ମେଡ଼ିକାଲ ସାଇନ୍ସରେ ଲଗାତର ଉନ୍ନତି ହେବାରେ ଲାଗିଛି। କେତେକ ନୂତନ ଆବିଷ୍କାର କରାଯାଉଛି ତ ଅନେକ ଔଷଧ ତିଆରି ହେଉଛି। କରୋନା ଭାଇରସ ବିଷୟରେ କେହି ମଧ୍ୟ ଶୁଣି ନଥିଲେ ମାତ୍ର ଆଜି ଏହି ଭାଇରସ ସାରା ବିଶ୍ୱରେ ହାହାକାର ସୃଷ୍ଟି ହୋଇଛି। ବର୍ତ୍ତମାନ ଏହି ରୋଗର ଔଷଧ ଖୋଜା ଯାଉଛି। କେତେଥର ଏପରି ଅନେକ ଘଟଣା ସାମ୍ନାକୁ ଆସି ଯାଇଛି ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।
ଏବେ ଆମେରିକାର ଏକ ହସ୍ପିଟାଲରେ ଜଣେ ମହିଳାଙ୍କୁ ଆଡ଼ମିଟ କରାଯାଇଥିଲା। ଏହି ମହିଳାଙ୍କ ପେଟରୁ ମଇଳା ବଦଳରେ ଚାନ୍ଦିର ବଲ ବାହାରୁଛି। ଏହାକୁ ଦେଖି ଡାକ୍ତର ଏବଂ ମେଡ଼ିକାଲର ସମସ୍ତ ଷ୍ଟାଫ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତରମାନେ ବୁଝି ପାରୁ ନାହାନ୍ତି ମହିଳାଙ୍କ ମଇଳା କିପରି ଭାବରେ ରୂପାରେ ବଦଳିଗଲା।
ଆମେରିକାରେ ଜଣେ ମହିଳାଙ୍କୁ ନେଇ ମେଡ଼ିକାଲ ଏମେରଜେନ୍ସି ନିୟମ ଅନୁଯାୟୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ମହିଳାଙ୍କ ପେଟରୁ ସାଧାରଣ ମଇଳା ବଦଳରେ ଚାନ୍ଦିର ମଇଳା ବାହାରୁଥିଲା।
ୱାଶିଙ୍ଗଟନ ଡିସିରେ ରହୁଥିବା ଏହି ମହିଳା ଜଣକଙ୍କୁ MedStar Georgetown University ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ମହିଳାଙ୍କ ଶାରୀରିକ ଅବସ୍ଥା ଜଟିଳ ଥିଲା।
ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନର ରିପୋର୍ଟ ମୁତାବକ, ମହିଳା ଜଣକ ଅନେକ ଦିନରୁ କ୍ୟାନସରରେ ପିଡୀତ ଥିଲେ। ରିପୋର୍ଟରେ ଡାକ୍ତର ମାନେ ଲେଖିଥିଲେ ଯେ, ମହିଳା ଜଣକ ଚାନ୍ଦି ପରି ଚିକମିକ ଦିଶୁଥିବା ପଦାର୍ଥ ମଇଳାରେ ବାହାର କରୁଥିଲେ।
ଏପର୍ଯ୍ୟନ୍ତ କରାଯାଇଥିବା ପରୀକ୍ଷଣର ଆଧାରରେ ଡାକ୍ତର ମାନେ କହିଛନ୍ତି ଯେ, ମହିଳାଙ୍କୁ ଜଣ୍ଡିସ ହୋଇଯାଇଛି। ହୋଇଥାଇ ପରେ ଯେ ଜଣ୍ଡିସ ଏବଂ କ୍ୟାନସର ରୋଗ ପାଇଁ ଖାଉଥିବା ଔଷଧ ଗୁଡିକର କମ୍ବିନେଶନରେ ମହିଳାଙ୍କ ମଇଳା ସିଲଭର ରଙ୍ଗର ହୋଇଯାଇଛି।
ମେଡିସ୍କ, ମହିଳାଙ୍କ ରିପୋର୍ଟ ଆଧାରରେ ଜାଣିବାକୁ ପାଇଛନ୍ତି ଯେ, ମହିଳାଙ୍କୁ କୋଲୋରେକ୍ଟଲ ଟ୍ୟୁମର ମଧ୍ୟ ଅଛି। ଯାହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇସାରିଛି। ଏମିତିରେ ତାଙ୍କୁ ମେଡ଼ିକାଲ ସାହାଯ୍ୟର ଆବଶ୍ୟକତା ରହିଛି।
ମହିଳାଙ୍କ ଚିକିତ୍ସା କରୁଥିବା ଡାକ୍ତର ମାଇକେଲ ପିକୋଙ୍କ କହିବା ମୁତାବକ, ମଣିଷ ନିଜ ପେଟରୁ ନିଷ୍କାସିତ କରୁଥିବା ମଇଳାର ରଙ୍ଗ ନିଜର ଖାଇବା ପିଇବା ଉପରେ ନିର୍ଭର କରିଥାଏ। ତେବେ ମହିଳା ଜଣକ ଅନେକ ପ୍ରକାରର ମେଡିସିନ ନେଉଛନ୍ତି ଯେଉଁଥିପାଇଁ ତାଙ୍କ ମଇଳାର ରଙ୍ଗ ଏପରି ଚମକୁଥିବା ସିଲଭର କଲରର ହୋଇଯାଇଛି।