତୀ ଥିଲେ। ତେବେ ହସ୍ପିଟାଲରେ ଲିଙ୍ଗ ଯାଞ୍ଚ କରାଇପାରି ନଥାନ୍ତେ ସେଥିପାଇଁ ସେ ପେଟ କାଟି ଲିଙ୍ଗ ଦେଖିବାକୁ ଚାହିଁଥିଲେ।
ବାସ୍ତବରେ ପନ୍ନାଲାଲଙ୍କର ପ୍ରଥମରୁ ହିଁ ପାଞ୍ଚ ଗୋଟି ଝିଅ ଥିଲେ। ଏହାକୁ ନେଇ ବ୍ୟକ୍ତି ଜଣକ ପତ୍ନୀଙ୍କୁ ବହୁତ ପ୍ରତାଡ଼ିତ କରୁଥିଲେ। ତାଙ୍କୁ ମାଡ଼ ମଧ୍ୟ ମାରୁଥିଲେ। ପାଞ୍ଚ ଗୋଟି ଝିଅଙ୍କ ପରେ ପନ୍ନାଲାଲଙ୍କ ପତ୍ନୀ ପୁଣିଥରେ ଗର୍ଭବତୀ ଥିଲେ। କିନ୍ତୁ ଏଥର ପନ୍ନାଲାଲ ପୁଅକୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନଥିଲା।
ସେ ନିଜର ସନ୍ଦେହ ସ୍ପଷ୍ଟ କରିବା ପାଇଁ ନିଜ ପତ୍ନୀର ପେଟ କାଟି ଦେଇଥିଲା। ଯାହାଦ୍ୱାରା ସେ ପିଲାଟିକୁ ବାହାର କରି ଦେଖିପାରିବ ଯେ ସେ ପୁଅ ନା ଝିଅ। କିନ୍ତୁ ପତ୍ନୀଙ୍କର ବହୁତ ରକ୍ତସ୍ରାବ ହେବାକୁ ଲାଗିଥିଲା। ଯାହାପରେ ତାଙ୍କୁ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଥିଲା।
ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଆରୋପିଙ୍କୁ ଗିରଫ କରିନେଇଥିଲା। ଏଥିସହିତ ଏହି ଘଟଣା ସୋସିଆଲ ମିଡିଆରେ ମଧ୍ୟ ବହୁତ ଚର୍ଚାରେ ଆସିଥିଲା। ଲୋକମାନେ ଏହି ଘଟଣାକୁ ଜାଣିବା ପରେ ବହୁତ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ଲୋକମାନେ ଏହାଉପରେ ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି।