ବିଶ୍ଵ ବ୍ୟାପି କରୋନା ଭାଇରସକୁ ନେଇ ଲୋକ ବହୁତ ଚିନ୍ତିତ ଥିଲା ବେଳେ ଭାଇରସ ତାର ନୂଆ ନୂଆ ରଙ୍ଗ ଦେଖେଇ ଚାଲିଛି। ଆପଣ ଆଗରୁ ବହୁତ ନୂଆ ଲକ୍ଷଣ ଏବଂ ନୂଆ କରୋନାର ନୂଆ ରୂପ କଥା ସୁନିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ନୂଆ କଥା କହିବୁ ଯାହା ଡ଼ାକ୍ତରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି।
ମେକ୍ସିକୋରେ ଏକ ମା ୩ ଟି ପିଲାକୁ ଜନ୍ମ ଦେଇଛି ଯିଏ କି ସମସ୍ତ ପିଲା କରୋନା ଭାଇରସ ଦ୍ଵାରା ସଂକ୍ରମିତ। ଯେତେବେଳେ କି ସେ ପିଲାର ମା ବାପା ଉଭୟଙ୍କ କରୋନା ନେଗେଟିଭ। ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ଯେ ତେବେ ଏହି ଶିଶୁକୁ କେମିତି କରୋନା ଭାଇରସ ସଂକ୍ରମିତ କଲା। ତେଣୁ ସ୍ବାସ୍ଥ୍ୟ ଅଧିକାରୀ ମାନେ ଏବେ ଏହାକୁ ଯାଞ୍ଚ କରି ବୁଝିବାକୁ ଚେଷ୍ଟା କରୁଛନ୍ତି ଏହା କିପରି ହୋଇଛି।
ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଏମିତି ଘଟଣା ନା ଆଗରୁ ଆମେ ଦେଖୁଛୁ ନା ସୁଣିଛୁ ଏହା ମେଡିକାଲ୍ ସାଇନ୍ସ ରେ ପ୍ରଥମ ଥର ଘଟିଛି। ୩ଟି ପିଲାଙ୍କ ଭିତରେ ୨ଟି ପୁଅ ଏବଂ ଜଣେ ଝିଅ ଅଛନ୍ତି। ଜନ୍ମ ହେବାର ୪ ଘଣ୍ଟା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଓ ସେଥିରେ ତାଙ୍କ ରିପୋର୍ଟ ପାଜେଟିଭ୍ ଆସିଛି।
ପ୍ରଥମେ ଡାକ୍ତର ମାନେ ଭାବିଲେ କି ପିଲାର ମା ବୋଧେ କରୋନା ରୋଗୀ ହୋଇଥିବେ ଯାହା ଦ୍ଵାରା ପିଲା ସଂକ୍ରମିତ ହୋଇଛନ୍ତି। ଯେତେବେଳେ ମା ବାପା ଉଭୟଙ୍କ ପରୀକ୍ଷା କରା ଗଲା ସେତେବେଳେ ଡ଼ାକ୍ତର ମାନେ ଡରିଗଲେ କାରଣ ସେମାନଙ୍କ ପାଖରେ କୌଣସି ଭାଇରସ ନାହିଁ।
ଏକା ଆଲୋଚନାଚକ୍ରରେ ସ୍ବାସ୍ଥ୍ୟ ସଚିବ ମୋନିକା ରଙ୍ଗୋଲି କହିଲେ କି ଯେତେ ବେଳେ ମାଆ ବାପାଙ୍କର କୌଣସି କରୋନା ସଂକ୍ରମଣ ବାହାରିଲା ନାହିଁ। ସେବେଠାରୁ ଆମର ପୁରା ଧ୍ୟାନ ଏହି ମାମଲା ଉପରେ ଅଛି। ଏହି ମାମଲାକୁ ଚାଞ୍ଚ କରିବାକୁ ଆମେ ବିଶେଷଜ୍ଞ ମାନଙ୍କୁ ଅନୁରୋଧ କରିଛୁ।
ଏହି ପିଲାମାନଙ୍କର ଦେଖା ଶୁଣା କରୁଥିବା ଡ଼ାକ୍ତର କହିଛନ୍ତିି କି ୧୭ ଜୁନ ରେ ଜନ୍ମ ହୋଇଥିବା ଏହି ପିଲା ମାନଙ୍କ ଭିତରୁ ୨ ଜଣ ପୁରା ପୁରୀ ସୁସ୍ଥ ଥିଲେ ଓ ଜଣଙ୍କ ପାଖରେ ନିମୋନିଆ ଥିଲା କରୋନା ଭାଇରସ ର କୌଣସି ଲକ୍ଷଣ ଏମାନଙ୍କ ପାଖରେ ନଥିଲା ବର୍ତ୍ତମାନ ୩ଟି ପିଲା ପୁରା ସୁସ୍ଥ ଅଛନ୍ତି।
ମୋନିକା ରଙ୍ଗୋଳି ଏହା ମଧ୍ୟ କହିଛନ୍ତି କି ଏହି ପିଲାମାନେ ଏବେ ମଧ୍ୟ ମେଡିକାଲ୍ ରେ ଡାକ୍ତରମାନଙ୍କ ନଜରରେ ରହିବେ। ଆପଣଙ୍କୁ ଏଠାରେ କହୀରଖିବୁ କି ମେକ୍ସିକୋରେ 190,000 ରୁ ଅଧିକ କରୋନା ଜୀବାଣୁ ଅଛନ୍ତି ଏବଂ ଏଥିରୁ 23,377 ଜଣଙ୍କର ମୃତ୍ୟୁ ହୋଇଛି।