ପ୍ରଥମ ସ୍ତ୍ରୀ ର ଛାଡ଼ପତ୍ର ପରେ ଅମିର ଖାନ ଙ୍କୁ ଦୁଇ ବର୍ଷ ଲାଗିଥିଲା ଦୁଃଖରୁ ବାହାରିବା ପାଇଁ, ସେ ଜମା ଚଳଚ୍ଚିତ୍ର ରେ କାମ କରି ପାରୁନଥିଲେ

ବଲିଉଡ଼ ପ୍ରସିଦ୍ଧ ଅମିର ଖାନ ନିଜର ଚଳଚ୍ଚିତ୍ର ପାଇଁ ସବୁବେଳେ ଚର୍ଚ୍ଚା ରେ ରହି ଆସୁଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ବହୁତ ଖୁସିରେ ଅଛନ୍ତି।

ବଲିଉଡ଼ ପ୍ରସିଦ୍ଧ ଅମିର୍ ଖାନ ସବୁବେଳେ ଚର୍ଚ୍ଚା ରେ ରହି ଆସୁଛନ୍ତି। କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ କୁ ନେଇ ସେ ବେଶି କଥାବାର୍ତ୍ତା କରନ୍ତି ନାହିଁ।କିନ୍ତୁ ତାଙ୍କ ପତ୍ନୀ ରୀନା ଦତ୍ତା ବିଷୟରେ କହିବା ପାଇଁ ନିଜକୁ ରୋକିପରିଲେ ନାହିଁ।

ସୂତ୍ର ମୁତାବକ, ଏକ ସାକ୍ଷାତକାର ସମୟରେ ଆମିର ତାଙ୍କ ପତ୍ନୀ ରୀନା ଙ୍କ ଛାଡ଼ପତ୍ର ବାବଦରେ ଖୋଲିକି କହିଥିଲେ। ପ୍ରକୃତରେ ବଲିଉଡ଼ ର ପ୍ରସିଦ୍ଧ ନିର୍ଦେଶକ କରନ ଜୋହର ଙ୍କ ଶୋ ‘ କଫି ଉଇଥ କରନ ‘ ରେ ପହଞ୍ଚି ସେ ତାଙ୍କ ନିଜ ଏବଂ କିରଣ ରାଓ ଙ୍କ ସମ୍ପର୍କ ବିଷୟରେ କେବଳ କହିନଥିଲେ ରୀନା ଦତ୍ତ ଏବଂ ତାଙ୍କ ଛାଡ଼ପତ୍ର ବିଷୟରେ ଖୋଲାସା କରିଥିଲେ।

ଅମିର କହିଥିଲେ – ‘ ମୁଁ ଏବଂ ରୀନା ଷୋଳ ବର୍ଷ ପର୍ଯ୍ୟନ୍ତ ବିବାହ ବନ୍ଧନରେ ରହିଥିଲୁ। ଆମର ଅଲଗା ହେବାର ନିଷ୍ପତି ଆମ ପରିବାରକୁ ବହୁତ କଷ୍ଟ ଦେଲା। ଆମେ ପାଖା ପାଖି ତିନି ଚାରି ବର୍ଷ ଅଲଗା ରହିଲୁ। ସେ ସମୟରେ ମୁଁ ଦୁଇ ବର୍ଷ ପର୍ଯ୍ୟନ୍ତ କୌଣସି ଚଳଚ୍ଚିତ୍ରରେ କାମ କରି ନଥିଲି କାରଣ ମୁଁ ସେ ଜିନିଷ ରୁ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିଲି। ବିଚ୍ଛେଦ ହେବାପରେ ମଧ୍ୟ ମୁଁ ଏବଂ ରୀନା ପରସ୍ପର କୁ ସମ୍ମାନ କରୁଥିଲୁ ଏବଂ ଆଜି ବି ସାଙ୍ଗ ଭଳି ଅଛୁ ‘।

ରୀନା ଦତ୍ତ ଏବଂ ଅମିର ଖାନ ଙ୍କ ଦୁଇ ପିଲା ର ନାମ ଇରା ଖାନ ଏବଂ ଜୁନେତ୍ ଖାନ ଅଟେ। ରୀନା ଙ୍କ ସହ ବିଚ୍ଛେଦ ପରେ ୨୦୦୫ ମସିହାରେ ଅମିର ଖାନ କିରଣ ରାବ ଙ୍କୁ ବିବାହ କରିଥିଲେ। ଅମିର ଏବଂ କିରଣ ଙ୍କ ର ମଧ୍ୟ ଏକ ପୁଅ ଅଛି ଯାହାର ନାମ ଆଜାଦ ରାବ ଖାନ । କିରଣ ରାବ ବଲିଉଡ଼ ର ଏକ ଜଣା ଶୁଣା ନିର୍ଦେଶକ ହେବା ସଙ୍ଗେ ସଙ୍ଗେ ଏକ ଲେଖିକା ମଧ୍ୟ।

Leave a Reply

Your email address will not be published. Required fields are marked *