ଟେଲିଭିଜନର ସବୁଠୁ ଏଣ୍ଟରଟେନିଙ୍ଗ ଡ୍ରାମା ଶୋ’ରେ ଶାମିଲ ସାଥ ନିଭାନା ସାଥୀୟାର ଖୁବଶୀଘ୍ର ଦ୍ଵିତୀୟ ସିଜିନ ଆରମ୍ଭ ହେବାକୁ ଯାଉଛି। ୩ ମଇ ୨୦୧୦କୁ ଆରମ୍ଭ ହୋଇଥିବା ଏହି ଶୋ’ ୭ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଏହାର ୨୧୮୪ ଏପିସୋଡ ଟେଲିକାଷ୍ଟ ହୋଇଥିଲା। ବର୍ତ୍ତମାନ ଯେତେବେଳେ ସାଥ ନିଭାନା ସାଥୀୟା ୨ ଟେଲିଭିଜନରେ ପୁଣିଥରେ ଆସିବାକୁ ଯାଉଛି ସେତେବେଳେ ଆସନ୍ତୁ ଜାଣନ୍ତୁ ଶୋ’ ସହିତ ଯୋଡି ରହିଥିବା କଳାକାର ମାନଙ୍କ ବିଷୟରେ। ଏଥିସହିତ ଜାଣନ୍ତୁ ବର୍ତ୍ତମାନ କିଏ କେଉଁଠି ବ୍ୟସ୍ତ ଅଛନ୍ତି?
ଭୋଲି ଭାଲି ବୋହୂଙ୍କ ରୋଲରେ ନଜର ଆସିଥିବା ଜିୟା ମାନେକ ସାଥ ନିଭାନା ସାଥୀୟାରେ ଗୋପୀ ବୋହୂର ଭୂମିକାରେ ଅଭିନୟ କରୁଥିଲେ। ଏହି ଭୂମିକା ତାଙ୍କୁ ପ୍ରତ୍ୟେକ ଘରେ ଲୋକପ୍ରିୟ କରିଥିଲା। ପରେ ଜିୟା ଏହି ଶୋ’ ଛାଡି ଦେଇଥିଲେ ଏବଂ ତାଙ୍କ ସ୍ଥାନରେ ଦେବୋଲୀନା ଭଟ୍ଟାଚାର୍ଯ୍ୟଙ୍କୁ କାଷ୍ଟ କରାଯାଇଥିଲା। ଜିୟା ଗତଥର ମନମୋହିନୀ ଶୋ’ରେ ଗୋପିକା ଭୂମିକାରେ ନଜର ଆସିଥିଲେ।
ସେହିପରି ଦ୍ଵିତୀୟ ଗୋପୀ ଦେବୋଲୀନା ଭଟ୍ଟାଚାର୍ଯ୍ୟ ବିଷୟରେ କହିବାକୁ ଗଲେ, ସେ ସାଥ ନିଭାନା ସାଥୀୟା ସରିବା ପରେ କୌଣସି ବଡ଼ ଶୋ’ରେ ନଜର ଆସି ନଥିଲେ। ଦେବୋଲୀନା ରିୟାଲିଟି ଶୋ’ ବିଗବସ୍-୧୩ରେ ଅଂଶଗ୍ରହଣ କରିଥିଲେ। ଏହାଛଡା ସେ ଅନେକ ଶୋ’ରେ ଗେଷ୍ଟ ଭାବରେ ନଜର ଆସି ସାରିଛନ୍ତି। ଦେବୋଲୀନା ଖୁବଶୀଘ୍ର ସାଥ ନିଭାନା ସାଥୀୟା ଶୋ’ରେ ଗୋପୀ ବୋହୂ ଭୂମିକାରେ ନଜର ଆସିବେ।
ରୁପଲ ପଟେଲ ଅର୍ଥାତ କୋକିଲାବେନଙ୍କର ଭୂମିକା ଆଜି ମଧ୍ୟ ଲୋକଙ୍କର ମନରେ ରହିଛି। ରୁପଲ ବର୍ତ୍ତମାନ ସମୟରେ ସିରିୟଲ “ୟେ ରିସ୍ତେ ହୈ ପ୍ୟାର କେ”ରେ ମିନାକ୍ଷୀ ରାଜବଂଶଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କର ମଧ୍ୟ ସାଥ ନିଭାନା ସାଥୀୟା ସିଜିନ ୨ରେ ଅଭିନୟ କରିବାର ଅଟକଳ ରହିଛି।
ରାଶିର ଭୂମିକାରେ ଅଭିନୟ କରିଥିଲେ ରୁଚା ହାସାବନିସ। ୨୦୧୫ରେ ବିବାହ ପରେ ଅଧାରୁ ହିଁ ରୁଚା ଏହି ଶୋ’ ଛାଡ଼ି ଦେଇଥିଲେ। ଏହାପରେ ରୁଚା କୌଣସି ଟେଲିଭିଜନ ଶୋ’ରେ ନଜର ଆସି ନଥିଲେ। ସେ ପାରିବାରିକ ଜୀବନକୁ ଉପଭୋଗ କରୁଛନ୍ତି।
ଅହମ ମୋଦୀର ଭୂମିକାରେ ଅଭିନୟ କରୁଥିଲେ ମୋହମ୍ମଦ ନାଜିମ। ସାଥ ନିଭାନା ସାଥୀୟା ସରିବା ପରେ ସେ ଅନେକ ଶୋ’ରେ ନଜର ଆସିଥିଲେ। ଗତଥର ମୋହମ୍ମଦ ନାଜିମଙ୍କୁ “ରୂପ-ମର୍ଦ କା ନୟା ସ୍ୱରୂପ” ଏବଂ “ବହୁ ବେଗମ”ରେ ନଜର ଆସିଥିଲେ।
ଗୋପୀର ଦିଅର ଅର୍ଥାତ ଜିଗର ମୋଦୀ ଭୂମିକାରେ ଅଭିନୟ କରିଥିଲେ ବିଶାଲ ସିଂହ। ଜିଗର ଏବଂ ରାଶିଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ବିଶାଲ ସିଂହଙ୍କୁ ୨୦୧୮ରେ ସିରିୟଲ “କୁମକୁମ ଭାଗ୍ୟ”ରେ ଦେଖା ଯାଇଥିଲା। ଏହାପରେ ସେ କୌଣସି ଶୋ’ରେ ନଜର ଆସି ନଥିଲେ।
ରାଶିଙ୍କ ମାଆ ଅର୍ଥାତ ଉର୍ମିଳା ଶାହାଙ୍କ ଭୂମିକାରେ ଅଭିନୟ କରିଥିଲେ ଆଭିନେତ୍ରୀ ବନ୍ଦନା ବିଠଲାନୀ। ଉର୍ମିଳା ଏବଂ କୋକିଲାବେନଙ୍କ ମଧ୍ୟରେ ବିବାଦ ଲୋକମାନଙ୍କ ଦ୍ୱାରା ବହୁତ ପସନ୍ଦ ହୋଇଥିଲା। ବନ୍ଦନା ତାଲାବନ୍ଦ ସମୟରେ ରାଖୀ ବିକ୍ରି କରିବାକୁ ନେଇ ବହୁତ ଚର୍ଚ୍ଚାକୁ ଆସିଥିଲେ। ସେ ଗତଥର “ହମାରୀ ବୋହୂ ସିଲ୍କ”ରେ ନଜର ଆସିଥିଲେ।
ମୀରା ମୋଦୀ ଭୂମିକାରେ ଅଭିନୟ କରିଥିଲେ ତାନ୍ୟା ଶର୍ମା। ମୀରା ସିରିୟଲରେ ଗୋପୀ ଏବଂ ଅହମ ମୋଦୀଙ୍କର ଝିଅ ହୋଇଥିଲେ। ତାନ୍ୟା ୨୦୧୯ରେ ସିରିୟଲ ଉଡାନ ଏବଂ ଲାଲ ଇସ୍କର ଏକ ଏପିସୋଡରେ ନଜର ଆସିଥିଲେ।
ସୋନମ ଲାମ୍ବା ସାଥ ନିଭାନା ସାଥୀୟା ସିରିୟଲରେ ବିଦ୍ୟା ମୋଦୀ ଭୂମିକାରେ ଅଭିନୟ କରିଥିବାର ନଜର ଆସିଥିଲେ। ଗତଥର ସୋନମଙ୍କୁ ସାବଧାନ ଇଣ୍ଡିଆ ଏପିସୋଡରେ ରଖା ଯାଇଥିଲା। ତା’ପର ଠାରୁ ସେ ଅନ୍ୟ କୌଣସି ଶୋ’ରେ ନଜର ଆସି ନଥିଲେ।
ଲଭଲିନ କୌର ସାଥ ନିଭାନା ସାଥୀୟାରେ ପରିଧି ମୋଦୀର ଭୂମିକାରେ ଅଭିନୟ କରିଥିଲେ। ସେ ଜିଗରଙ୍କର ଦ୍ଵିତୀୟ ପତ୍ନୀ ହୋଇଥିଲେ। ସାଥ ନିଭାନା ସାଥୀୟା ପରେ ସେ ଅନ୍ୟ କୌଣସି ଶୋ’ରେ ନଜର ଆସି ନଥିଲେ। ବର୍ତ୍ତମାନ ସମୟରେ ସେ ପାରିବାରିକ ଜୀବନରେ ବ୍ୟସ୍ତ ରହିଛନ୍ତି ଏବଂ ନିଜ ପିଲାଙ୍କ ସହିତ ସମୟ ବିତାଉଛନ୍ତି।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |