ପ୍ରଥମଥର ସାମ୍ନାକୁ ଆସିଲା ଆମେରିକୀୟ ରାଷ୍ଟ୍ରପତି ଭବନର ଏପରି ଭବ୍ୟ ଫୋଟୋ ଚିତ୍ର, ୧୧ କୋଟିରେ ଓବାମା ବଦଳାଇଥିଲେ ସମ୍ପୂର୍ଣ୍ଣ ଶୟନକକ୍ଷ।

ସମଗ୍ର ଦୁନିଆର ନଜର ଏସମୟରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି। ଡୋନାଲ୍ଡ ଟ୍ରମ୍ପ ଯେଉଁଠାରେ ନିଜ ଗାଦି ବଞ୍ଚାଇବା ପାଇଁ ପ୍ରାଣ ପ୍ରଣେ ଚେଷ୍ଟା କରୁଛନ୍ତି, ସେପଟେ ତାଙ୍କ ପ୍ରତିଦ୍ବନ୍ଦୀ ମଧ୍ୟ ଜୋରଦାର ଟକ୍କର ଦେଉଥିବାର ନଜର ଆସୁଛନ୍ତି। ଆମେରିକାରେ ରାଷ୍ଟ୍ରପତି ହିଁ ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ହୋଇଥାନ୍ତି। ତାଙ୍କ ରହିବା ପାଇଁ ହ୍ଵାଇଟ ହାଉସ ରହିଛି। ନିର୍ବାଚନ ପୂର୍ବରୁ ନିକଟରେ ହିଁ ଏକ ପୁସ୍ତକ ଜାରି କରାଯାଇଛି। ୧ ସେପ୍ଟେମ୍ବରକୁ ଜାରି କରାଯାଇଥିବା ପୁସ୍ତକର ନାମ- Designing History: The Extraordinary Art & Style of the Obama White House ଅଟେ।

ଏଥିରେ ଟ୍ରମ୍ପଙ୍କ ପୂର୍ବରୁ ରାଷ୍ଟ୍ରପତି ରହିଥିବା ବରାକ ଓବାମା ଏବଂ ପ୍ରଥମ ଲେଡି ମିସେଲ ଓବାମାଙ୍କ ଦ୍ୱାରା ରାଷ୍ଟ୍ରପତି ଭବନରେ କରାଯାଉଥିବା ପରିବର୍ତ୍ତନର ଫୋଟୋ ଚିତ୍ର ଲୋକଙ୍କ ଧ୍ୟାନ ଆକର୍ଷିତ କରୁଛି। ଦୁଇଜଣ ମିଶି ରାଷ୍ଟ୍ରପତି ଭବନର ଭିତର ସାଜସଜ୍ଜା ବହୁତ ପରିବର୍ତ୍ତନ କରିଥିଲେ। ଏଥିରେ ଲିଭିଙ୍ଗ ଠାରୁ ନେଇ ଶୟନକକ୍ଷ ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇଥିଲା। ପ୍ରଥମଥର ହ୍ଵାଇଟ ହାଉସର କୋଠରୀର ଏମିତି ଭବ୍ୟ ଫୋଟୋ ସାମ୍ନାକୁ ଆସିଛି। ଦେଖନ୍ତୁ କେତେ ସୁନ୍ଦର ଏବଂ ବିଳାସପୂର୍ଣ ହୋଇଛି ଆମେରିକାର ରାଷ୍ଟ୍ରପତି ଭବନ-

ଏହି ପୁସ୍ତକ- Look inside! Designing History: The Extraordinary Art & Style of the Obama White House ଜରିଆରେ ଲେଖକ ଜଣକ ଲୋକଙ୍କୁ ବରାକ ଓବାମାଙ୍କ ହ୍ଵାଇଟ ହାଉସ ଭିତରେ ବୁଲାଇଥିଲେ।

ଏହି ପୁସ୍ତକରେ ଆମେରିକାର ୪୪ତମ ରାଷ୍ଟ୍ରପତି ଦ୍ୱାରା କିପରି ହ୍ଵାଇଟ ହାଉସକୁ ନିଜ ଘର ବନାଇଥିଲେ, ଏହା ପ୍ରଦର୍ଶିତ କରାଯାଇଥିଲା। ପତିପତ୍ନୀ ଦୁଇଜଣ ମିଶି ଏହି ରାଷ୍ଟ୍ରପତି ଭବନକୁ ନବୀକରଣ କରାଇଥିଲେ।

ଏହି ପୁସ୍ତକ ପାଇଁ ନିଜେ ମିଶେଲ ଓବାମା ଗୋଟିଏ ପୃଷ୍ଠା ଲେଖିଛନ୍ତି। ସେ ନିଜ ସ୍ୱାମୀଙ୍କ କାର୍ଯ୍ୟକାଳ ସମୟରେ ରାଷ୍ଟ୍ରପତି ଭବନର ସମସ୍ତ ଦାୟିତ୍ବ ତୁଲାଇ ଥିଲେ।

ଆମେରିକୀୟ ରାଷ୍ଟ୍ରପତି ମାନଙ୍କୁ ହ୍ଵାଇଟ ହାଉସକୁ ନବୀକରଣ ପାଇଁ ୭୩ ଲକ୍ଷ ୪୫ ହଜାରର ଫଣ୍ଡ ମିଳିଥାଏ, ଯାହାକୁ ଓବାମା ଏବଂ ମିଶେଲ ଫେରାଇ ଦେଇଥିଲେ। ସେ ଖୋଦ ନିଜ ଟଙ୍କାରେ ଘରକୁ ନବୀକରଣ କରାଇଥିଲେ।

ନବୀକରଣ ପାଇଁ ସେ ଡିଜାଇନର ମାଇକଲ ଏସ ସ୍ମିଥଙ୍କୁ ହାୟର କରିଥିଲେ। ଏହି ଡିଜାଇନର ୧୧ କୋଟି ଟଙ୍କା ବଜେଟରେ ସମ୍ପୂର୍ଣ୍ଣ ହ୍ଵାଇଟ ହାଉସର ଦୃଶ୍ୟ ବଦଳାଇ ଦେଇଥିଲେ।

ହ୍ଵାଇଟ ହାଉସରେ ସବୁଠୁ ଅଧିକ ଧ୍ୟାନ ଓବାମା ଶୟନକକ୍ଷ ଉପରେ ଦେଇଥିଲେ। ମିଶେଲଙ୍କ ପସନ୍ଦରେ ମାଷ୍ଟର ବେଡରୁମକୁ ସାଜସଜ୍ଜା କରାଯାଇଥିଲା।

ଘରେ ପାଖାପାଖି ପ୍ରତ୍ୟେକ କୋଠରୀରେ ଐତିହାସିକ ଖଣ୍ଡଗୁଡ଼ିକ ରଖାଯାଇଥିଲା। ଐତିହାସିକ ଜିନିଷ ଗୁଡିକ ଛଡା ଆଧୁନିକ ଚିତ୍ରକୁ ମଧ୍ୟ ସେଠାରେ ସ୍ଥାନ ଦିଆ ଯାଇଥିଲା।

ଘରର ଲିଭିଙ୍ଗ ରୁମର ସାଜସଜ୍ଜା ପାଇଁ ଅନେକ ଜିନିଷ ନ୍ୟାସନାଲ ଗ୍ୟାଲେରୀ ଅଫ ଆର୍ଟରୁ ମଗା ଯାଇଥିଲା। ଅନେକ ଆକର୍ଷକ ଚିତ୍ର, ଯାହାର ଅର୍ଥ ବହୁତ ଗଭୀର ରହିଛି, ସେଗୁଡିକ ଦ୍ୱାରା କୋଠରୀ ଗୁଡିକ ସଜା ଯାଇଥିଲା।

ଘରର ବ୍ୟକ୍ତିଗତ ଡାଇନିଙ୍ଗ ରୁମରେ, ଯେଉଁଠାରେ ଓବାମା, ତାଙ୍କ ପତ୍ନୀ ଏବଂ ଝିଅମାନେ ଏକ ସାଙ୍ଗରେ ବସି ଭୋଜନ କରିଥାନ୍ତି, ସେଠାରେ ୧୮୬୮ ସିବିଲ ୱାରର ଏକ ଫୋଟୋ, ମୋହମ୍ମଦ ଅଲ୍ଲୀଙ୍କ ୱାସ୍କିଙ୍ଗ ଗ୍ଲାସଙ୍କ ଏକ ଯୋଡ଼ା ଏବଂ ଜନ ଅଫ କେନେଡିଙ୍କ ଭାଷଣକୁ ଫ୍ରେମ କରି ସଜା ଯାଇଥିଲା।

ବନ୍ଧୁ ମାନଙ୍କ ଚାହା ପାଣି ପାଇଁ ପ୍ରସ୍ତୁତ ହୋଇଥିବା ଲିଭିଙ୍ଗ ରୁମର ସାଜସଜ୍ଜା ଏମିତି ପ୍ରକାରର କରାଯାଇଥିଲା। ଝୁମର ଠାରୁ ଆରମ୍ଭ କରି ସୋଫା ପର୍ଯ୍ୟନ୍ତ ସବୁକିଛି ବହୁତ ବିଶେଷ ପ୍ରକାରର ଡିଜାଇନ କରାଯାଇଥିଲା। ଏହି ପୁସ୍ତକରେ ହ୍ଵାଇଟ ହାଉସର ମୋଟ ୩୭୨ ଫୋଟୋ ସେୟାର କରାଯାଇଥିଲା। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *