ପ୍ରସବ ପରେ ହସ୍ପିଟାଲ ଶୁଳ୍କ ଦେଇପାରି ନଥିଲେ ପିତା, ନବଜାତ ଶିଶୁର ନିଲାମ ଡାକିଲେ ଡାକ୍ତର।

ଉତ୍ତରପ୍ରଦେଶର ଆଗ୍ରାରେ ମାନବତାକୁ ଲଜ୍ଜିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ସହରର ଏକ ଘରୋଇ ହସ୍ପିଟାଲରେ ପ୍ରସବ ପରେ ଗରିବ ଦମ୍ପତି ୩୫ ହଜାର ଟଙ୍କା ଶୁଳ୍କ ଜମା କରି ପାରିଲେ ନାହିଁ, ଡାକ୍ତର ତାଙ୍କ ନବଜାତ ଶିଶୁର ବ୍ୟାପାର କରିଦେଇଥିଲେ। ଦମ୍ପତିଙ୍କର ଆରୋପ ରହିଛି ଯେ, ଚିକିତ୍ସକ ଜବରଦସ୍ତ ତାଙ୍କ ଠାରୁ କାଗଜ ଉପରେ ଅଙ୍ଗୁଠା ଲଗାଇ ନେଇଥିଲେ ଏବଂ ଶିଶୁଟିକୁ ମଧ୍ୟ ନେଇଯାଇଥିଲେ।

ସେପଟେ ମହିଳା କାକୁତିମିନତି ହେଉଥିଲେ, ସ୍ୱାମୀ ମଧ୍ୟ କିଛି କରିପାରି ନଥିଲେ କାରଣ ଟଙ୍କା ନଥିବାରୁ ସେ ଅସହାୟ ଥିଲେ। ପିଡୀତ ପରିବାର ଲୋକଙ୍କର ଆରୋପ ରହିଛି ଯେ, ହସ୍ପିଟାଲର ଶୁଳ୍କ ନଦେଇ ପାରିବାରୁ ଚିକିତ୍ସକ କହିଲେ ଯଦି ଟଙ୍କା ନାହିଁ ତେବେ ପିଲା ଦେବାକୁ ପଡିବ।

ଆରୋପ ରହିଛି ଯେ, ଡାକ୍ତର ଜବରଦସ୍ତ ଗରିବ ଦମ୍ପତିଙ୍କ ଠାରୁ କାଗଜ ଉପରେ ଅଙ୍ଗୁଠା ଲଗାଇ ନେଇଥିଲେ ଏବଂ ନବଜାତ ଶିଶୁକୁ ନେଇ ୬୫ ହଜାର ଟଙ୍କା ଦେଇ ସେଠାରୁ ଘଉଡ଼ାଇ ଦେଇଥିଲେ। କୁହାଯାଉଛି ଯେ, ଡାକ୍ତର ପିଲାଟିର ବ୍ୟବସାୟ ଏକ ଲକ୍ଷ ଟଙ୍କାରେ କରିଥିଲେ। ୩୫ ହଜାର ଟଙ୍କା ହସ୍ପିଟାଲରେ ବାକି ଥିବା ରାଶି ଜମା କରିବା ପରେ ବଳକା ପୀଡିତ ରିକ୍ସା ଚଳକଙ୍କୁ ୬୫ ହଜାର ଟଙ୍କା ଦେଇ ସେଠାରୁ ପଠାଇ ଦେଇଥିଲେ।

ଶମ୍ବୁ ନଗର ନିବାସୀ ଶିଵ ନାରାୟଣ ରିକ୍ସା ଚାଳକ ଅଟନ୍ତି। ସେ କହିଥିଲେ ଯେ, ତାଲାବନ୍ଦ କାରଣରୁ ସେ ଋଣ ନେଇ ନିଜର ଘର ଖର୍ଚ୍ଚ ଉଠାଉଛନ୍ତି। ୨୪ ଅଗଷ୍ଟକୁ ତାଙ୍କ ପତ୍ନୀ ବବିତାଙ୍କୁ ପ୍ରସବ ବେଦନା ହୋଇଥିଲା। ଶିବ ନାରାୟଣ ନିକଟସ୍ଥ ଜେପି ହସ୍ପିଟାଲରେ ଭର୍ତ୍ତି କରାଇ ଦେଇଥିଲେ। ବବିତା ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ।

୨୫ ଅଗଷ୍ଟକୁ ଯେତେବେଳେ ବବିତାଙ୍କୁ ଡିସଚାର୍ଜ କରାଇବାର ସମୟ ଆସିଲା ସେତେବେଳେ ହସ୍ପିଟାଲ ତାଙ୍କୁ ୩୫,୦୦୦ ଟଙ୍କାର ବିଲ ଧରାଇ ଦେଇଥିଲା। ରିକ୍ସା ଚାଳକ ଏତେ ଟଙ୍କା ଦେବା ପାଇଁ ଅସମର୍ଥ ଥିଲେ। ତାଙ୍କ ପାଖରେ କେବଳ ୫୦୦ ଟଙ୍କା ଥିଲା।

ଆରୋପ ରହିଛି ଯେ, ହସ୍ପିଟାଲର ଶୁଳ୍କ ନଦେଇପାରିବାରୁ ଚିକିତ୍ସକ କହିଥିଲେ ଟଙ୍କା ନାହିଁ ଯଦି ନବଜାତ ଶିଶୁଟିକୁ ଦେବାକୁ ପଡିବ। ଏହାପରେ ଦମ୍ପତିଙ୍କ ଠାରୁ ଜବରଦସ୍ତ ଏକ କାଗଜପତ୍ର ଉପରେ ଅଙ୍ଗୁଠା ଲଗାଇ ନେଇଥିଲେ ଏବଂ ନବଜାତ ଶୁଶୁକୁ ନେଇ ୬୫ ହଜାର ଟଙ୍କା ଦେଇ ଘଉଡ଼ାଇ ଦେଇଥିଲେ।

ମାମଲାର ସୂଚନା ପାଇବା ପରେ ସ୍ୱାସ୍ଥ୍ୟ ବିଭାଗର ଦଳ ସେହି ହସ୍ପିଟାଲ ଉପରେ ଛାପା ମାରିଥିଲେ। ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆରସୀ ପାଣ୍ଡେୟ କହିଥିଲେ ଯେ, ଅନିୟମିତତା ରହିଥିବାରୁ ହସ୍ପିଟାଲକୁ ସିଲ କରାଯାଇଛି। ନବଜାତ ଶିଶୁକୁ ବିକ୍ରି କରିବା ପାଇଁ ଯିବାର ସୂଚନା ମିଳିଥିଲା। ଏହାର ତଦନ୍ତ ପୋଲିସ କରିବ। ଘଟଣାଟି ମିଡିଆରେ ଆସିବା ପରେ ପୋଲିସ ତଦନ୍ତରେ ଲାଗି ପଡିଛି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *