ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା ସମୟରେ ମାନବ ଜାତି ପାଇଁ ଆଉ ଏକ ସଙ୍କଟ ମୁଣ୍ଡ ଟେକୁଛି। ପୁଣିଥରେ ଚୀନରୁ ଅନ୍ୟ ଏକ ମହାମାରୀ ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ମହାମାରୀ କାରଣରୁ ଅତୀତରେ ମଧ୍ୟ ଅନେକ ଲୋକଙ୍କ ପ୍ରାଣ ଯାଇଛି। ପୂର୍ବରୁ ତିନି ଥର ସଂକ୍ରମିତ
ହୋଇସାରିଥିବ ଏହି ମହାମାରୀର ନାମ “ବବୁନିକ ପ୍ଲେଗ”। ପ୍ରଥମ ଥରରେ ୫କୋଟି ମୁଣ୍ଡ ନେଇଥିବା ବେଳେ, ଦ୍ଵିତୀୟ ଥରରେ ସମଗ୍ର ୟୁରୋପ ଜନସଂଖ୍ୟାର ଏକ ତୃତୀୟାଂଶ ଜୀବନ ନେଇଥିଲା ଏବଂ ତୃତୀୟ ଥରରେ ୮୦ ହଜାର ଲୋକଙ୍କ ପ୍ରାଣ ହାନୀ ହୋଇଥିଲା। ଧରାପୃଷ୍ଠରେ ଏପରି ହାହାକାର ସୃଷ୍ଟି କରିଥିବା ମହାମାରୀକୁ “ବ୍ଲାକ ଡେଥ” ମଧ୍ୟ କୁହାଯାଇଥାଏ।
ଗତ ଶନିବାର ଦିନ ଉତ୍ତର ଚୀନରେ ପ୍ଲେଗ ସଂକ୍ରମିତ ଖବର ସାମ୍ନାକୁ ଆସିବ ପରେ ଭୟର ବାତାବରଣ ଖେଳି ଯାଇଛି। ଚୀନର ବୟନୂର ସହରସ୍ଥିତ ଏକ ଡାକ୍ତରଖାନାରେ ଶନିବାର ଦିନ ପ୍ଲେଗ ସଂକ୍ରମିତ ଆଶଙ୍କା କରାଯାଇଛି। ଏହି ମହାମାରୀକୁ ନେଇ ଚୀନରେ ତୃତୀୟ ସ୍ତରର ହାଇ ଆଲର୍ଟ ଜାରି କରାଯାଇଛି ଏଥିସହିତ ୨୦୨୦ର ଶେଷ ପର୍ଯ୍ୟନ୍ତ ଲୋକମାନଙ୍କୁ ସତର୍କ ରହିବାକୁ ଚେତାବନୀ ଦିଆଯାଇଛି।
Yersinia Pestis Bacterium ନାମକ ବ୍ୟାକ୍ଟେରିଆ ଦ୍ୱାରା ପ୍ଲେଗ ରୋଗ ହୋଇଥାଏ। ଏହି ବ୍ୟାକ୍ଟେରିଆ ଗୁଡ଼ିକ ଲସିକା ଗ୍ରନ୍ଥି, ରକ୍ତ ଏବଂ ଫୁସଫୁସକୁ ସଂକ୍ରମିତ କରିଥାନ୍ତି। ଏହାର ପ୍ରଭାବରେ ଆଙ୍ଗୁଳି ଓ ନାସିକା କଳା ପଡିଯାଇଥାଏ। ଏହି ରୋଗରେ ଶରୀରରେ ଅସହ୍ୟ କଷ୍ଟ ଅନୁଭୂତି ହେବ, ତୀଵ୍ର ଜ୍ଵର ରହିବା,୧୪ ଦିନ ମଧ୍ୟରେ ଏହା ଗଳା ମଝିରେ ଥିବା ଲସିକାକୁ ପଚାଇ ଦେଇଥାଏ ଯେଉଁ କାରଣରୁ ଅଧିକ ଯନ୍ତ୍ରଣା ହୋଇଥାଏ।
Due to a suspected case of bubonic #plague, a city in northern China announced a level III warning of plague prevention and control on Sunday. https://t.co/2qek0ttVu6 pic.twitter.com/H6z1NDqTdD
— China Daily (@ChinaDaily) July 6, 2020
ବବୁନିକ ପ୍ଲେଗ ପ୍ରଥମେ ଜଙ୍ଗଲୀ ମୂଷାଙ୍କ ଠାରେ ଦେଖାଦେଇଥାଏ। ମୂଷାମାନଙ୍କ ମୃତ୍ୟୁ ପରେ ଏହି ବ୍ୟାକ୍ଟେରିଆ ଡ଼ାଉଁଶମାନଙ୍କ ଦ୍ୱାରା ମଣିଷ ଶରୀରରେ ପ୍ରବେଶ କରିଥାଏ। ଡ଼ାଉଁଶମାନେ ମଣିଷକୁ କାମୁଡିବା ସମୟରେ ସଂକ୍ରମଣ ବ୍ୟାକ୍ଟେରିଆ ମଣିଷ ରକ୍ତରେ ଛାଡ଼ି ଦେଇଥାନ୍ତି। ମୂଷାମାନଙ୍କ ମରିବାର ୩ ସପ୍ତାହ ପରେ ଏହା ମଣିଷମାନଙ୍କ ମଧ୍ୟରେ ସଂକ୍ରମିତ ହେବା ଆରମ୍ଭ ହୋଇଥାଏ।
୨୦୧୦ରୁ ୨୦୧୫ ମଧ୍ୟରେ ୩୨୪୮ଟି ପ୍ଲେଗ ସମ୍ବନ୍ଧିତ କେସ ସମ୍ନାକୁ ଆସିଛି ଯେଉଁଥିରେ ୫୮୪ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ପୂର୍ବରୁ ୧୯୭୦ରୁ ୧୯୮୦ ମସିହାରେ ଚୀନ, ଭାରତ, ରୁଷ, ଆଫ୍ରିକା, ଦକ୍ଷିଣ ଆମେରିକାରେ ଏହି ମହାମାରୀ ଦେଖିବାକୁ ମିଳିଥିଲା। ୧୯୯୪ ମସିହାରେ ଭାରତର ୫ଟି ରାଜ୍ୟରେ ପ୍ଲେଗର ୭୦୦ଟି କେସ ସମ୍ନାକୁ ଆସିଥିଲା। ଏଥିରେ ୫୨ ଜନଙ୍କ ମୃତ୍ୟୁ ହୋଇଥିଲା।
https://twitter.com/GrumpyBugger84/status/1279910281955721216?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1279910281955721216%7Ctwgr%5E&ref_url=https%3A%2F%2Faajtak.intoday.in%2Fgallery%2Fbubonic-plague-new-chinese-virus-disease-amid-covid-19-spreads-panic-tstr-1-52585.html