ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରୁ ଆରମ୍ଭ ହୋଇଥିବା ଯାଞ୍ଚ ବର୍ତ୍ତମାନ ଦୀପିକା ପାଦୁକୋନଙ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ମିଡ଼ିଆ ରିପୋର୍ଟ ମୁତାବକ, ଦୀପିକା ପାଦୁକୋନ ସେ ହ୍ଵାଟ୍ସଆପ ଗ୍ରୁପର ଏଡ଼ମିନ ଥିଲେ, ଯାହା ଉପରେ ଡ୍ରଗ୍ସକୁ ନେଇ ଦାବି କରାଯାଇଥିଲା। ନିଜେ ଦୀପିକାଙ୍କର ମଧ୍ୟ ଏକ ଚାଟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦୀପିକା ଡ୍ରଗ୍ସ ମାଗୁଥିଲେ। ମିଡ଼ିଆ ରିପୋର୍ଟ ମୁତାବକ, ସେହି ଗ୍ରୁପରେ ସୁଶାନ୍ତ ଏବଂ ରିୟାଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହା ଏବଂ ଦୀପିକା ପାଦୁକୋନଙ୍କର ଟ୍ୟାଲେଣ୍ଟ ମ୍ୟାନେଜର କରିସ୍ମା ପ୍ରକାଶ ମଧ୍ୟ ଜଡିତ ଥିଲେ
ଶନିବାର ଦିନ ଦୀପିକାକୁ ପଚରାଉଚରା କରିବ NCB:
ସୁଶାନ୍ତଙ୍କ କେସରେ ଡ୍ରଗ୍ସ ଦିଗରୁ ଯାଞ୍ଚ କରୁଥିବା ଏନସିବି ଶନିବାରଦିନ ଦୀପିକା ପାଦୁକୋନଙ୍କୁ ପଚରାଉଚରା କରିବା। ଦୀପିକାଙ୍କ ପୂର୍ବରୁ ଏନସିବି ତାଙ୍କ ଟ୍ୟାଲେଣ୍ଟ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ପଚରାଉଚରା କରିଛି।
ଡ୍ରଗ୍ସ ନେଇ ନାହାନ୍ତି ବୋଲି ମନା କଲେ ରକୁଲ ପ୍ରୀତ:
ଏନସିବି ଶୁକ୍ରବାର ଦିନକୁ ଡ୍ରଗ୍ସ କେସରେ ରକୁଲ ପ୍ରୀତ ସିଂହଙ୍କୁ ପଚରାଉଚରା କରିଥିଲେ। ମିଡିଆ ରିପୋର୍ଟ ମୁତାବକ ଏନସିବି ସାମ୍ନାରେ ରକୁଲ ପ୍ରୀତ ଡ୍ରଗ୍ସ ନେଉ ନାହାନ୍ତି ବୋଲି ମନା କରିଦେଇଥିଲେ। ଏଥିସହିତ କୌଣସି ଡ୍ରଗ୍ସ ବ୍ୟାପାରୀଙ୍କ ସହିତ ସମ୍ପର୍କ ଥିବାର କଥା ମଧ୍ୟ ମନା କରିଦେଇଥିଲେ। ରିୟାଙ୍କ ସହିତ ୨୦୧୮ରେ ଡ୍ରଗ୍ସ ବିଷୟରେ କଥା ହୋଇଥିବାର ରକୁଲ ସ୍ୱୀକାର କରିନେଇଛନ୍ତି। ଅଭିନେତ୍ରୀଙ୍କ ମୁତାବକ, ତାଙ୍କ ଘରେ ରିୟାଙ୍କର ଡ୍ରଗ୍ସ ରହିଥିଲା।
ରକୁଲ କହିଲେ, ରିୟା ଡ୍ରଗ୍ସ ରଖିବାକୁ କହିଥିଲେ:
ମିଡିଆ ରିପୋର୍ଟ ମୁତାବକ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମ୍ମୁଖରେ ରକୁଲ ପ୍ରୀତ ସିଂହ କହିଛନ୍ତି ଯେ ତାଙ୍କ ଘରୁ ଉଦ୍ଧାର ହୋଇଥିବା ଡ୍ରଗ୍ସ ରିୟା ଚକ୍ରବର୍ତ୍ତୀଙ୍କର ଅଟେ।
ସୂଚନା ଅନୁସାରେ, ରକୁଲ ଡ୍ରଗ୍ସକୁ ନେଇ ତାଙ୍କର ଏବଂ ରିୟାଙ୍କ ମଧ୍ୟରେ ହେଉଥିବା କଥାବାର୍ତ୍ତାକୁ ମଧ୍ୟ ସ୍ୱୀକାର କରିଥିଲେ। ଯେତେବେଳେ ଏନସିବି ଅଧିକାରୀମାନେ ତାଙ୍କୁ ଚାଟ ଦେଖାଇଥିଲେ ଯେଉଁଥିରେ ଉଭୟ ଡ୍ରଗ୍ସକୁ ନେଇ କଥାବାର୍ତ୍ତା କରୁଥିଲେ ଏବଂ ରିୟା ଡ୍ରଗ୍ସ ବିଷୟରେ ପଚାରୁଥିଲେ।
ସୁଶାନ୍ତଙ୍କ ଠାରୁ ଆରମ୍ଭ ହୋଇଥିବା ଯାଞ୍ଚ ଦୀପିକାଙ୍କ ପର୍ଯ୍ୟନ୍ତ ପହଞ୍ଚିଲା କେମିତି?
୧୪ ଜୁନକୁ ସୁଶାନ୍ତ ସିଂହ ରାଜପୁତଙ୍କର ଶବ ମିଳିଲା। ମୁମ୍ବାଇ ପୋଲିସ ଯାଞ୍ଚ ଉପରେ ସୁଶାନ୍ତଙ୍କ ପିତା ସହିତ ଅନେକ ଲୋକ ଆପତ୍ତି ଆଣିଲେ। ମାମଲା ସୁପ୍ରିମକୋର୍ଟ ପହଞ୍ଚିଲା ଏବଂ ସିବିଆଇ ଯାଞ୍ଚର ଅଦେଶ ଦିଆଗଲା। ସିବିଆଇ ଛଡା ଏନସିବି ଏବଂ ଇଡି ମଧ୍ୟ ଯାଞ୍ଚରେ ଶାମିଲ ହୋଇଗଲେ। ସୁଶାନ୍ତଙ୍କ କେସରେ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ଏନସିବି ପଚରାଉଚରା ପରେ ୮ ସେପ୍ଟେମ୍ବରକୁ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିନେଇଥିଲେ। ରିୟାଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କୁ ଅନେକଥର ପଚରାଉଚରା ହୋଇଥିଲା ।
ଜୟା ଶାହାଙ୍କ ହ୍ଵାଟ୍ସଆପ ଚାଟ ଖୋଳତାଡ଼ କରାଗଲା। ଜୟା ଶାହାଙ୍କର ଯେଉଁ ଚାଟ ସାମ୍ନାକୁ ଆସିଛି ସେଥିରେ D ଏବଂ K ନାମର ଲୋକଙ୍କ ସହିତ ସେ କଥା ହୋଇଛନ୍ତି। କୁହାଯାଉଛି ଯେ, ଏଠାରେ Dର ଅର୍ଥ ଦୀପିକା ପାଦୁକୋନ ଏବଂ Kର ଅର୍ଥ କରିସ୍ମା ପ୍ରକାଶ ଅଟେ। କରିସ୍ମା ପ୍ରକାଶ ଦୀପିକାଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଅଟନ୍ତି । ଏନସିବି କରିସ୍ମା ପ୍ରକାଶଙ୍କର ହ୍ଵାଟ୍ସଆପ ଚାଟ ଖୋଳତାଡ଼ କରିଛି ଯେଉଁଥିରେ ଖୁଲାସା ହୋଇଛି ଯେ, କରିସ୍ମା ପ୍ରକାଶ ଏବଂ ଦୀପିକା ପାଦୁକୋନଙ୍କ ମଧ୍ୟରେ ୨୦୧୭ ମସିହାରେ ଡ୍ରଗ୍ସକୁ ନେଇ କଥାବାର୍ତ୍ତା ହୋଇଥିଲା। ଚାଟରେ ଦୀପିକା ପଚାରିଥିଲେ ଯେ,”କଣ ତୁମ ପାଖରେ ମାଲ ଅଛି?” ଏହାପରେ ଦୀପିକାଙ୍କ ନାମ ସାମ୍ନାକୁ ଆସିଥିଲା।
କିପରି ସାମ୍ନାକୁ ଆସିଲା ଶ୍ରଦ୍ଧା, ସାରା ଏବଂ ରକୁଲଙ୍କ ନାମ?
ମିଡ଼ିଆ ରିପୋର୍ଟରେ ଦାବି କରାଯାଇଛି ଯେ ଡ୍ରଗ୍ସ କେସରେ ପୂର୍ବରୁ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା, ସାରା, ରକୁଲ ଏବଂ ଫେସନ ଡିଜାଇନର ସିମୋଙ୍କ ସହିତ ବଲିଉଡର ୨୫ ସେଲିବ୍ରେଟିଙ୍କ ନାମ ଏନସିବିକୁ କହିଥିଲେ। ଏହି କାରଣରୁ ଶ୍ରଦ୍ଧା, ସାରା, ରକୁଲ ପ୍ରୀତ ସିଂହଙ୍କୁ ମଧ୍ୟ ଏନସିବି ନୋଟିସ ପଠାଇଛି।
୮ ସେପ୍ଟେମ୍ବରକୁ ଗିରଫ ହୋଇଥିଲେ ରିୟା:
ଏନସିବି ୮ ସେପ୍ଟେମ୍ବରକୁ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲେ।ଏବଂ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ୧୪ ଦିନର ନ୍ୟାୟିକ ହେପାଜତର ଦାବି କରିଥିଲେ । ତାଙ୍କୁ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣିବାର ଆରୋପରେ ଗିରଫ କରାଯାଇଥିଲା । ରିୟା ଏବଂ ତାଙ୍କ ଭାଇ ଶୋବିକଙ୍କ ଜାମିନ ଆବେଦନ ଉପରେ ଆଜି ବମ୍ବେ ଉଚ୍ଚନ୍ୟାୟାଳୟରେ ଶୁଣାଣି ହେବାର ଥିଲା, କିନ୍ତୁ ସହରରେ ପ୍ରବଳ ବର୍ଷା କାରଣରୁ ଏହାକୁ ଘୁଞ୍ଚାଇ ଦିଆଗଲା । ବର୍ତ୍ତମାନ ପର୍ଯ୍ୟନ୍ତ ରିୟା ଏବଂ ଶୋବିକ ନ୍ୟାୟିକ ହେପାଜତ ୬ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।