ପ୍ରତ୍ୟେକ ବର୍ଷ ମଣିଷ ଶବକୁ କବରରୁ ବାହାର କରି ନୂତନ ବସ୍ତ୍ର ପିନ୍ଧାଇଥାନ୍ତି ଲୋକମାନେ, ମେକଅପ କରିବା ସହ ପିଇବାକୁ ଦେଇଥାନ୍ତି ସିଗାରେଟ

ଦୁନିଆରେ ଅନେକ ପ୍ରକାରର ରୀତିନୀତି ରହିଛି। ଏମାନଙ୍କ ମଧ୍ୟରୁ କେତେକଙ୍କ ଚର୍ଚ୍ଚା ସେମାନଙ୍କ ଭଲ ଜିନିଷ କାରଣରୁ ହୋଇଥାଏ କିମ୍ବା ତାଙ୍କର ଅଜବ ପ୍ରକାରର ଇତିହାସ କାରଣରୁ। ଅଗଷ୍ଟ ମାସ ଇଣ୍ଡୋନେସିଆ ଲୋକଙ୍କ ପାଇଁ ବହୁତ ବିଶେଷ ହୋଇଥାଏ। ଏଠାରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସରେ ତୋରଜା କମ୍ୟୁନିଟିର ଲୋକମାନେ ନିଜର ସମ୍ପର୍କୀୟ ମାନଙ୍କୁ କବର ଭିତରୁ ବାହାର କରି ତାଙ୍କ କପଡ଼ା ବଦଳାଇଥାନ୍ତି।

ଏଥିସହିତ ଏହି ମୃତଦେହ ବା ଶବ ଗୁଡିକର ମେକଅପ ମଧ୍ୟ କରାଯାଇଥାଏ। ଏହି ସମୁଦାୟର ଲୋକଙ୍କ ମାନ୍ୟତା ରହିଛି ଯେ, ଏପରି କରିବା ଦ୍ୱାରା ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସଂଯୋଗ ଚାଲୁ ରହିଥାଏ। ଏହି ପ୍ରଥା ପ୍ରତ୍ୟେକ ବର୍ଷ ପାଳନ କରାଯାଇଥାଏ। ଏଥିରେ ଲୋକମାନେ ନିଜ ଲୋକଙ୍କ କବରକୁ ବଦଳାଇ ତାକୁ ସଜାଇ ଦେଇଥାନ୍ତି। ଏହି ବର୍ଷ ମଧ୍ୟ ଏହି ଉତ୍ସବ ପାଳିତ କରାଯାଉଛି। ଏହି ଉତ୍ସବର ଫୋଟୋ ଚିତ୍ର ଗୁଡ଼ିକୁ ଦେଖିଲେ କୌଣସି ସାଧାରଣ ମଣିଷକୁ ହୃଦଘାତ ଆସିଯିବ। କିନ୍ତୁ ଏହି ଉତ୍ସବକୁ ଏଠାରେ ବହୁତ ଖୁସିର ସହିତ ଧୁମଧାମରେ ପାଳନ କରାଯାଇଥାଏ।

ଏହି ପର୍ବରେ ଇଣ୍ଡୋନେସିଆର ତୋରଜା ଡେଥ ରିଚ୍ୟୁଆଲ ବୋଲି କୁହାଯାଇଥାଏ। ଏହି ଅବସରରେ ନିଜ ଲୋକଙ୍କ ମୃତଦେହକୁ ସିଗରେଟ ପିଆଇ ଦିଆଯାଉଥିବାର ଦେଖାଯାଇଥାଏ।

ଏଠାରେ ପ୍ରତ୍ୟେକ ବର୍ଷ ପରିବାରର ଲୋକ ନିଜ ପ୍ରିୟଜନଙ୍କ ଶବକୁ କବରରୁ ବାହାର କରିଥାନ୍ତି। ତାଙ୍କ କବର ଗୁଡିକର ସଫା କରିଥାନ୍ତି, ତାଙ୍କ ଶବ ଗୁଡିକର ସଫା କରିଥାନ୍ତି ଏବଂ ତାଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିଥାନ୍ତି।

କବରକୁ ସଫା କରିବା ଏବଂ ତାଙ୍କ ଶରୀରକୁ ପୋଛିବା ପରେ କପଡା ପିନ୍ଧାଇଥାନ୍ତି। ଏହି ସମୁଦାୟର ମାନ୍ୟତା ରହିଛି ଯେ ମୃତ୍ୟୁ ଏବଂ ଜୀବନ ମଧ୍ୟରେ ସମ୍ବନ୍ଧ ଅନନ୍ତ ଅଟେ। ଏହି କାରଣରୁ ସେମାନେ ଏହି ଶବ ବା ମୃତଦେହ ଗୁଡ଼ିକୁ କବରରୁ ବାହାର କରି ବଞ୍ଚିଥାନ୍ତି।

ଏହି ପରିବାର ଦୀର୍ଘ ବର୍ଷ ପୂର୍ବରୁ ମରିଯାଇଥିବା ଲୋକଙ୍କ ଶରୀରକୁ ମଧ୍ୟ ବାହାର କରି ତାଙ୍କର ମେକଅପ କରାଇଥାନ୍ତି। ଏହି ଫୋଟୋ ଚିତ୍ରକୁ ଦେଖି କୌଣସି ସାଧାରଣ ମଣିଷ ଆଶ୍ଚର୍ଯ୍ୟ ଚକିତ ହୋଇଯିବ।

ଏହି ସ୍ଥାନରେ ଲୋକମାନେ ନିଜର ସମ୍ପର୍କୀୟ ମାନଙ୍କୁ ମୃତ୍ୟୁ ପରେ ପୋତିଦେଇଥାନ୍ତି। ଏହାପରେ ତାଙ୍କୁ ବାହାରକୁ ବାହାର କରି ପ୍ରତ୍ୟେକ ବର୍ଷ ତାଙ୍କ କପଡ଼ା ବଦଳାଇ ଦେଇଥାନ୍ତି।

ଏହି ଫୋଟୋରେ ଗୋଟିଏ ପରିବାରର ସଦସ୍ୟ ନିଜ ପରିବାରରେ ମରିଯାଇଥିବା ଏକ ଛୋଟ ଝିଅର ଶରୀର ସହିତ ଅଛନ୍ତି। ସେ ଛୋଟ ଝିଅଟିକୁ ଫ୍ରକ୍ ପିନ୍ଧାଇଥିଲେ। ତାଙ୍କୁ ନକଲି ବାଳ ସହିତ ଜୋତା ମଧ୍ୟ ପିନ୍ଧାଇଛନ୍ତି।

ଗାଁର ଲୋକମାନେ ନିଜ ସମ୍ପର୍କୀୟଙ୍କ ଶବକୁ ପିନ୍ଧାଯାଇଥିବା ପୁରୁଣା କପଡାକୁ ଛୁରୀ ସାହାଯ୍ୟରେ କାଟି ଅଲଗା କରିଦେଇଥାନ୍ତି। ଏହାପରେ ତାଙ୍କୁ ନୂତନ କପଡା ପିନ୍ଧାଇ ଦିଆଯାଇଥାଏ।

ଏହି ପର୍ବ ଅବସରରେ ନିଜ ଜେଜେବାପାଙ୍କ ସହିତ ସେଲ୍ଫି ନେଉଥିବା ଜଣେ ମହିଳା। ଏଠାରେ କବରରୁ ଶବକୁ ବାହାର କରାଯାଇ ତାଙ୍କୁ ପୁଣିଥରେ ଜୀବିତ କରାଯାଇଥାଏ।

କବରରୁ ବାହାର କରି ଶବକୁ ଏକ ବାଡ଼ିରେ ବାନ୍ଧି ଠିଆ କରାଯାଇଛି। ଏହାପରେ ତାଙ୍କୁ ନୂତନ କପଡା ପିନ୍ଧାଇ ଦିଆଯାଇଥାଏ। ତାଙ୍କର ମେକଅପ ମଧ୍ୟ କରାଯାଇଥାଏ।

ଥରେ ଶବର କପଡା ବଦଳାଇବା ପରେ ପୁଣିଥରେ ଏହାକୁ କବରରେ ରଖିଦିଆ ଯାଇଥାଏ, କିନ୍ତୁ ପରବର୍ତ୍ତୀ ବର୍ଷ ପୁଣିଥରେ ସେହି ଶବକୁ ବାହାର କରାଯାଇଥାଏ।

ଏମିତି ଭାବରେ ଲୋକମାନେ ନିଜ ଲୋକଙ୍କ ମୃତଦେହ ସହିତ ଫୋଟୋ ଚିତ୍ର ଉଥାଉଥିବାର ନଜର ଆସିଥାନ୍ତି। ଏହି ଲୋକଙ୍କ ପାଇଁ ଏସବୁ ବହୁତ ସାଧାରଣ ହୋଇଥାଏ।

କରୋନା ସମୟରେ ଏବର୍ଷ ମଧ୍ୟ ଏହି ଉତ୍ସବକୁ ପାଳନ କରାଯାଇଛି। ତେବେ ଲୋକମାନେ ମାସ୍କ ଲଗାଇ ସବୁକିଛି କରୁଥିବାର ନଜର ଆସିଛନ୍ତି।

ଏହି ପର୍ବରେ ଲୋକ ବାଡ଼ି ଜରିଆରେ ନିଜ ଲୋକଙ୍କ ମୃତଦେହକୁ ଛିଡା କରି ରଖିଥାନ୍ତି। ଏଠାରେ ଏପରି ଭାବରେ କପଡା ବଦଳାଇ ଦିଆଯାଇଥାଏ।

ଏହି ମମ୍ମିଫାଇଡ ଶବକୁ ସିଗାରେଟ ଅଫର କରୁଥିବା ଲୋକ। ଏହା ବହୁତ ଆରାମଦାୟକ ଅଟେ ଏବଂ ଲୋକ ମାନେ ଏହାକୁ ବହୁତ ଶୁଭ ମାନିଥାନ୍ତି।

ଗୋଟିଏ ଥର ଏହି ପରମ୍ପରା ହୋଇଯିବା ପରେ ଏହି ଶବ ଗୁଡ଼ିକୁ ପୁଣିଥରେ କବର ଭିତରେ ରଖିଦିଆ ଯାଇଥାଏ। ଏଥିସହିତ କବରରେ କେତେକ ପ୍ରକାରର ଉପହାର ମଧ୍ୟ ରଖାଯାଇଥାଏ।

ମରିଯାଇଥିବା ଲୋକଙ୍କ ସମ୍ପର୍କୀୟ ମାନେ ମଧ୍ୟ ଏହି ପର୍ବକୁ ଆସିଥାନ୍ତି। ଏହାଛଡା ନିଜ ସହିତ ସେମାନଙ୍କ ପାଇଁ ଉପହାର ମଧ୍ୟ ଆଣିଥାନ୍ତି।

ଏହି ସମୁଦାୟର ନାମ ତୋରଜଂସକୁ ନେଇ ହିଁ ଏହି ପର୍ବର ନାମ ତୋରାଜା ଡେଥ ରିଚ୍ୟୁଆଲ ରଖାଯାଇଛି। ଏହା ଜୀବନ ଓ ମୃତ୍ୟୁର ସବୁଠୁ ବଡ଼ ପର୍ବ ଅଟେ।

ତୋରାଜା ଚର୍ଚ୍ଚ ଏହି ଉତ୍ସବରେ ରୋକ ଲଗାଇବାକୁ ଚେଷ୍ଟା କରିଥିଲା କିନ୍ତୁ କେବେହେଲେ ସଫଳ ହୋଇପାରି ନଥିଲା। କରୋନା ସମୟରେ ମଧ୍ୟ ସମସ୍ତ ନିୟମାବଳୀ ମାନି ଏହି ଉତ୍ସବକୁ ପାଳନ କରାଯାଇଥିଲା।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *