ବର୍ଷ ପୂର୍ବରୁ ସୌରମଣ୍ଡଳର ଆସିଥିଲା ଏହି ନୂତନ ଅତିଥି, ବୈଜ୍ଞାନିକ ଚିନ୍ତାର କାରଣ ଏଲୀୟନ ନା ଅନ୍ୟ କୌଣସି ଅନ୍ତରୀକ୍ଷିୟ ବସ୍ତୁ।

ଦୁଇବର୍ଷ ପୂର୍ବରୁ ଅର୍ଥାତ ୨୦୧୮ ମସିହାରେ ଆମ ସୌରମଣ୍ଡଳରେ ଏକ ଅତିଥି ଆସିଥିଲା। ବହୁତ ରହସ୍ୟମୟ ଭାବରେ ସୌରମଣ୍ଡଳକୁ ପଶି ଆସିଥିବା ଏହି ଅତିଥିର ନାମ ହେଉଛି ଔମୁଆମୁଆ(Oumuamua)। ପ୍ରଥମେ ତ ବୈଜ୍ଞାନିକ ମାନଙ୍କୁ ଲାଗିଥିଲା ଏହା ଏକ ଗ୍ରହାଣୁ ଅଟେ। କିନ୍ତୁ ବର୍ତ୍ତମାନ ନୂତନ ସଂକେତ ମିଳୁଛି ଯେ ଏହା ଏକ ଏଲୀୟନ ଟେକ୍ନୋଲୋଜି ଅଟେ।

2 साल पहले सौरमंडल में आया मेहमान, वैज्ञानिक परेशान एलियन है या कुछ और

ଏହାକୁ ଏଲୀୟନ ଟେକ୍ନୋଲୋଜି କହିବା ପଛରେ କାରଣ ଏହା ରହିଥିଲା ଯେ, ସିଗାର ଆକୃତିର ଏହି ପଥର ଧୀରେ ଧୀରେ ଖସି ଯାଉଛି। ଯେମିତି ଏହାକୁ କେହି ଧକ୍କା ଦେଉଛି। ଯଦିଓ ପ୍ରଥମ କିଛି ମାସ ଏହା ସ୍ଥିର ରହିଥିଲା। କିନ୍ତୁ ବର୍ତ୍ତମାନ ବୈଜ୍ଞାନିକ ମାନେ ବୁଝି ପାରୁ ନାହାନ୍ତି ଯେ ଏପରି ପରିବର୍ତ୍ତନ କାହିଁକି ହେଉଛି।

ହାୱାଇ ୟୁନିଭରସିଟିର ଅନ୍ତରୀକ୍ଷ ବୈଜ୍ଞାନିକ ଏବି ଲୋଏବ କୁହନ୍ତି ଯେ, ଏହି ବସ୍ତୁକୁ ଏଲୀୟନ ମେଶିନ ଆକର୍ଷିତ କରୁଛି। ଯାହାକି ଏକ ମିଲି ମିଟରରୁ ମଧ୍ୟ ପତଳା ଅଟେ। ନେହେଲେ ଏହାକୁ ସୌର ବିକରଣ ଅର୍ଥାତ ସୋଲାର ରେଡିଏସନ ନିଜ ଆଡକୁ ଆକର୍ଷିତ କରୁଛି।

2 साल पहले सौरमंडल में आया मेहमान, वैज्ञानिक परेशान एलियन है या कुछ और

ଯେତେବେଳେ କେତେକ ବୈଜ୍ଞାନିକ ମାନେ ମନୁଛନ୍ତି ଯେ, ଏହାର ଗତି ସ୍ୱତଃ ବଦଳି ଯାଉଛି। କାରଣ ଏହାର ଚାରି ପାଖରେ କଠିନ ହାଇଡ୍ରୋଜେନର ବ୍ଲାଷ୍ଟ ହେଉଛି। ଯେଉଁଥିପାଇଁ ଏହା ଲଗାତର ନିଜର ଗତି ଏବଂ ଦିଗ ବଦଳାଉଛି।

୧୭ ଅଗଷ୍ଟକୁ ଦ ଏଷ୍ଟ୍ରୋଫିଜିକାଲ ଜର୍ଣ୍ଣାଲ ଲେଟର୍ସରେ ଏବି ଲୋଏବ ଏବଂ ଥିୟେମ ହୋଆଙ୍ଗ ହାଇଡ୍ରୋଜେନ ବ୍ଲାଷ୍ଟର ଥିଓରୀକୁ ଖାରଜ କରି କହିଥିଲେ ଏମିତି କେବେହେଲେ ହୋଇପାରିବ ନାହିଁ। ଏହା ନିଶ୍ଚିତ ଭାବରେ ସମ୍ଭବ ହୋଇଥାଇ ପାରେ ଯେ, ଆମ ସୌର ମଣ୍ଡଳକୁ ଏଲୀୟନ ମାନେ ଆସୁଛନ୍ତି।

2 साल पहले सौरमंडल में आया मेहमान, वैज्ञानिक परेशान एलियन है या कुछ और

ଚିକାଗୋ ୟୁନିଭରସିଟିର ଅନ୍ତରୀକ୍ଷ ବିଜ୍ଞାନୀ ଡ୍ୟାରିଲ୍ ସେଲିଗମ୍ୟାନ୍ କହିଛନ୍ତି ଯେ, ଔମୁଆମୁଆ(Oumuamua) ଆସିଥିଲା ଏକ ଗ୍ରହାଣୁ ଭାବରେ କିନ୍ତୁ ଏହା ପଛରେ କୌଣସି ଲାଞ୍ଜ ନାହିଁ ନା ଏହାର କୌଣସି ଆଲୋକ ରହିଛି। ଏଥିପାଇଁ ଯେ ଏହା ଆମ ସୌର ମଣ୍ଡଳ ବାହାରୁ ଆସିଅଛି।

2 साल पहले सौरमंडल में आया मेहमान, वैज्ञानिक परेशान एलियन है या कुछ और

ଔମୁଆମୁଆ(Oumuamua)ର ଆକାର ୧୩୦୦ରୁ ୨୬୦୦ ଫୁଟ ଲମ୍ବା ବୋଲି କୁହାଯାଉଛି। ଏହା ଏକ ବହୁତ ଧୀର ରାକେଟ ଇଞ୍ଜିନ ପରି ଆମ ସୌର ମଣ୍ଡଳରେ ଘୁରି ବୁଲୁଛି। ତେବେ ଏତେ ଧୀର ଗତିରେ ବହୁତ କମ ବସ୍ତୁ ଘୁରିଥାଏ।

2 साल पहले सौरमंडल में आया मेहमान, वैज्ञानिक परेशान एलियन है या कुछ और

ଏକ ଥିଓରୀରେ ଏହା ମଧ୍ୟ କୁହାଯାଇଛି ଯେ ଔମୁଆମୁଆ(Oumuamua) କେବଳ ୪୦ ଲକ୍ଷ ବର୍ଷ ପୁରାତନ ଅଟେ। ଏହା ତା’ର ଆକାର, ଗତି ଆଦିକୁ ଦେଖି ଅନୁମାନ ଲଗାଯାଇଛି। ବର୍ତ୍ତମାନ ସମଗ୍ର ଦୁନିଆରେ ଏହି ଅନ୍ତରୀକ୍ଷିୟ ବସ୍ତୁକୁ ନେଇ ବୈଜ୍ଞାନିକ ମାନଙ୍କ ମଧ୍ୟରେ ବିବାଦ ଚାଲିଛି ଯେ ଏହା ଏକ ଏଲୀୟନ ଟେକ୍ନୋଲୋଜି ନା କୌଣସି ସାମାନ୍ୟ ଅନ୍ତରୀକ୍ଷିୟ ବସ୍ତୁ।

Leave a Reply

Your email address will not be published. Required fields are marked *