ମେଦବହୁଳତା ଏପରି ଏକ ଜିନିଷ ଯାହା ଅନେକ ରୋଗକୁ ଶରୀରକୁ ଆମନ୍ତ୍ରିତ କରିଥାଏ। ମେଦବହୁଳତା କାରଣରୁ ମଣିଷର ଜୀବନ ବିପଦରେ ପଡିଯାଇଥାଏ। ଯଦି ସଠିକ ସମୟରେ ମୋଟାପଣ ଉପରେ କାବୁ କରା ନଯାଏ ତେବେ ଜୀବନ ଯିବାର ମଧ୍ୟ ବିପଦ ରହିଥାଏ। ତେବେ ଏମିତି ଏକ ଚୂର୍ଣ୍ଣ ରହିଛି ଯାହାକୁ ଖାଇବା ଦ୍ୱାରା ପେଟର ଚର୍ବି ଘିଅ ପରି ତରଳି ଯାଇଥାଏ।
ଏହାକୁ ମାତ୍ର କିଛିଦିନ ଖାଇବା ପରେ ଆପଣଙ୍କ ଶରୀରର ଓଜନ ୪/୫ କିଲୋ କମିଯିବ। ଏହା ପେଟର ଚର୍ବି ସହିତ ଜଙ୍ଘ ଏବଂ ଗର୍ଭବତୀ ହେବା ପରେ ଶରୀରରେ ଆସିଥିବା ମୋଟାପଣ କମାଇଥାଏ। ଏହା ଏକ ପ୍ରାକୃତିକ ଏବଂ ଘରୋଇ ଉପଚାର ଏହାକୁ ସମସ୍ତେ ସେବନ କରି ପାରିବେ। ଏହି ଚୂର୍ଣ୍ଣ ସେବନ କରିବା ଦ୍ୱାରା ଶରୀରକୁ କୌଣସି କ୍ଷତି ପହଞ୍ଚି ନଥାଏ।
ଆବଶ୍ୟକ ହେଉଥିବା ସାମଗ୍ରୀ:
ଏହି ଚୂର୍ଣ୍ଣ ବନାଇବା ପାଇଁ ପ୍ରଥମେ ପେଶି ଆବଶ୍ୟକ ହୋଇଥାଏ ଯାହାକୁ ହିନ୍ଦୀରେ ଅଲସି କୁହାଯାଏ ଏବଂ ଇଂରାଜୀରେ Flaxseed କୁହାଯାଏ। ଏହା ଆପଣଙ୍କୁ ଲୋକାଲ ମାର୍କେଟରୁ ସହଜରେ ମିଳିଯିବ। ଯଦି ନମିଳୁଛି ତେବେ ଅନଲାଇନରେ ମଧ୍ୟ ଏହାକୁ ମଗାଇ ପାରିବେ। ପେଶି ବା ଅଲସି ଆମ ଶରୀରର ଚର୍ବିକୁ କମାଇବାରେ ବହୁତ ସହାୟକ ହେବା ସହିତ ଲାଭଦାୟୀ ମଧ୍ୟ ହୋଇଥାଏ। ଏହି ଚୂର୍ଣ୍ଣ ପ୍ରସ୍ତୁତି ପାଇଁ ନିଶ୍ଚିତ ରୂପେ ପେଶି ବ୍ୟବହାର କରନ୍ତୁ।
ଦ୍ୱିତୀୟ ସାମଗ୍ରୀ ହେଉଛି ଜିରା ଯାହା ଆପଣଙ୍କୁ ନିଜର ରୋଷେଇ ଘରୁ ହିଁ ମିଳିଯିବ। ଜିରା ଆମ ଶରୀରରେ ଥିବା ଚର୍ବିକୁ କମାଇବା ପାଇଁ କେତେ ଲାଭଦାୟୀ ତାହା ସମସ୍ତେ ଜାଣନ୍ତି।
ଚୂର୍ଣ୍ଣ ପ୍ରସ୍ତୁତ କରିବାର ପଦ୍ଧତି:
ବର୍ତ୍ତମାନ ଆପଣ ନେଇଥିବା ଦୁଇଟି ସାମଗ୍ରୀ ପେଶି ଏବଂ ଜିରାକୁ ହାଲକା ଭାଜି ନିଅନ୍ତୁ। ଏହି ଚୂର୍ଣ୍ଣକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ତିନି ଚାମଚ ପେଶି ନିଅନ୍ତୁ ଏବଂ ସେଥିରେ ଦୁଇ ଚାମଚ ଜିରା ମିଶାଇ ଏହାକୁ ହାଲକା ଭାଜି ନିଅନ୍ତୁ। ହାଲକା ଭାଜିବାର କାରଣ ଏହା ଭିତରେ ଥିବା ନମନୀୟତା ସମ୍ପୂର୍ଣ୍ଣ ଶୁଖି ଯାଏ ଏବଂ ଗୁଣ୍ଡ କରିବା ପାଇଁ ସୁବିଧା ହୋଇଥାଏ। ସେଥିପାଇଁ ଏହାକୁ ଲୋ ଫେମରେ ଦୁଇ ରୁ ତିନି ମିନିଟ ପର୍ଯ୍ୟନ୍ତ ଭାଜି ନିଅନ୍ତୁ। ଦୁଇ ରୁ ତିନି ମିନିଟ ଭାଜିବା ପରେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ।
ଏଥିରେ ପେଶି ବା flaxseedର ପ୍ରୟୋଗ କରାଯାଇଛି। ଯାହାକି ଓମେଗାତି, ଫାଇବର ଏବଂ ଫ୍ୟାଟି ଏସିଡର ଭରପୂର ରହିଥାଏ। ଏହା ମଣିଷ ଶରୀରର ମୋଟାପଣ ଦୂରେଇ ଦେବା ପାଇଁ ବହୁତ ଲାଭଦାୟୀ ହୋଇଥାଏ। ଏହି ଗୁଣ୍ଡକୁ ଥରେ ପ୍ରସ୍ତୁତ କରି ଦୁଇ ରୁ ତିନି ମାସ ପର୍ଯ୍ୟନ୍ତ ପ୍ରୟୋଗ କରି ପାରିବେ।
ଚୂର୍ଣ୍ଣ ସେବନ କରିବାର ବିଧି:
ଏହାର ସେବନ କରିବା ପାଇଁ ଆପଣଙ୍କୁ ଏକ ଗ୍ଲାସ ଓଷମ ପାଣି ଆବଶ୍ୟକ ପଡିବ। ଏକ ଗ୍ଲାସ ଓଷମ ପାଣିରେ ପୂର୍ବରୁ ପ୍ରସ୍ତୁତ ଚୂର୍ଣ୍ଣର ଗୋଟିଏ ଚାମଚ ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ବର୍ତ୍ତମାନ ଏଥିରେ ଅଧା ଚାମଚ ଲେମ୍ୱୁ ରସ ମିଶାଇ ଦିଅନ୍ତୁ। ଏହାପରେ ଏଥିରେ ସ୍ୱାଦ ବଢାଇବା ପାଇଁ ଅଧା ଚାମଚ କଳା ଲୁଣ ମିଶାଇ ନିଅନ୍ତୁ। କଳା ଲୁଣ ଯାହାକୁ ଆପଣ ବିଟ ଲୁଣ ମଧ୍ୟ କହିପାରିବେ। ଏବେ ଆପଣ ଏହି ପାନୀୟକୁ ଭଲ ଭାବରେ ମିଶାଇ ପିଇ ପାରିବେ।
ଏହାକୁ ଦିନରେ ଦୁଇ ଟାଇମ ସେବନ କରି ପାରିବେ। ପ୍ରଥମତଃ ସକାଳୁ ଖାଲି ପେଟରେ ଅର୍ଥାତ ଜଳଖିଆ ଖାଇବାର ଅଧା ଘଣ୍ଟା ପୂର୍ବରୁ ଏହାକୁ ପିଇ ପାରିବେ। ଏହାକୁ ପିଇବାର ଅଧା ଘଣ୍ଟା ପରେ ହିଁ କୌଣସି ଜଳଖିଆ ଖାଆନ୍ତୁ। ସନ୍ଧ୍ୟା ସମୟରେ ମଧ୍ୟ ଠିକ ଏହିପରି ଏହାର ସେବନ କରି ପାରିବେ। ଏହାର ପ୍ରତିଦିନ ସେବନ କରିବା ପରେ ଆପଣଙ୍କ ଓଜନ ବହୁତ ଶୀଘ୍ର କମିବାକୁ ଲାଗିବ। ଆପଣଙ୍କ ପେଟର ଚର୍ବି ତରଳି ଯିବ। ଏହାର ପ୍ରୟୋଗ ଦ୍ୱାରା କିଛି ଦିନ ମଧ୍ୟରେ ୪ ରୁ ୫ କିଲୋ ଓଜନ କମିଯିବ।