ଆମେରିକାର କେବିନ କିନାର୍ଡ ନାମକ ଜଣେ ବ୍ୟକ୍ତି ପାର୍କ ରେ ବୁଲୁଥିବା ସମୟରେ ତାଙ୍କୁ ଚମକୁ ଥିବା କାଚର ଖଣ୍ଡ ମିଳିଥିଲା। ତାହା ଅମୂଲ୍ୟ ହୀରା ବାହାରିଲା। ଏହି କାଚ ର ଖଣ୍ଡ ତାଙ୍କୁ ତା ଆଡ଼କୁ ଆକର୍ଷିତ କରିଥିଲା। ଯାହାପରେ ଚେକ କଲେ। ଏହା ୯.୦୭ କୋଟିର ହୀରା ବାହାରିଲା। ଅର୍କସସ ଷ୍ଟେଟ ପାର୍କର ସମାଚାର ବିଜ୍ଞାତି ଅନୁସାରେ, ଏହି ହୀରା ୪୮ ବର୍ଷ ର ଇତିହାସରେ ସବୁଠାରୁ ବଡ଼ ହୀରା ବୋଲି କୁହାଯାଇଛି।
ଆମେରିକାରେ ରହୁଥିବା କେବିନ ହେଉଛନ୍ତି ବ୍ୟାଙ୍କ ମ୍ୟାନେଜର। କେବିନ କିନାର୍ଡ କହୁଛନ୍ତି କି ସିଏ ଆଉ ତାଙ୍କ ସାଙ୍ଗ ହୋଲିଡ ମୁରଫିସବୋରା ପିଲାଦିନରୁ ହିଁ କ୍ରେଟର ଆଫ ଡ଼ାୟମଣ୍ଡ ପାର୍କ କୁ ଯାଉଥିଲେ। କିନ୍ତୁ ୭ ସେପ୍ଟେମ୍ବର ପୂର୍ବରୁ ସିଏ ଏମିତି ଏକ ଚମତ୍କାର କେବେ ଦେଖିନଥିଲେ। ଏହା ହୋଇଥିଲା କି ଏହି ପାର୍କର ଦକ୍ଷିଣ ପୂର୍ବ ଇଲାକାରେ ଖୋଜାଖୋଜି କରିବାରୁ ତାଙ୍କର ନଜର ଏକ ମାର୍ବଲ ଆକାରର ଗୋଲ କ୍ରିଷ୍ଟଲ ଉପରେ ପଡ଼ିଲା। କାଚ ଭଳି ଦେଖାଯାଉଥିବା ଖଣ୍ଡ ତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥିଲା। ଏହି କାଚ ର ଖଣ୍ଡକୁ ସିଏ ନିଜର ବ୍ୟାଗ୍ ରେ ରଖିଦେଲେ। ଏହା ଆନନ୍ଦଦାୟକ ଓ ଆକର୍ଷଣୀୟ ଥିଲା। ପ୍ରଥମେ ଲାଗିଲା କି ଏହା ଆଇନାର କାଚ ଖଣ୍ଡ ହୋଇଥିବା।
କିନାର୍ଡ କହୁଛନ୍ତି କି କିଛି ଘଣ୍ଟା ପରେ ସିଏ ଆଉ ତାଙ୍କ ସାଙ୍ଗ ପାର୍କର ଖୋଜା କେନ୍ଦ୍ର ରେ ରହିଗଲେ। ଯେଉଁଠି ପାର୍କର କର୍ମଚାରୀ ମାନେ ଲୋକଙ୍କୁ ମିଳିଥିବା ଜିନିଷକୁ ଚିହ୍ନିବା ଆଉ ପଞ୍ଜିକରଣ କାରିବା ଆରମ୍ଭ କରିଦେଇଥିଲେ। କେବିନ ଙ୍କୁ ଲାଗିଲା କି ତାଙ୍କ ପାଖରେ ପଞ୍ଜିକରଣ କରିବାପାଇଁ କିଛି ଜିନିଷ ନାହିଁ କିନ୍ତୁ ପୁଣି ବି ସେ ତାଙ୍କ ସାଙ୍ଗଙ୍କ ସହ ଚେକିଂ କରିବାକୁ ଚାଲିଗଲେ। ତାଙ୍କ ବ୍ୟାଗ ଚେକ କରିବାରୁ ତାଙ୍କୁ କୁହାଗଲା କି ଏହା କାଚ ଖଣ୍ଡ ନୁହେଁ, ଏହା ହୀରା ଅଟେ। କେବିନ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ।
ଏହା ବିଷୟରେ ପାର୍କର ସହାୟକ ଅଧିକାରୀ ଡ୍ରୁ ଏଡମଣ୍ଡସ୍ କହିଲେ କି ୨୦ ଅଗଷ୍ଟ ରେ ବର୍ଷା ହେବାରୁ ଷ୍ଟ୍ରୋମ ଲୋରା ଙ୍କୁ ଖୋଜାଖୋଜି କରିବା ପାଇଁ ଲଗେଇଦେଲେ। କିନ୍ତୁ ଯେବେ କିନାର୍ଡ ସୂଯ୍ୟାସ୍ତ ପରେ ପାର୍କ କୁ ଆସିଲେ ଚମକୁ ଥିବା ହୀରା ତାଙ୍କୁ ଦେଖାଗଲା। କୁହାଯାଉଛି କି ବୁଧବାର ଦିନ ଯାଏ, ଏହି ବର୍ଷ ଡ଼ାୟମଣ୍ଡ ଷ୍ଟେଟ ପାର୍କ ରେ ୨୪୬ ହୀରା ଖଣ୍ଡ ପଞ୍ଜିକୃତ କରାଯାଇଛି। ଯାହାର ମୂଲ୍ୟ ୫୯.୨୫ କୋଟି ଟଙ୍କା। ଲୋକମାନେ ପ୍ରତିଦିନ ଗୋଟେ କିମ୍ବା ଦୁଇଟା ହୀରା ଖଣ୍ଡ ପାଆନ୍ତି।
ପାର୍କର ଅଧିକାରୀଙ୍କ କହିବା ଅନୁସାରେ, ଏହା ପାର୍କର ୪୮ ବର୍ଷ ଇତିହାସରେ ମିଳିଥିବା ଦ୍ୱିତୀୟ ବଡ଼ ହୀରା। ଏହା ପୂର୍ବରୁ ୧୯୭୫ ମସିହାରେ ୧୬.୩୭ କୋଟି ଅମାରିଲୋ ଷ୍ଟାରଲାଇଟ ରୁ ହୀରା ମିଳିଥିଲା। କେବିନ ଙ୍କୁ ଯେଉଁ ହୀରା ମିଳିଥିଲା ତାହାର ନାମ କେବିନ ଆଉ ତାଙ୍କ ସାଙ୍ଗଙ୍କ ନାମରେ ରଖାଗଲା- କିନାର୍ଡ ଫ୍ରେଣ୍ଡଶିପ ଡ଼ାୟମଣ୍ଡ ।