ବିହାରରେ ପୁରା ମଦ ନିଷେଧ ପାଇଁ ନିୟମ ଲାଗୁ ଅଛି କିନ୍ତୁ ମଦ ଚୋରା ଚାଲାଣକାରୀ ବେଆଇନ ଭାବରେ ମଦ ବିକ୍ରି କରି ବହୁତ ଟଙ୍କା ରୋଜଗାର କରୁଛନ୍ତି। ମଦ ଚୋରା ଚାଲାଣକାରୀ ନେପାଳରୁ ମଗାଇ ଥିବା ମଦକୁ ଲୁଚେଇବା ପାଇଁ ପ୍ରତିଦିନ ନୂଆ ନୂଆ ପ୍ରକିୟା ଆପଣାଉଛି। ଏହି ପ୍ରକାରରେ ମଧୁବନି ଜିଲ୍ଲା ର ଏକ ପୋଖରୀରୁ ପୋଲିସ ଦେଶୀ ମଦ ବସ୍ତା ଗୁଡ଼ିକ ପାଇଲା।
ମାଛ ପାଳିବା ପାଇଁ ଯେଉଁ ମଧୁବନି ପୁରା ବିହାରରେ ଚର୍ଚ୍ଚିତ ଏବେ ସେଠି ପୋଖରୀରୁ ମାଛ ବଦଳରେ ମଦ ବାହାରିବାରେ ଲାଗିଛି। ଏହି ମଦ ଗୁଡ଼ିକୁ ଝୋଟ ବସ୍ତାରେ ଭର୍ତ୍ତି କରି ପୋଖରୀରେ ଲୁଚେଇ ରଖାଯାଇଥିଲା।
ପୋଲିସ ଖୋଜାଖୋଜି କରିବାରୁ ଖୁଟୋନା ବ୍ଲକ ର ଗଣେଶି ଟୋଲ ଗାଁ ରେ ମଦ ମାଫିଆ ର ଘର ୩୧ ବସ୍ତା ବନ୍ଦ ଦେଶୀ ମଦ ପାଖାପାଖି ୨୫୦୦ ବୋତଲ ଜବତ ହୋଇଛି।
ପୋଲିସ କୁ ଗୁପ୍ତ ସୂଚନା ମିଳିଥିଲା କି ଲଳିତ ମହତ ନାମର ଜଣେ ବ୍ୟକ୍ତି ନିଜ ଘରେ ବହୁତ ମାତ୍ରାରେ ମଦ ଲୁଚେଇ ରଖିଥିଲା। ଏହାପରେ ଯେତେବେଳ ପୋଲିସ ସେହି ଗାଁ ରେ ଲଳିତ ମହତ ର ଘର ତଲାସ କରିବାରୁ ସେଠୁ ବହୁତ ମାତ୍ରାରେ ଦେଶୀ ମଦ ର ଚାଲାଣ ହଉ ଥିବାର ଜଣାପଡ଼ିଲା।
ପୋଲିସ ପହଞ୍ଚିବା ଆଗରୁ ଲଳିତ ମହତା ମଦ ସବୁ ଚାଲାଣ କରିବାରେ ସଫଳ ହୋଇସାରିଥିଲା କିନ୍ତୁ ତାର ଜଣେ ଲୋକ କୁ ପୋଲିସ ଧରି ପକାଇଲା। ସେହି ଜାଗାରେ ପୋଲିସ ପୁଣି ଥରେ ମଦର ତଲାସ ଆରମ୍ଭ କଲେ ଯେଉଁଠି ୩୦ ବସ୍ତା ର ବନ୍ଦ ଦେଶୀ ମଦ ରୁ ପାଖାପାଖି ୨୦୦୦ ବୋତଲ ଜବତ ହୋଇଛି।
ନେପାଳି ମଦକୁ ଗୋଟିଏ ପୋଖରୀରେ ଲୁଚାଇ ରଖାଯାଇଥିଲା। ଏବେଯାଏଁ ୬୧ ବସ୍ତା ର ବନ୍ଦ ଦେଶୀ ମଦ ରୁ ପାଖାପାଖି ୪୫୦୦ ବୋତଲ ଜବତ କରାଯାଇଛି ।